ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ୨୯ନଂ ଜୋନରେ ବିଜେଡିର ବିଶାଳ ସାଧାରଣ ସଭା

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ୨୯ନଂ ଜୋନର ସୁଲପଟା ପଡିଆରେ ବିଜେଡିର ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି।ଏହି ସାଧାରଣ ସଭାରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ସଭାପତିତ୍ୱ କରିଥିବା ବେଳେ ସଦର ବିଧାୟକ ସ୍ବରୂପ ଦାସ ଯୋଗଦେଇ ଉପ ନିର୍ବାଚନ ସମୟରେ ନବୀନ ବାବୁ ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପୂରଣ ହେବା ସହ ୧୮୦୦ କୋଟି ଟଙ୍କାର ପ୍ରକଳ୍ପର କାର୍ଯ୍ୟ ସାଡେ ତିନି ବର୍ଷରେ ହୋଇ ପାରିଛି।ଜନତା ଜାଣିଛନ୍ତି କିଏ ଜିତିଲେ ଓଡ଼ିଶାର ବିକାଶ ହେବ।ଏହି ସଭାରେ ସାଂସଦ ପାର୍ଥିନୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ସବୁବେଳେ ନାରୀଙ୍କୁ ସମ୍ମାନ ଦିଅନ୍ତି ସେଥିପାଇଁ ଓଡ଼ିଶାର ନାରୀ ସମାଜ ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି କିନ୍ତୁ ଅନ୍ୟ ଦଳ ତାହା କରିବା ତ ଦୂର କଥା ସେମାନେ କେବଳ ମିଛ ପ୍ରଚାର କରିବା ସହ ଜନତାଙ୍କୁ ବିଭ୍ରାନ୍ତି କରନ୍ତି।ଅନ୍ୟ ମାନଙ୍କ ମଧ୍ୟରେ ଆମ ଓଡିଶା ନବୀନ ଓଡିଶା ଜିଲ୍ଲା ସଂଯୋଜକ ରଂଜନ ବାଗ,ସଦର ବ୍ଲକ ଅଧ୍ୟକ୍ଷ ସୁନିତା ବେହେରା ପ୍ରମୁଖ ଯୋଗଦେଇ ଥିବା ବେଳେ ହଳଦୀପଦା ବଜାର ଛକରୁ ଏକ ବିଶାଳ ଶୋଭାଯାତ୍ରାରେ ସାଂସଦ ଓ ବିଧାୟକ ପାର୍ଥିଙ୍କୁ ସଭା ସ୍ଥଳରେ ନିଆଯାଇଥିଲା।ଏହି ଅବସରରେ ଅଭିନେତା ଶୁଭାଶିଷ, ଅଭିନେତ୍ରୀ ଜିନା,ଲିପ୍ସା ଏବଂ ହାସ୍ୟ ଅଭିନେତା ପ୍ରଗ୍ୟାଂ ପ୍ରମୁଖ ଦଳୀୟ ପାର୍ଥିଙ୍କ ପାଇଁ ପ୍ରଚାର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ