ବାଲେଶ୍ଵର ମେଡ଼ିକାଲ କଲେଜରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ
ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ମେଡ଼ିକାଲ କଲେଜରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ଓ ଫକୀରମହୋନ ମେଡ଼ିକାଲ କଲେଜକୁ ପୁର୍ଣ୍ଣ ରୂପରେ କାର୍ଯ୍ୟକ୍ଷମ କରିବା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲର ମାନ୍ୟତା ପାଇଁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହିତ ଆଲୋଚନା ସହିତ ତଥ୍ୟ ଭିତ୍ତିକ ଦାବିପତ୍ର ପ୍ରଦାନ କରିଛନ୍ତି। ଗତକାଲି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାଲେଶ୍ଵର ଗସ୍ତରେ ଆସିଥିବା ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ସହିତ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ସାକ୍ଷାତ କରି ଏ ବାବଦରେ ଦୃଢ଼ ଦାବି ଉପସ୍ଥାପନ କରିବା ସହିତ ପତ୍ର ଦେଇଛନ୍ତି। ବାଲେଶ୍ଵର ମେଡ଼ିକାଲ କଲେଜ ଉପରେ ବାଲେଶ୍ଵର ଜିଲା ସହିତ ପଡ଼ୋଶୀ ଭଦ୍ରକ, ମୟୂରଭଞ୍ଜ ସହିତ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ସୀମାନ୍ତବର୍ତ୍ତୀ ଜିଲ୍ଲାର ଲୋକମାନେ ନିର୍ଭରଶୀଳ। ସେ ଦୃଷ୍ଟିରୁ ବାଲେଶ୍ଵରର ସ୍ବାସ୍ଥ୍ୟସେବାକୁ ଅଧିକରୁ ଅଧିକ ଉନ୍ନତ କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି। ଭବିଷ୍ୟତକୁ ଦୃଷ୍ଟିରେ ରଖି ବାଲେଶ୍ଵର ମେଡ଼ିକାଲ କଲେଜରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ କରିବା ଏକ ଦୂରଦୃଷ୍ଟି ସମ୍ପର୍ଣ ପଦକ୍ଷେପ ବୋଲି କହିଛନ୍ତ। ଏହାସହିତ ସମସ୍ତ ବିଭାଗକୁ ସ୍ଥାନାନ୍ତରିତ କରି ଫକୀରମୋହନ ମେଡ଼ିକାଲ କଲେଜକୁ ସ୍ୱୟଂସମ୍ପୂର୍ଣ୍ଣ କରିବା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସିଟି ହସ୍ପିଟାଲର ମାନ୍ୟତା ଓ ସମସ୍ତ ପ୍ରକାରର ଅତ୍ୟାଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଇ ବୋଲି ଦାବି ଉପସ୍ଥାପନ କରିଛନ୍ତି। ସାଂସଦଙ୍କ ସମସ୍ତ ଦାବି ଉପରେ ରାଜ୍ୟ ସରକାର ସକାରାତ୍ମକ ପଦକ୍ଷେପ ନେବେ ବୋଲି ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।