ବାଲେଶ୍ୱରକୃଷିମହାବିଦ୍ୟାଳୟ ପ୍ରତିଷ୍ଠାକ୍ରିୟାନୁଷ୍ଠାନ ସମିତିର ବାର୍ଷିକ ସମ୍ମିଳନୀ ପାଇଁ ପ୍ରସ୍ତୁତିବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ତରଓଡ଼ିଶାର ପ୍ରାଣକେନ୍ଦ୍ରବାଲେଶ୍ୱରରେ ଏକ କୃଷିମହାବିଦ୍ୟାଳୟ ପ୍ରତିଷ୍ଠା ଦାବିରେ ଗତ ତିନିବର୍ଷ ଧରିଗଣତାନ୍ତ୍ରିକ ଆନ୍ଦୋଳନ ହୋଇଆସୁଛି ।ସମିତିରସଭାପତି ଡ. କେଶବଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତହୋଇଯାଇଛି ।ଉକ୍ତବୈଠକରେସମ୍ପାଦକ ଅଭୟଚନ୍ଦ୍ରମିଶ୍ରବିବରଣୀ ପାଠକରିଥିଲାବେଳେକୋଷାଧ୍ୟକ୍ଷଭାସ୍କରଚନ୍ଦ୍ର ପାଢ଼ୀ ଗତ ଆର୍ଥିକବର୍ଷର ଆୟବ୍ୟୟବୈଠକରେଉପସ୍ଥାପନ କରିଥିଲେ ।ସଭାପତି ଡ. ପଣ୍ଡାଉକ୍ତମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟରକୁଳପତି, ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ, ଉପମୁଖ୍ୟସଚେତକ ତଥା ରେମୁଣାବିଧାୟକଗୋବିନ୍ଦ ଚନ୍ଦ୍ର ଦାସ ଓ ବାଲେଶ୍ୱରସଦର ବିଧାୟକମାନସ ଦତ୍ତଙ୍କ ଜରିଆରେମୁଖ୍ୟମନ୍ତ୍ରୀ, କୃଷିମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯାଇଅଛି ସେହିପରିବାଲେଶ୍ୱରଜିଲ୍ଲାପାଳଙ୍କଜରିଆରେମୁଖ୍ୟମନ୍ତ୍ରୀ, ଉଚ୍ଚଶିକ୍ଷାମନ୍ତ୍ରୀ, କୃଷିମନ୍ତ୍ରୀ ଓ କେନ୍ଦ୍ରଶିକ୍ଷାମନ୍ତ୍ରୀଙ୍କୁ ଏକ ସ୍ମାରକପତ୍ର ଦିଆଯାଇଅଛି ।ବୈଠକର ନିଷ୍ପତ୍ତି ଅନୁସାରେ ଆଞ୍ଚଳିକବୈଠକ ପରେଜିଲ୍ଲାବାର୍ଷିକ ସମ୍ମିଳନୀ ନଭେମ୍ବରମାସଶେଷସପ୍ତାହରେହେବାପାଇଁସ୍ଥିରୀକୃତହୋଇଛି ।ଏହିବୈଠକରେ ଡ. କ୍ଷିତୀଶ୍ୱର ଦାଶ, ପ୍ରଫୁଲ୍ଲକୁମାର ଦାସ, ଅକ୍ଷୟକୁମାରତ୍ରିପାଠୀ, ରବିନାରାୟଣଭୋଳ, ହରନାରାୟଣମଢ଼ୁଆଳ, ମନୋଜକୁମାରବେହେରା, ଭୂପତିକୁମାର ପାତ୍ର, ଅନନ୍ତ କୁମାର ଦତ୍ତ, ଅକ୍ଷୟକୁମାର ଦାସ, ପୁରୁଷୋତ୍ତମବେହେରା ଓ ରବିକୁମାର ପାଣିଗ୍ରାହୀ ପ୍ରମୁଖଉପସ୍ଥିତରହି ଆଲୋଚନାରେଭାଗନେଇଥିଲେ ।ବୀରେନ୍ଦ୍ର ନାରାୟଣ ପ୍ରହରାଜଶେଷରେସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।