ବାଲେଶ୍ୱରରେ ଆୟୁର୍ବେଦୀୟ ଚିକିତ୍ସା ପାଇଁ ମଞ୍ଚ ଗଠିତ
ବାଲେଶ୍ୱର, (ସରୋଜ ପଣ୍ଡା):ଉତ୍ତର ଓଡ଼ିଶାର ପ୍ରମୁଖ ସହର ଭାବେ ବାଲେଶ୍ୱର ପରିଗଣିତ ହୋଇଆସୁଥିଲା ଓ ଅଛି । ପରାଧୀନ ଭାରତକୁ ସ୍ୱାଧୀନ କରିବା ଓ ନୂତନ ଓଡ଼ିଶା ନିର୍ମାଣରେ ବାଲେଶ୍ୱରର ପୂର୍ବସୂରୀମାନେ ସେମାନଙ୍କର ସଂଗ୍ରାମ ପ୍ରଚେଷ୍ଟା ଜାରି ରଖିଥିଲେ । ସ୍ୱାଧୀନତା ପରେ ଓଡ଼ିଶାକୁ ଭୌଗୋଳିକ ଦୃଷ୍ଟିରୁ ମଧ୍ୟମ ଓଡ଼ିଶା କଟକ, ପଶ୍ଚିମ ଓଡ଼ିଶା ସମ୍ବଲପୁର, ଦକ୍ଷିଣ ଓଡ଼ିଶା ବ୍ରହ୍ମପୁର ଏବଂ ଉତ୍ତର ଓଡ଼ିଶା ବାଲେଶ୍ୱର ଚାରିଭାଗ ହେବାର ଥିଲା, ମାତ୍ର ତିନିଭାଗରେ ବିଭକ୍ତ ହେବାପରେ ଉତ୍ତର ଓଡ଼ିଶାବାସୀଙ୍କୁ ମଧ୍ୟମ ଓଡ଼ିଶା କଟକ ସହ ରଖିବା ଦ୍ୱାରା ବାଳେଶ୍ୱରବାସୀ ରେଭେନ୍ୟୁ ଡିଭିଜନ୍, ରେଳ ଡିଭିଜନ୍, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ, ମେଡିକାଲ୍ କଲେଜ୍ ଆଦି ସୁବିଧାରୁ ବଞ୍ôଚତ ହେବାକୁ ବାଧ୍ୟ ହୋଇଥିଲେ । ବାଲେଶ୍ୱରବାସୀଙ୍କର ଲଗାତର ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଫଳରେ ସରକାର ବିଶ୍ୱବିଦ୍ୟାଳୟ, ମେଡିକାଲ୍ କଲେଜ୍, ଏମ୍ସ ସେଟେଲାଇଟ୍ ସେଣ୍ଟର ଭଳି ଜରୁରୀ ପ୍ରତିଷ୍ଠାନମାନ ପ୍ରତିଷ୍ଠା କରିଛନ୍ତି । ସ୍ୱୟଂସଂପୂର୍ଣ୍ଣ କରିବାପାଇଁ ବାଲେଶ୍ୱରବାସୀଙ୍କ ଆଜି ବି ଆନ୍ଦୋଳନ ଜାରି ରହିଛି । କେନ୍ଦ୍ର ଓ ରାଜ୍ୟ ସରକାର ବାଲେଶ୍ୱରରେ ଆୟୁଷ ମନ୍ତ୍ରାଳୟ ତରଫରୁ ପଚାଶ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ୍ ନିର୍ମାଣ କରିବାକୁ ଦୀର୍ଘଦିନ ନିଷ୍ପତ୍ତି କରିଥିଲେ ମଧ୍ୟ ଏବେ ଦୀର୍ଘଦିନ ପରେ ସରକାରୀ ମଞ୍ଜୁରୀ ମିଳିଛି ଓ ଅବିଳମ୍ବେ ତାହା କାର୍ଯ୍ୟକ୍ଷମ ହେବ ବୋଲି ଆୟୁଷ ନିର୍ଦ୍ଦେଶକ ବାଲେଶ୍ୱର ଗସ୍ତରେ ଆସି ଘୋଷଣା କରିଛନ୍ତି । ସରକାର ତିନିବର୍ଷ ପୂର୍ବରୁ ଆୟୁର୍ବେଦୀୟ ବହିଃଚିକିତ୍ସା ବାଲେଶ୍ୱର ସଦର ଜିଲ୍ଲା ହସ୍ପିଟାଲରେ ଖୋଲିବାକୁ ଅର୍ଥ ମଞ୍ଜୁର କରିଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ନହେବାରୁ ବାଲେଶ୍ୱରବାସୀ ଉକ୍ତ ସେବାରୁ ବଞ୍ôଚତ ହୋଇଛନ୍ତି । ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି, ଆୟୁର୍ବେଦ ଚିକିତ୍ସକ, ଆୟୁର୍ବେଦ ପ୍ରେମୀମାନେ ଦୀର୍ଘଦିନରୁ ବାଲେଶ୍ୱରରେ ଏକ ସରକାରୀ ଆୟୁର୍ବେଦ ମେଡିକାଲ୍ କଲେଜ୍ ପ୍ରତିଷ୍ଠା ପାଇଁ ଦାବି କରି ଆସୁଥିଲେ ଓ ଅଛନ୍ତି । ଗତ ତା ୧୪-୦୮-୨୦୨୨ ରିଖ ସନ୍ଧ୍ୟାରେ ରାଣୀପାଟଣାସ୍ଥ ଗିରି ଆୟୁର୍ବେଦିକ ସେବା ସଦନ ଠାରେ ଆୟୁର୍ବେଦ ମେଡିକାଲ୍ କଲେଜ୍ ଓ ଆୟୁର୍ବେଦର ସାମଗ୍ରୀକ ବିକାଶର ଧାରାକୁ ଅଧିକ କ୍ରିୟାଶୀଳ କରିବା ଉପଲକ୍ଷେ ଏକ ସାଧାରଣ ସଭା ନିରଞ୍ଜନ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଡାକ୍ତର ସୁଧାଂଶୁ ଶେଖର ଦାଶ, ଡାକ୍ତର ପ୍ରଭାକର ରଥ, ଡାକ୍ତର ମଧୁସୂଦନ ଜେନା, ଡାକ୍ତର ପ୍ରଭାତ ରଞ୍ଜନ ପ୍ରଧାନ, ବରିଷ୍ଠ ଏଡ଼ଭୋକେଟ୍ ଗୌର ଚନ୍ଦ୍ର ବାରିକ, ଅବସରପ୍ରାପ୍ତ ବ୍ୟାଙ୍କ୍ ଅଫିସର ଅଭିରାମ ଦାସ, ଅବସରପ୍ରାପ୍ତ ବୀମା ଅଫିସର ଶ୍ୟାମସୁନ୍ଦର ଜେନା, ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ତରଫରୁ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ଦାସ, ଉପଦେଷ୍ଟା ରବି ପାଣିଗ୍ରାହୀ, ସଭ୍ୟ ଯୋଗେନ୍ଦ୍ର ମାହାନ୍ନା, ସମାଜେସେବୀ ଅଶୋକ କୁମାର ଦାସ ଏବଂ ମହେନ୍ଦ୍ର ନାଥ ପଣ୍ଡା ଆଲୋଚନାରେ ଅଂଶଗ୍ରହଣ କରି ଆୟୁର୍ବେଦ ମେଡିକାଲ୍ କଲେଜ୍ ଓ ଆୟୁର୍ବେଦର ସାମଗ୍ରୀକ ବିକାଶ ଧାରାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ‘ଆର୍ୟୁେବଦ ମେଡିକାଲ୍ କଲେଜ୍ ଓ ହସ୍ପିଟାଲ୍ ପ୍ରତିଷ୍ଠା ମଞ୍ଚ’ ନାମକ ଏକ ସଂଗଠନ ଗଠନ କରିବାକୁ ସର୍ବସମ୍ମତ ନିଷ୍ପତ୍ତି କ୍ରମେ ଗ୍ରହଣ କରିଅଛନ୍ତି । ଚଳିତ ଅଗଷ୍ଟ ମାସ ୪ର୍ଥ ରବିବାର ଅପରାହ୍ନ ୪ଟା ସମୟରେ ପରବର୍ତ୍ତୀ ସାଧାରଣ ସଭା ଡାକ୍ତର ପୂର୍ଣ୍ଣଚନ୍ଦ୍ର ଜେନା ଓ ଡାକ୍ତର ପ୍ରଭାତ ରଞ୍ଜନ ପ୍ରଧାନଙ୍କ ଯୁଗ୍ମ ଆବାହକତ୍ୱରେ ହେବାର ସ୍ଥିର ହୋଇଅଛି । ସ୍ଥାନୀୟ ବୟୋଜ୍ୟେଷ୍ଠ ବ୍ୟକ୍ତି ଗୟାପ୍ରସାଦ ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


