ବାଲେଶ୍ୱରରେ ଆନ୍ତର୍ଜାତିକ ପଥବିକ୍ରେତା ଦିବସ ପାଳିତ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍୍ର): ବାଲେଶ୍ୱର ସହରର ଉଠା ଦୋକାନୀମାନେ ପ୍ରତିବର୍ଷଭଳି ଆନ୍ତର୍ଜାତିକ ପଥବିକ୍ରେତା ଦିବସ ମହାସମାରୋହରେ ପାଳନ କରିଛନ୍ତି । ସମାଜର ସଂଖ୍ୟାଗରିଷ୍ଠ ଜନଗଣଙ୍କୁ ଅନ୍ତୁଡ଼ିଶାଳରୁ ଜୁଇଗାତ ପର୍ଯ୍ୟନ୍ତ ବିଭିନ୍ନ ଆବଶ୍ୟକୀୟ ସାମଗ୍ରୀ ସ୍ୱଳ୍ପମୂଲ୍ୟରେ ଯୋଗାଉଥିବା ଉଠାଦୋକାନୀମାନେ ଭାରତର ମୌଳିକ ଅର୍ଥନୀତିର ମେରୁଦଣ୍ଡଭାବେ କାର୍ଯ୍ୟ କରିଚାଲିଛନ୍ତି । କୃଷି, ହସ୍ତଶିଳ୍ପ, ଗ୍ରାମ୍ୟ କାରିଗରୀ, ଖାଦ୍ୟ ସାମଗ୍ରୀ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ଉତ୍ପାଦନକୁ ଲୋକଙ୍କ ପାଖରେ ପହଞ୍ଚାଇବାର ସର୍ବ ବୃହତ୍ତମ ସାଧାରଣ ବଣ୍ଟନ ବ୍ୟବସ୍ଥାର ମେରୁଦଣ୍ଡ ହେଉଛନ୍ତି ପଥବିକ୍ରେତା । ଗତ ତିନି ଦଶନ୍ଧି ଧରି କର୍ମନିଯୁକ୍ତିବିହୀନ ତଥାକଥିତ ବିକାଶ ଅର୍ଥନୀତିରେ ଏକମାତ୍ର ସର୍ବ ବୃହତ୍ତମ ବିକଳ୍ପ ଜୀବିକା ଅର୍ଜ୍ଜନ କ୍ଷେତ୍ରଭାବେ ପଥପାଶ୍ୱର୍ ଖୁଚୁରା ବେପାର ବା ଷ୍ଟ୍ରିଟ୍ ଭେଣ୍ଡିଙ୍ଗ୍ ଏକମାତ୍ର ଉତ୍ସ ଭାବେ ରହିଥିବାବେଳେ ଭାରତରେ ଏହି ପଥପାର୍ଶ୍ବ ଖୁଚୁରା ବେପାରରେ ବାର୍ଷିକ ୩୧ଲକ୍ଷ ୫୦ ହଜାର କୋଟି ଟଙ୍କାର ବ୍ୟବସାୟରେ ୬କୋଟି ଉଠଦୋକାନୀ ତାଙ୍କ ପରିବାର ମିଶାଇ ୨୫ କୋଟି ଲୋକଙ୍କ ଜୀବିକା ଚାଲିଥିବାବେଳେ ଏହା ଉପରେ ୱାଲମାର୍ଟ, ଟେସ୍କୋ, ରିଲାଏନ୍ସ ଭଳି ବହୁ ପୁଞ୍ଜିପତିମାନେ ଏହାକୁ କବ୍ଜା କରିବାପାଇଁ ଘୃଣ୍ୟ ଷଡ଼ଯନ୍ତ୍ର ଚଳାଇଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଉଠାଦୋକାନୀ ପଥବିକ୍ରେତାଙ୍କ ଜୀବିକା ଛଡ଼ାଇ ନେବାପାଇଁ ସ୍ମାର୍ଟସିଟି ଓ ଅମୃତ ସିଟିର ଷଡ଼ଯନ୍ତ୍ରମୂଳକ ପରିକଳ୍ପନା କରିଯାଇଛନ୍ତି । ତେଣୁ ଭାରତର ସ୍ୱାବଲମ୍ବୀ ଅର୍ଥନୀତିର ବିକାଶ ପାଇଁ ଖୁଚୁରା ବ୍ୟବସାୟରେ ବିଦେଶୀ ପୁଞ୍ଜି ବିନିଯୋଗ ବନ୍ଦ କରିବାପାଇଁ ୨୦୧୪ ରେ ସଂସଦ ଦ୍ୱାରା ପ୍ରଣିତ ପଥବିକ୍ରେତା ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିମୟ ଆଇନ-୨୦୧୪ ପ୍ରଣୟନ ହୋଇଥିଲେ ମଧ୍ୟ ଓଡ଼ିଶା ସରକାର ଏହି ଆଇନ୍ ପରିପନ୍ଥୀ ନିୟମାବଳୀ ପ୍ରଣୟନ ସହ ଉଠାଦୋକାନୀଙ୍କ ଜୀବିକା ଦୁର୍ବିସହ କରାଇଥିବାରୁ ଏହି କେନ୍ଦ୍ରୀୟ ଆଇନ୍ ମୁତାବକ ନିୟମାବଳୀ ପ୍ରଣୟନ ଦାବି କରାଯାଇଛି । ଉଠାଦୋକାନୀଙ୍କୁ ସାମାଜିକ ନିରାପତ୍ତା ପାଇଁ ‘ପଥବିକ୍ରେତା କଲ୍ୟାଣ ବୋର୍ଡ଼’ ଗଠନ କରିବା, ବାଲେଶ୍ୱରରେ ଉଚ୍ଛେଦ ହୋଇଥିବା ସମସ୍ତ ଉଠାଦୋକାନୀଙ୍କୁ ଯୁଦ୍ଧକାଳୀନ ଭିତ୍ତିରେ ଥଇଥାନ ଦାବି ନେଇ ଆଲୋଚନା କରାଯାଇଥିଲା । ନ୍ୟାସନାଲ ହକର ଫେଡେରେଶନର ସର୍ବଭାରତୀୟ ଅତିରିକ୍ତ ସାଧାରଣ ସଂପାଦକ ତଥା ଓଡ଼ିଶା ପଥବିକ୍ରେତା ସଂଘର ସଭାପତି ଜୟନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ‘ଆନ୍ତର୍ଜାତିକ ପଥ ବିକ୍ରେତା ଦିବସ’ ଉତ୍ସବ ପାଳନ ବେଳେ ପୂର୍ବତନ ନଗରପାଳ ତପନ ଚକ୍ରବର୍ତ୍ତୀ ମୁଖ୍ୟଅତିଥିଭାବେ, ‘ଭିଟାମାଟି ସୁରକ୍ଷା ଆନ୍ଦୋଳନ’ର ନେତା ଅରୁଣ ଜେନା, ମୁଖ୍ୟବକ୍ତାଭାବେ, ବାଲେଶ୍ୱର ପଥବିକ୍ରେତା ସଂଘର ଉପସଭାପତି ଆବିଦ ଖାଁ, ସଂପାଦକ ମୋହିନୀ ମୋହନ ପରିଡ଼ା, ବିଭିନ୍ନ କମିଟିରୁ ଦୀନବନ୍ଧୁ ସାହୁ, ଦୀନବନ୍ଧୁ ଦାସ,ଉଦୟ ଅଭିରାମ ବାରିକ, ରାମଚନ୍ଦ୍ର ପରିଡ଼ା, ଟିପିରି ସିଂ, ମହମ୍ମଦ ଆସ୍ଲାମ୍, ସେକ୍ ଇସ୍ଲାମ୍, ସେକ୍ ରିଆଜ, ସେକ୍ ରୁକ୍ସାନ, ସହଦେବ ମହାନ୍ତି, କୁଳମଣି ସାହୁ, ମନୋଜ ରାଠୋର, ପୂର୍ଣ୍ଣଚନ୍ଦ୍ର ଦାସ, ପୂର୍ଣ୍ଣ ଖଟୁଆ, ଚନ୍ଦନ ଦାସ, ସୁଧାଂଶୁ ଶାହା, ରାଜେଶ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ମହାଳିକ, ବସନ୍ତ ସାହୁ, ମହତାବ ଆଲାମ, ଛୋଟୁ, ରାଜିକ୍ ଖାନ୍, ରହିମ୍ ଖାନ୍, ନିରାକାର ଷଣ୍ଢ, ସେଖ ସମିମ୍, ସେକ୍ ସଲାଉଦ୍ଦିନ୍, ସେକ୍ ହବିବୁର ରହେମାନ୍, ଜୟନ୍ତୀ ଦାସ, ସତ୍ୟ ଦାସ, ବାପୁନ ସାହୁ, ବଳରାମ ପୃଷ୍ଟି, ଚିତ୍ତରଞ୍ଜନ ସେନ୍, ପ୍ରଦୀପ କର,ମାୟାଧର ସାହୁ ପ୍ରମୁଖ ବକ୍ତବ୍ୟ ଦେବା ସହ ଫନୀ ମହାବାତ୍ୟା କ୍ଷତିଗ୍ରସ୍ତଙ୍କ ରିଲିଫ୍ ଓ ଥଇଥାନ ସହାୟତା ପାଇଁ ବାଲେଶ୍ୱର ପଥ ବିକ୍ରେତା ସଂଘ ପକ୍ଷରୁ ସରକାରଙ୍କ ରିଲିଫ୍ ପାଣ୍ଠିକୁ ଅର୍ଥ ଜିଲ୍ଲାପାଳଙ୍କ ଠାରେ ୨୭ମେ’ରେ ଦାଖଲ ସହ ଏହିସବୁ ଦାବି ପ୍ରସ୍ତାବ ଉପସ୍ଥାପନ କରିବାକୁ ସ୍ଥିର କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ