ବାଲେଶ୍ୱରରେ ଆନ୍ତର୍ଜାତିକ ପଥବିକ୍ରେତା ଦିବସ ପାଳିତ

ବାଲେଶ୍ୱର, (ସରୋଜ ପଣ୍ଡା) :-ଆଜି ବାଲେଶ୍ୱର ସହରର ସମସ୍ତ ଉଠାଦୋକାନୀ ତାଙ୍କ ପଥ ବିକ୍ରେତା କାର୍ଯ୍ୟ ବନ୍ଦ ରଖି ଆନ୍ତର୍ଜାତିକ ପଥ ବିକ୍ରେତା-ହକର ଦିବସ ପାଳନ କରିଛନ୍ତି । ୪ ଦଫାର ସଂକଳ୍ପ ନେଇ ଏହି ଆନ୍ତର୍ଜାତିକ ହକର ଓ ପଥବିକ୍ରେତା ଦିବସ ପାଳନ କରାଯାଇଛି । ୨୦୧୪ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପ୍ରଣିତ ‘ପଥବିକ୍ରେତା ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିୟମ ଆଇନ-୨୦୧୪’ର କାର୍ଯ୍ୟକାରିତା ପାଇଁ ୨୦୧୫ରେ ଓଡ଼ିଶା ସରକାରଙ୍କ ଦ୍ୱାରା ବିଧାନସଭାରେ ଗିଲୋଟିନ୍ ମାଧ୍ୟମରେ ଅନୁମୋଦିତ ଓଡ଼ିଶା ପଥବିକ୍ରେତା ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବିନିୟମ ନିୟମାବଳୀ – ୨୦୧୫ କେନ୍ଦ୍ରୀୟ ଆଇନର ପରିପନ୍ଥୀ ହୋଇଥିବାରୁ କେନ୍ଦ୍ରୀୟ ଆଇନକୁ କାର୍ଯ୍ୟକାରୀ କରିବାପାଇଁ ଓଡ଼ିଶା ନିୟମାବଳୀ ସଂଶୋଧନ କରାଯାଉ, ପୂର୍ବରୁ ବାଲେଶ୍ୱର ସହରରେ ସର୍ଭେ ଭିତ୍ତିରେ ଚିହ୍ନଟ କରାଯାଇଥିବା ପ୍ରକୃତ ପଥବିକ୍ରେତା ଓ ପ୍ରଧାନମନ୍ତ୍ରୀ ସ୍ୱନିଧି ଋଣ ଯୋଜନାରେ ଏଲ୍‌.ଓ.ଆର. ଭିତ୍ତିରେ ଚିହ୍ନିତ ସମସ୍ତ ଉଠାଦୋକାନୀ ପଥବିକ୍ରେତାମାନଙ୍କୁ ସାର୍ଟିଫିକେଟ୍ ଅଫ୍ ରେଜିଷ୍ଟ୍ରେସନ୍ ଅଫ୍ ଭେଣ୍ଡିଙ୍ଗ୍ ପ୍ରଦାନ କରାଯାଉ, (୨) ଜଳବାୟୁ ପରିବର୍ତ୍ତନର ବିଷବଳୟରେ ସମଗ୍ର ଜୀବଜଗତ ଓ ଜୈବ ବିବିଧତା ଧ୍ୱଂସ ପାଇବାକୁ ବସିଲାଣି । ବିବିଧତା ଧ୍ୱଂସ ହୋଇଚାଲିଛି । ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଜୀବଜଗତର ସୁରକ୍ଷାପାଇଁ ପ୍ୟାରିସ୍ ଚୁକ୍ତିରେ ଫସିଲ ଜୀବାସ୍ମ ଇନ୍ଧନର ଖଣିଜ ଉତ୍ତୋଳନ ଓ ବ୍ୟବହାର ବନ୍‌ଦ ପାଇଁ ସ୍ୱାକ୍ଷର କରି ଆସିବା ପରେ ଭାରତ ସରକାର ଏହାର ପରିପନ୍ଥୀ ଭୂମିକା ନେଇ କୋଇଲାଖଣିର ଘରୋଇକରଣ ସହ ଅତ୍ୟଧିକ କୋଇଲା ଖନନ ସହ ଥର୍ମାଲ୍ ବିଦ୍ୟୁତ୍ ଉତ୍ପାଦନ ବଢ଼ାଇ ଚାଲିଛନ୍ତି । ତେଣୁ ଅବିଳମ୍ବେ କୋଇଲା ଖଣି ଖନନ ବନ୍ଦ କରି ଅକ୍ଷୟ ଉର୍ଜା ବ୍ୟବହାର ଓ ପ୍ରୋତ୍ସାହନ ଦେଇ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ଉଦ୍‌ବେଗଜନକ ବିଷବଳୟ ସୃଷ୍ଟି କଲେଣି । ଏହାଛଡ଼ା ସହର ବିକାଶ ନାମରେ ଆଖିବୁଜା ଗଛ କାଟିବା ସହ ସହରାଞ୍ଚଳ ଲୋକଙ୍କୁ ଅମ୍ଳଜାନରୁ ବଂଚିତ କରି ଚାଲିଛନ୍ତି । ତେଣୁ ସହରାଞ୍ଚଳବାସୀ ଅମ୍ଳଜାନ ଯୋଗାଣ ପାଇଁ ପ୍ରତି ରାସ୍ତା ପାଶ୍ୱର୍ରେ ନିମ୍ବ ଏବଂ ଅଶ୍ୱତ୍ଥ ବୃକ୍ଷରୋପଣ କରିବା, (୩) ଇ-କମର୍ସ ନାମରେ ଭାରତର ସାଧାରଣ ଖାଉଟିଙ୍କ ଅର୍ଥ ବିଦେଶକୁ ଚାଲିଯିବା ଫଳରେ ଜାତୀୟ ଅର୍ଥନୀତି ଭୁଷୁଡ଼ି ପଡ଼ିବାର ଆଶଙ୍କା ଥିବାରୁ ଇ-କମର୍ସରେ ବିଦେଶୀ ଓ ଦେଶୀ ବହୁଜାତୀୟ ପୁଞ୍ଜି ଉପରେ ଅଙ୍କୁଶ ଲଗାଇବା ସହ ସୁନିୟନ୍ତ୍ରୀତ କରିବାପାଇଁ ଦାବି କରାଯାଇଛି । (୪) ଦେଶର ସ୍ୱାଧୀନତା ଆନ୍ଦୋଳନର ମୁକସାକ୍ଷୀ ଥିବା ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ମିଶନ ଶକ୍ତିର ସପିଙ୍ଗ୍ କମ୍ପେ୍ଲକ୍ସ ନିର୍ମାଣ ବନ୍ଦ କରାଯାଉ ଓ ନିର୍ମାଣାଧୀନ ଗୃହ ସ୍ୱାଧୀନତା ଆନ୍ଦୋଳନ ସଂଗ୍ରହାଳୟ ପାଇଁ ହସ୍ତାନ୍ତର କରିବାକୁ ଦାବି କରାଯାଇଛି । ଏହି ପ୍ରତିଷ୍ଠା ଦିବସରେ ଓଡ଼ିଶା ପଥବିକ୍ରେତା ସଂଘ ସଭାପତି ତଥା ନେଶନାଲ ହକର ଫେଡେରେଶନର ଅତିରିକ୍ତ ସାଧାରଣ ସଂପାଦକ ଜୟନ୍ତ ଦାସ ପରିବେଶ ସୁରକ୍ଷିତ ହେଲେ ସମାଜ ସୁରକ୍ଷିତ ହେବ, ସମାଜ ସୁରକ୍ଷିତ ହେଲେ ଜୀବିକା ସୁରକ୍ଷିତ ହେବ ବୋଲି ସୂଚନା ଦେଇ ନେଶନାଲ ହକର ଫେଡେରେସନ୍‌ର ସଂକଳ୍ପ ଘୋଷଣା କରିଥିଲେ । ଏହି ସଂକଳ୍ପ ଉପସ୍ଥିତ ସମସ୍ତ ପଥବିକ୍ରେତା ସାମୂହିକ ସଂକଳ୍ପ ପାଠ କରିଥିଲେ । ଏହି ଆନ୍ତର୍ଜାତିକ ଦିବସରେ ଭିଟାମାଟି ସୁରକ୍ଷା ଆନ୍ଦୋଳନର ନେତା ଅରୁଣ ଜେନା, ପଥବିକ୍ରେତା ସଂଘର ଉପସଭାପତି ଆବିଦ୍ ଖାନ୍‌, ସମ୍ପାଦକ ମୋହିନୀ ମୋହନ ପରିଡ଼ା, ସହସଂପାଦକ ଅଭିରାମ ବାରିକ୍‌, ମନୋଜ ରାଠୋର, ଟିଭିସି ସଦସ୍ୟ ରାମଚନ୍ଦ୍ର ପରିଡ଼ା, ଟିପିରି ସିଂ, ସହଦେବ ମହାନ୍ତି, ସେକ୍ ଆଦିଲ୍ ଅଲୀ, ରତନ ଗିରି, ରାଜେଶ ପଣ୍ଡା, ଦିବାକର ଜେନା, ପ୍ରଶାନ୍ତ ସେଠୀ, ରେଶମା ବିବି, ସାରଥୀ ମହାନ୍ତ, ଫୁଲମଣି ସିଂ, ଜୟନ୍ତୀ ଦାସ, ପ୍ରଶାନ୍ତ ସେଠୀ, ପ୍ରଦୀପ ସେଣ, ଶରତ କୁମାର ସେଠୀ, ନିତ୍ୟଚରଣ ସାହୁ, ବରୁଣ କୁମାର ଦାସ, ଶଶିଧର ନାଥ, ଶରତ କୁମାର ରାୟ, ବିଜୟ ବାରିକ୍‌, ସେକ୍ ସଫିବୁଲ୍‌, ରାମଜୀ ପାଣ୍ଡେ, ସେକ୍ ରାଜିକ୍‌, ରହିମ୍ ଖାନ୍‌, ସେକ୍ ରିୟାଜ୍‌, ପୂର୍ଣ୍ଣ ଦାସ, ମହମ୍ମଦ ମୁସ୍ତାଫା, ବି. ପୱନ ପଟ୍ଟନାୟକ, ସେକ୍ ଇସ୍‌ଲାମ୍‌, କୁଳମଣି ସାହୁ, ଇତ୍ୟାଦିଙ୍କ ନେତୃତ୍ୱରେ ଗାନ୍ଧିସ୍ମୃତିଭବନ ନିକଟରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ତର୍ଜାତିକ ପଥବିକ୍ରେତା ଦିବସର ସମାବେଶ ଅନୁଷ୍ଠିତ ହୋଇଥିଲା । ଶେଷରେ ଜୟନ୍ତ ଦାସଙ୍କ ନେତୃତ୍ୱରେ ଏକ ପାଞ୍ଚଜଣିଆ ପ୍ରତିନିଧି ଦଳ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୀଷ ପାଟିଲ୍‌ଙ୍କ ଠାରେ ଉପରୋକ୍ତ ଦାବିପତ୍ର ଉପସ୍ଥାପନ କରିଥିଲେ ଓ ଦାବିପତ୍ର ଗ୍ରହଣ କରି ପଥବିକ୍ରେତାମାନଙ୍କୁ ପଞ୍ଜୀକରଣ ସାର୍ଟିଫିକେଟ୍ ପ୍ରଦାନପାଇଁ ପୌରପରିଷଦ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ କରିବ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରାଙ୍ଗଣରେ ନିର୍ମାଣାଧିନ ସପିଂ କମ୍ପେ୍ଲକ୍ସକୁ ସ୍ୱାଧୀନତା ଆନ୍ଦୋଳନର ସଂରକ୍ଷଣାଳୟ କରିବାପାଇଁ ଜିଲ୍ଲାପାଳ ଓ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା, ରାସ୍ତା ପ୍ରଶସ୍ତିକରଣ ବେଳେ କଟାଯାଇଥିବା ଗଛର କ୍ଷତିଭରଣା ପାଇଁ ସହରର ସମସ୍ତ ରାସ୍ତା ପାଶ୍ୱର୍ରେ ବୃକ୍ଷରୋପଣ ସଂପର୍କରେ ଖୁବ୍‌ଶୀଘ୍ର ପଦକ୍ଷେପ ନେବାପାଇଁ ପ୍ରତିଶ୍ରୁତି ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ