ବାଲୁକାକଳା ମାଧ୍ୟମରେ ସଚେତନତା ବାର୍ତ୍ତା
ପୁରୀ( ଯୁଗାଦ୍ଧ ନ୍ୟୁଜ): ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୨୫ ତମ ପ୍ରତିଷ୍ଠ ଦିବସ ପାଳନ ଅବସରରେ ଗୁରୁବାର ଦିଗବାରେଣୀ ସମ୍ମୁଖ ବେଳାଭୂମିରେ ବାଲୁକାକଳା ପ୍ରଦର୍ଶନ କରାଯାଇଛି । ବାଲୁକାଶିଳ୍ପୀ ମାନସ କୁମାର ସାହୁଙ୍କ ଦ୍ୱାରା ପ୍ରସ୍ତୁତ ବାଲୁକା କଳାରେ ବ୍ୟାଙ୍କର କାର୍ଯ୍ୟକାରିତା ଓ ସାଧାରଣ ଲୋକଙ୍କଙ୍କ ବ୍ୟାଙ୍କରେ ସହଯୋଗିତାର ହାତ ବଢାଇବା ସହିତ ସେମାନଙ୍କୁ କିପରି ସହାୟତା ପ୍ରଦାନ କରାଯାଉଛି ସେ ନେଇ ଏକ ବାଲୁକାକଳା ମାଧ୍ୟମରେ ସଚେତନ କରାଯାଇଥିବା ବ୍ୟାଙ୍କ ମୁଖ୍ୟ ଅବିନାଶ ମିଶ୍ର ସୂଚନା ଦେଇଛନ୍ତି । ତତ୍ ସହିତ ବ୍ୟାଙ୍କର ୧୨୫ ତମ ପ୍ରତିଷ୍ଠା ଦିବସରେ ବାଲୁକା କଳା ମାଧ୍ୟମରେ ଦେଶର ସମସ୍ତ ଜନସାଧାରଣ ଓ ଗ୍ରାହକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ବାଲୁକା କଳା ଦେଖିବାକୁ ଅପରାହ୍ନରେ ବେଳାଭୂମିରେ ପର୍ଯ୍ୟଟକଙ୍କସମେତ ସାଧାରଣ ଲୋକଙ୍କ ଭିଡ଼ ଜମିଥିଲା । ଏହି ଅବସରରେ ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳର ଅଧିକାରୀଙ୍କ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।


