ବାଲି ସୌରାତ ନିଲାମକୁ ଗ୍ରାମବାସୀଙ୍କ ବିରୋଧ :ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲ ପ୍ରଶାସନ ପକ୍ଷରୁ ଘୋଡ଼ାହାଡ଼ ନଦୀ ବାଲି ସୌରାତ 5 ବର୍ଷ ପାଇଁ ନିଲାମ ବିଜ୍ଞତି ପ୍ରକାଶ ପାଇଅଛି l ବାଲି ସୌରାତକୁ ବାତିଲ କରିବାପାଇଁ ଚୁଡ଼ଙ୍ଗପୂର ପଞ୍ଚାୟତ ଲୁଣିଲାଠୀ ଗ୍ରାମର ଶତାଧିକ ଗ୍ରାମବାସୀ ତହସିଲ କାଯ୍ୟଳୟରେ ପହଂଚି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି l ଲୁଣିନାଠୀ ଅନ୍ତର୍ଗତରେ ଥିବା ସମସ୍ତ ମହିଳା ଓ ନାବାଳିକାଙ୍କ ସୁରକ୍ଷା ଓ ସମ୍ମାନର ବିଷୟ ଥିବା ଅଞ୍ଚଳରେ ନୀଳକଣ୍ଠେଶ୍ଵର ମନ୍ଦିର, ମହିଳାଙ୍କ ଗାଧୁଆ ତୁଠ, ଧାର୍ମିକ ଚେତନା ବହନ କରୁଥିବା ବାରୁଣୀ ବୁଡ ଘାଟ, ନଦୀ ପୀଠରେ ଥିବା ଶ୍ମଶାନ ଗୃହ ଓ ନଦୀ ଠାରୁ ଅତି କମ୍ ଦୂରରେ ଜନବସତି ଥିବା ହେତୁ ଲୁଣୀନାଠୀ ଗ୍ରାମର ଶତାଧିକ ସ୍ତ୍ରୀ ଓ ପୁରୁଷ ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟରେ ପହଞ୍ଚି ତହସିଲଦାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ବେଳେ ସାନଖେମୁଣ୍ଡି ତହସିଲଦାର ଡ. ଶ୍ରୀନିବାସ ବେହେରା ବାତିଲ ନକରିବା ପାଇଁ କହିବାରୁ ଗ୍ରାମବାସୀ ଓ ତହସିଲଦାରଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା l ଖବର ପାଇ ପାଟପୁର ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ତହସିଲଦାର ସେହି ଅଞ୍ଚଳ କୁ ଯାଇ ପରିଦର୍ଶନ କରିବା ପରେ ବାଲି ସୈରତ ଲିଜ୍ ଉପରେ ଆଲୋଚନା କରିବା ପରେ ଗ୍ରାମବାସୀ ଆନ୍ଦୋଳନରୁ ଓଲାଇଥିଲେ l