ବିଜୁ ଜନତା ଦଳର ଘରେ ଘରେ ଶଂଖ କାର୍ଯ୍ୟକ୍ରମ ଅନୁଷ୍ଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ବର ପୌରପରିଷଦ ୩୧ନଂ ଓ ୨୭ନଂ ଏବଂ ୨୩ନଂ ୱାର୍ଡରେ ଅନୁଷ୍ଠିତ ହୋଇଥିଲା ଘରେ ଘରେ ଶଂଖ କାର୍ଯ୍ୟକ୍ରମ। ଏହି ଅବସରରେ ବାଲେଶ୍ବର ବିଧାୟକ ସ୍ବରୂପ କୁମାର ଦାସ ଏବଂ ସାଂସଦ ପ୍ରାର୍ଥୀନୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାର ଘରକୁ ଘର ବୁଲି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ଏବଂ ନିକଟରେ ବିଜୁ ଜନତା ଦଳ ପକ୍ଷରୁ ଘୋଷଣା ହୋଇଥିବା ନିର୍ବାଚନୀ ଘୋଷଣାପତ୍ର ବିଷୟରେ ଅବଗତ କରାଇ, ସଚେତନତା କରାଇବା ସହ ଆସନ୍ତା ଜୁନ ୧ ତାରିଖରେ ଉଭୟ ସାଂସଦ ଏବଂ ବିଧାୟକ ପାର୍ଥିଙ୍କୁ ଶଂଖ ଚିହ୍ନରେ ଆଶିର୍ବାଦ ଭିକ୍ଷା କରିଥିଲେ। ଏହି ଅବସରରେ ଅନ୍ୟ ମାନଙ୍କ ମଧ୍ୟରେ ପୌରପରିଷଦ ଉପାଧ୍ୟକ୍ଷ କୈଳାସ ଚନ୍ଦ୍ର ସେଠୀ,ପୂର୍ବତନ ଉପାଧ୍ୟକ୍ଷ ମନୋଜ ରାଉତ,ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରଂଜନ ବାଗ,ଟାଉନ ସଭାପତି ସନତ ଦାସ,କାଉନସିଲର ଶଶିରେଖା ମହାନ୍ତି, ଅର୍ପିତା ପ୍ରିୟଦର୍ଶନୀ ପଟ୍ଟନାୟକ, ମୀରାଜ ବାନୋ, କାର୍ତ୍ତିକ ସାହୁ, ପୂର୍ବତନ କାଉନସିଲର ଧନଞ୍ଜୟ ଜେନା ଏବଂ ସଞ୍ଜୟ ବେହେରା, ସାକିର ଖାଁନ, ବିଜେଡ଼ି ନେତା ଅବସ ଦାସ,ସପନ ଖିଲାର, ସଦର ନିର୍ବାଚନ ମଣ୍ତଳୀର ଯୁବ ସଭାପତି ସେକ୍ ଅନସର, ବିଜେଡି ନାରୀ ନେତ୍ରୀ ସୁନିଆ ମୃମୁ, ରାଜଲକ୍ଷ୍ମୀ ଚାଟ୍ଟାଜୀ, ପ୍ରମୁଖ ସାମିଲ ହୋଇ ବିଜୁ ଜନତା ଦଳ ପାଇଁ ପ୍ରଚାର କରିଥିଲେ।