ବାଲେଶ୍ୱରରେ ‘କୋସମୋ ବଜାର’ ଶାଖା ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) :ଦେଶର ଅନ୍ୟତମ ଖାତନାମା ଖୁଚୁରା ବ୍ୟବସାୟ ପ୍ରତିଷ୍ଠାନ ‘କୋସମୋ ବଜାର’ର ନୂତନ ଫେମିଲି ସପିଙ୍ଗ ଶାଖା ସହରର ବିବେକାନନ୍ଦ ମାର୍ଗରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ପ୍ରାକ୍ତନ ସାଂସଦ ଇଂ ରବୀନ୍ଦ୍ର କୁମାର ଜେନା ଏହାକୁ ଉଦଘାଟନ କରିଥିଲେ । ପରିବାର ପାଇଁ ଆବଶ୍ୟକୀୟ ସାମାଗ୍ରୀ ଏଠାରେ ଉପଲବ୍ଧ ହେଉଥିବା ବେଳେ ସହର ସମେତ ଜିଲାବାସୀଙ୍କ ଚାହିଦା ପୂରଣରେ ଏହି ମଲ ବେଶ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି । କୋସମୋ ବଜାର ବାଲେଶ୍ୱର ଶାଖାର ସତ୍ୱାଧିକାରୀ ଗଣେଶ ପୋଦାର ଓ ଅମନ ରାଜବଙ୍କା ଏହି ଉଦଘାଟନୀ ଉତ୍ସବରେ ଯୋଗଦେଇ ଏଠାରେ ଉପଲବ୍ଧ ସାମଗ୍ରୀର ଗୁଣବତା ଓ ଗ୍ରାହକ ସେବା ସମ୍ପର୍କରେ ସୂଚନା ଦେଇଥିଲେ । ସବୁବର୍ଗର ଲୋକଙ୍କ ପାଇଁ ଲୁଗାପଟା ଠାରୁ ଆରମ୍ଭ କରି ଘର ପରିବାରର ଆବଶ୍ୟକୀୟ ସାମଗ୍ରୀ ଏଠାରେ ଖୁବ କମ ମୂଳ୍ୟରେ ମିଳୁଥିବା ସେମାନେ କହିଥିଲେ । ପ୍ରତ୍ୟେକ ସାମଗ୍ରୀ ଉପରେ ଦିଆଯାଉଥିବା ଆକର୍ଷଣୀୟ ରିଆତି ଗ୍ରାହକଙ୍କୁ ଆକୃଷ୍ଟ କରିବ ବୋଲି ସେମାନେ ଆଶା ପ୍ରକାଶ କରିଥିଲେ । ସମଗ୍ର ଦେଶରେ କୋସମୋ ବଜାରର ୨୮ ଗୋଟି ଶାଖା ବେଶ ସଫଳତାର ସହ ଚାଲିଥିବା ବେଳେ ଓଡ଼ିଶାରେ ଏହା ଦ୍ୱିତୀୟ ସପିଙ୍ଗ ମଲ ବୋଲି ସେମାନେ ସୂଚନା ଦେଇଥିଲେ । ଏହା ବାଲେଶ୍ୱରରେ ବ୍ୟବସାୟ କ୍ଷେତ୍ରରେ ଅନ୍ୟମାନଙ୍କଠାରୁ ଆଗରେ ରହିବ ବୋଲି ସତ୍ୱାଧିକାରୀ ଦ୍ୱୟ ଦୃଢ଼ ଆଶା ପ୍ରକାଶ କରିଥିଲେ । ଏହି ଶାଖାର ଜିଏମ ଜୟଦୀପ ଚାଟାର୍ଜୀ ଓ ଅପରେସନ ହେଡ ପ୍ରବୀଣ ମୁଖାର୍ଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମ ପରିଚାଳନାରେ ସଂଜୟ ଅଗ୍ରୱାଲ ବିଶେଷ ଭୂମିକା ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ