ବାଲେଶ୍ଵର ଜିଲ୍ଲା କଂଗ୍ରେସ ତରଫରୁ ଗାନ୍ଧିଜୀ ଙ୍କ ତିରୋଧାମ ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା):୩୦ ଜାନୁୟାରୀ ବାଲେଶ୍ଵର ,ଜିଲ୍ଲା କଂଗ୍ରେସ ତରଫରୁ ଗାନ୍ଧିଜୀ ଙ୍କ ତିରୋଧାମ ଦିବସ ପାଳିତ ହୋଇ ଯାଇଅଛି।ଜିଲ୍ଲା କଂଗ୍ରେସ ର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଜିଲ୍ଲା ଅଧ୍ୟକ୍ଷ ବିକାଶ କୁମାର ଦାସ ଙ୍କ ପରିଚାଳନା ରେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା,ବରିଷ୍ଠ କଂଗ୍ରେସ ନେତା ତଥା ବାଲେଶ୍ଵର ମ୍ୟୁନିସିପାଲଟି ୱାଡ ସଦସ୍ୟ ପଦ୍ମଲୋଚନ ଲେଙ୍କା,ଯୁବନେତା ସରୋଜ ଲେଙ୍କା,ବିଦ୍ୟାଧର ମହାନ୍ତି,ସୂର୍ଯ୍ୟ କୁମାର ସେନ,ସନ୍ତୋଷ କୁମାର ଦାସ, ସେକ ଆଦିଲ ପ୍ରମୁଖ ପ୍ରଥମେ ସ୍ଥାନୀୟ ସିନେମା ଛକ ସହିଦ ପାର୍କ କୁ ଯାଇ ସେଠାରେ ଥିବା ଗାନ୍ଧିଜୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି, ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆସି ଫୋଟ ଚିତ୍ରରେ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପୂର୍ବତନ ବିଧାୟକ ଶ୍ରୀ ଜେନା ତାଙ୍କ ବକ୍ତବ୍ୟରେ କହିଥିଲେ ଗାନ୍ଧୀଜୀ ଙ୍କ ଆଦର୍ଶରେ ସମସ୍ତ କଂଗ୍ରେସ କର୍ମୀ ନେତା ମାନେ କୌଣସି ବି ପରିସ୍ଥିତିରେ ପରିବର୍ତ୍ତନ ନହୋଇ ଅହିଂସା ସତ୍ୟ ନ୍ୟାୟ ଦ୍ଵାରା ନିଷ୍ପେସିତ ନିଶ୍ଵ ବ୍ୟକ୍ତି ମାନଙ୍କ ପାଇଁ ଲଢ଼ିବା ଉଚ୍ଚିତ୍।ସବୁ ଧର୍ମ ସବୁ ଜାତି କୁ ସମାନ ଅଧିକାର ମିଳିବା ଉଚ୍ଚିତ।ଏଥିପାଇଁ ଆଜି ସମସ୍ତ କଂଗ୍ରେସ କର୍ମୀ ଲଢ଼ିବା ପାଇଁ ଆଜିଦିନରେ ଶପଥ ନେବା ଉଚିତ୍।ଉପସ୍ଥିତ ସମସ୍ତେ ମହାତ୍ମା ଗାନ୍ଧୀ ଅମର ରହେ ଧ୍ଵନି ଦେଇ ପୁଷ୍ପାଞ୍ଜଳି ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ