ବାଲେଶ୍ଵରରେ ଆଳୁ ଦରଦାମ ନିୟନ୍ତ୍ରଣ କରିବା ପାଇଁ ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲେ ସାଂସଦ
ବାଲେଶ୍ୱର, (ସରୋଜ ପଣ୍ଡା):ସମ୍ପ୍ରତି ରାଜ୍ୟରେ ଅଭାବି ଆଳୁ ସମସ୍ଯା ଓ ବର୍ଦ୍ଧିତ ମୂଲ୍ୟବୃଦ୍ଧି ରୋକିବା ପାଇଁ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ବାଲେଶ୍ଵର ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ଜିଲ୍ଲାରେ ଆଳୁର ଯୋଗାଣ ସ୍ବାଭାବିକ କରିବା ସହିତ କଳାବଜାରୀ କରୁଥିବା ବ୍ୟବସାୟୀମାନଙ୍କୁ ଦଣ୍ଡିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗଚ୍ଛିତ ଆଳୁ ଭଣ୍ଡାର ଗୁଡିକର ନିୟମିତ ଯାଞ୍ଚ କଲେ ଏ ସମସ୍ୟାର ଅନେକ ମାତ୍ରାରେ ସମାଧାନ ହେବବୋଲି କହିଛନ୍ତି।ଏହା ସହିତ ଆଳୁର ହୋଲସେଲ ଦର କେଜି ପିଛା ୩୨ ଟଙ୍କା ଓ ଖୁଚୁରାରେ ସର୍ବାଧିକ ୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରୀ ନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି


