ସ୍ବାଧୀନତାର ଅମୃତ ମହୋତ୍ସବ ଓ ରକ୍ଷା ବନ୍ଧନ ପର୍ବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବାଲେଶ୍ଵର, (ସରୋଜ ପଣ୍ଡା):ଆଗାମୀ ଦୁଇ ରାଷ୍ଟ୍ରୀୟ ପର୍ବ ରକ୍ଷା ବନ୍ଧନ ଓ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅଧ୍ୟକ୍ଷତାରେ ଏକ ସଂସଦୀୟ ସ୍ତରିୟ ପ୍ରସ୍ତୁତି ବୈଠକ ବାଲେଶ୍ଵର ନଗର ସ୍ଥିତ ସିଦ୍ଧି ବିନାୟକ ବିଦ୍ୟାଳୟରେ ହୋଇଯାଇଛି। ବାଲେଶ୍ଵର ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସଂସଦୀୟ କ୍ଷେତ୍ରର ସମସ୍ତ ସାତୋଟି ବିଧାନସଭା ମଣ୍ଡଳୀର ବିଧାୟକ/ବିଧାୟକ ପାର୍ଥୀ, ରାଜ୍ୟ ପଦାଧିକାରୀ, ଜିଲ୍ଲା ପଦାଧିକାରୀ, ସାଂସଦ ପ୍ରତିନିଧି, ମଣ୍ଡଳ ସଭାପତି, ଉତ୍ତରଦାୟୀ କାର୍ଯ୍ୟକର୍ତ୍ତାଙ୍କ ସହିତ ବହୁତ ସଂଖ୍ୟାରେ ଯୁବ ସ୍ଵେଚ୍ଛାସେବୀ ଏହି ବୈଠକରେ ଯୋଗଦାନ କରିଥିଲେ। ଚଳିତ ବର୍ଷ ଆମେ ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାରୁ ପ୍ରତିବର୍ଷ ଅପେକ୍ଷା ଏଥରର କାର୍ଯ୍ୟକ୍ରମ ଅଧିକ ଭବ୍ୟ କରିବା ପାଇଁ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ଯୋର ଦେଇଥିଲେ। “ଘରେ ଘରେ ତ୍ରିରଙ୍ଗା” କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିବା ପାଇଁ ସାଂସଦ ମହୋଦୟ ତାଙ୍କ ବ୍ଯକ୍ତିଗତ ପ୍ରଚେଷ୍ଟାରେ ସଂସଦୀୟ କ୍ଷେତ୍ରର ୭୦ ହଜାର ଘରକୁ ଜାତୀୟ ପତାକା ଓ ପ୍ରତି ବର୍ଷ ଭଳି ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ରାକ୍ଷୀ ଓ ଲୋକଙ୍କ ଉଦ୍ଦେଶ୍ୟରେ ସାଂସଦଙ୍କ ସନ୍ଦେଶ ପତ୍ର ପଠାଇବାର ଘୋଷଣା କରିଛନ୍ତି। କାର୍ଯ୍ୟକ୍ରମକୁ ବାସ୍ତବାୟୀତ କରିବା ପାଇଁ ବୁଥ୍ ସ୍ତରରୁ ଆରମ୍ଭ କରି ସମସ୍ତ ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କୁ ନେଇ ସାଂଗଠନିକ ଯୋଜନା ଓ ସଂରଚନା କରାଯାଇଅଛି। ସ୍ବେଚ୍ଛାସେବୀ ମାନେ ରାକ୍ଷୀ ପୂର୍ଣ୍ଣିମା ଦିନ ଘରକୁ ଘର, ହାଟ ବଜାର, ସାହି ବସ୍ତିରେ ବୁଲି ରାକ୍ଷୀ ଗୀତ ଗାନ କରି ଲୋକଙ୍କୁ ରାକ୍ଷୀ ବାନ୍ଧିବା ସହିତ ସାଂସଦଙ୍କ ପତ୍ର ବଣ୍ଟନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି କହିଛନ୍ତି, ନିଳଗିରି ବିଧାୟକ ସୁକାନ୍ତ ନାୟକ, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ପୁର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ରେମୁଣାର ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର ଓ ପର୍ଶୁରାମ ବେହେରା, ସଂସ୍କୃତ ବିଶାରଦ ଡ଼ଃ କୁମାର ମିଶ୍ର, ସଦର ଉପନିର୍ବାଚନ ପ୍ରାର୍ଥୀ ମାନସ କୁମାର ଦତ୍ତ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି କାର୍ଯ୍ୟକ୍ରମ ବାବଦରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ