ବାଲେଶ୍ୱରରେ ଅନୁଷ୍ଠିତ ହେଲା ନରେନ୍ଦ୍ର ମୋଦିଙ୍କ ‘ମୁଁ ଭି ଚୌକିଦାର’ କାର୍ଯ୍ୟକ୍ରମ

ବାଲେଶ୍ୱର,୧/୪(ଯୁଗାବ୍ଦ ନ୍ୟୁଜ) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଥିବା ‘ମୁଁ ଭି ଚୌକିଦାର’ ଆଜି ଏକ ଜନ ଆନ୍ଦୋଳନ ରୂପ ନେଇଛି । ଭାରତବର୍ଷର ବିଭିନ୍ନ ସ୍ଥାନରେ ଏହି ଚୌକିଦାର କାର୍ଯ୍ୟକ୍ରମ ଜରିଆରେ ନିଜ କର୍ତ୍ତବ୍ୟକୁ ନିଷ୍ଠା ଓ ସଚ୍ଚୋଟତାର ସହ ପାଳନ କରୁଥିବା ନାଗରିକଙ୍କ ସହ ଲାଇଭ କାର୍ଯ୍ୟକ୍ରମ ‘ମେଁ ଭି ଚୌକିଦାର’ ଜରିଆରେ ଦେଶବାସୀଙ୍କ ସହ ସିଧା ସମ୍ବାଦ କରିଥିଲେ । ଏହି ପରିପେକ୍ଷୀରେ ବାଲେଶ୍ୱର ସହରର ଗାନ୍ଧୀସ୍ମୃତି ଭବନଠାରେ ଅନୁରୂପ ଏହି ଲାଇଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସହରର ବିଭିନ୍ନ ବର୍ଗର ଯୁବ, ଛାତ୍ର, ମହିଳା ଆଦି ଶତାଧିକ ଲୋକମାନେ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ମୋଦିଜୀଙ୍କ କଥାକୁ ଧ୍ୟାନ ଦେଇ ଶୁଣିଥିଲେ । ରାଷ୍ଟ୍ରର ସମ୍ମାନ, ସାମାଜିକ କଲ୍ୟାଣ ତଥା ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଅନୁରୋଧ କରିଥିଲେ । ଦେଶରେ କଂଗ୍ରେସ ଦଳ ଦୀର୍ଘ ୬୦ବର୍ଷ ଶାସନ କରିବା କରିବା ପରେ ଅରାଜକତା, ସୈନିକ ମନୋବଳ ଦୁର୍ବଳ ଏବଂ ବିଭାଜନକାରୀ ଶକ୍ତିକୁ ସକ୍ରିୟ କରୁଥିବାବେଳେ ଆମ ପଡୋଶୀ ଦେଶ ପାକିସ୍ତାନ ଦେଶରେ ଆତଙ୍କୀ ଆକ୍ରମଣ କରି ଅଶାନ୍ତ ସୃଷ୍ଟି କରିବାକୁ ଚାହୁଁଛି । କିନ୍ତୁ ଆଜି ଭାରତୀୟ ସୈନ୍ୟ ପାକିସ୍ତାନକୁ ମୁଁହ ତୋଡ ଜବାବ ଦେଇଛି ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି । ଆଜି ଦେଶର ଅଖଣ୍ଡତାକୁ ମୋଦିଜୀ ବଜାୟ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ନେତା ପ୍ରତାପ ଷଢଙ୍ଗୀ, ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ, ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ଜିଲ୍ଲା ସମ୍ପାଦକ ଚିତ୍ତରନ ପଣ୍ଡା, ଲୋକସଭା ସହ ପ୍ରଭାରୀ ଅଜୟ ମିଶ୍ର, ଜିଲ୍ଲା ପ୍ରଭାରୀ ମିହିର ପାଣି, ଶୁଭଙ୍କର ମହାପାତ୍ର, ସତ୍ୟଜିତ ମିଶ୍ର, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ବୈଲୋଚନ ଦାସ, ଧିରଜ ମହାନ୍ତି, ସ୍ୱରଝଙ୍କାର ସେଠୀ, ନିତିନ ଦାସ, ଅରୁପ ଜେନା, ବିକାଶ ପାଢୀ,ମନ୍ମୟ ଦାସ, ପବନ କମିଳା, ସ୍ୱାଧୀନ ପଣ୍ଡା, ରାଧାକାନ୍ତ ଦାସ, ଦିଲ୍ଲୀପ ଦାସ, ରାଜେଶ ମହାପାତ୍ର, ମହୁଆ ପ୍ରଧାନ, ସସ୍ମିୁତା ଦାସ, ସଂଯୁକ୍ତା ମହାପାତ୍ର, ଶ୍ରୀୟା ଦାସ, ମଣ୍ଟୁ ପେରିବାଲ, ଦିଲ୍ଲିପ ମାଝୀ, ଶୋଭାକର ସାହୁ, ପ୍ରଦୀପ ବେହେରା, ପ୍ରକାଶ ବେହେରା, ଭାଗ୍ୟରନ ନାୟକ, ଅନନ୍ତ ନାୟକ, ନୀରଜ ବେହେରା, ସୀତାରାମ ନାଥ, ଅବିନାଶ ସେଠୀ, ସରୋଜ ହାଜରା, ସବିତା ପାଣିଗ୍ରାହୀ, ବଳରାମ ପାତ୍ର ଓ ଅନୁରାଗ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ