ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ପାତ୍ରପଡା ପଞ୍ଚାୟତରେ ବିଜେଡିର ମାରାଥନ ପ୍ରଚାର

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ବାଲେଶ୍ବର ସଦର ନିର୍ବାଚନ ୨୬ନଂ ଜୋନର ପାତ୍ରପଡା ପଞ୍ଚାୟତରେ ବିଜେଡିର ସାଂସଦ ପାର୍ଥିନୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର ଏବଂ ସଦର ବିଧାୟକ ସ୍ବରୂପ ଦାସ ଯୋଗଦେଇ ନବୀନ ପଟ୍ଟନାୟକଙ୍କ ସୁଶାସନକୁ ପୁଣି ଥରେ ଓଡ଼ିଶାରେ ସୁନିଶ୍ଚିତ କରିବା ପାଇଁ ଉଭୟ ସାଂସଦ ଓ ବିଧାୟକ ପାର୍ଥିଙ୍କୁ ଶଂଖ ଚିହ୍ନରେ ଆଶିର୍ବାଦ କରିବା ପାଇଁ ଅନୁରୋଧ କରିଥିଲେ।ଏହି ଅବସରରେ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରାରେ ପାର୍ଥିଙ୍କୁ ପଞ୍ଚାୟତ ପରିକ୍ରମା କରାଯାଇଥିଲା।ଏହି ଶୋଭାଯାତ୍ରାରେ ଅନ୍ୟ ମାନଙ୍କ ମଧ୍ୟରେ ସଦର ବ୍ଲକ ଅଧ୍ୟକ୍ଷ ସୁନିତା ବେହେରା,ପଞ୍ଚାୟତର ସରପଞ୍ଚ ଅଞ୍ଜନା ଦାସ,ସହିତ ସଭ୍ୟା ଆରତୀ ମାଝୀ ଏବଂ ଓଡିଆ ଅଭିନେତା ଶୁଭାଶିଷ,ଅଭିନେତ୍ରୀ ଲିପ୍ସା ପ୍ରମୁଖ ଦଳୀୟ ପାର୍ଥିଙ୍କ ପାଇଁ ପ୍ରଚାର କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ