ବାଲୁଙ୍କେଶ୍ୱର ବୋଲବମ୍ ଭକ୍ତଙ୍କ ସଂକଳ୍ପ ଓ ଦୀକ୍ଷା ଗ୍ରହଣ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଆଜିଠାରୁ ପବିତ୍ର ଶ୍ରାବଣ ମାସ ଆରମ୍ଭ ହେଉଥିବାକୁ ନେଇ ବୁଧବାର ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ପାରଳାଖେମୁଣ୍ଡି ସହରର ବାଲୁଙ୍କେଶ୍ୱର ବୋଲବମ୍ ଭକ୍ତ ମାନେ ସଂକଳ୍ପ କରିବା ସହ ଦୀକ୍ଷା ଗ୍ରହଣ କରିଥିବାର ଜଣାପଡିଛି | ଏହି ବୋଲବମ୍ ଭକ୍ତମାନେ ପବିତ୍ର ଶ୍ରାବଣ ମାସ ତମାମ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ କରିବା ଲାଗି ବିଭିନ୍ନ ଜଳାଶୟକୁ ଯାଇ ଜଳ ଆଣିବାର କାର୍ଯ୍ୟକ୍ରମ ରହିଛି | ସଂକଳ୍ପ ଓ ଦୀକ୍ଷା ଅବସରରେ ସ୍ଥାନୀୟ ବାଲୁଙ୍କେଶ୍ବର ମନ୍ଦିର ଠାରେ ପୂଜାର୍ଚ୍ଚନା, ହୋମ ଯଜ୍ଞ ଆଦି କରାଯାଇ ଦୀକ୍ଷା ବା ମାଳା ଧାରଣ କରିଥିଲେ | ଏହି ଅବସରରେ ବୋଲବମ୍ ବସ୍ତ୍ରପରିଧାନ କରି ଠାରୁ ସଂକଳ୍ପ ନେଇଛନ୍ତି | ଆଜିଠାରୁ ବିଭିନ୍ନ ଶୈବ ପୀଠରେ ଜଳାଭିଷେକ ଆରମ୍ଭ ହୋଇଛି ବୋଲି ଅଶୋକ କୁମାର ଗନ୍ତାୟତ, ସୁଜିତ କୁମାର ପ୍ରଧାନ, ଶିଶିର କୁମାର ଗୌଡ, ଉତ୍ତମ ପାଢୀ, କୃଷ୍ଣ ପ୍ରଧାନ ପ୍ରମୁଖ ବୋଲବମ୍ ଭକ୍ତମାନେ ପ୍ରକାଶ କରିଛନ୍ତି |