ବାଲେଶ୍ୱରରେ ଜାତୀୟ ଆୟୁର୍ବେଦ ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲା ସରକାରୀ ଆୟୁର୍ବେଦିକ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟରେ ଜାତୀୟ ଆୟୁର୍ବେଦ ଦିବସ ଓ ଭଗବାନ ଧନ୍ୱନ୍ତରୀ ଜୟନ୍ତୀ ପାଳିତ ହୋଇିଯାଇଛି ।ଏହି ପରିପ୍ରେକ୍ଷୀରେ ଆୟୁର୍ବେଦ ଚିକିତ୍ସା ଶିବିର ଆୟୋଜନ ସାଙ୍ଗକୁ ‘ହର ଦିନ ହର ଘର ଆୟୁୁର୍ବେଦ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଆୟୁର୍ବେଦ ଚିକିତ୍ସାଧିକାରୀ ଡାକ୍ତର ଅଜୟ କୁମାର ସେଣ୍ଢ ଏଥିରେ ସଭାପତିତ୍ୱ କରିବା ସହିତ ଧନ୍ୱନ୍ତରୀ ଜୟନ୍ତୀର ତାତ୍ପର୍ଯ୍ୟ ଏବଂ ଆୟୁର୍ବେଦ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋଚନା କରିଥିଲେ । ଡାକ୍ତର ରାଜୀବ କୁମାର ମାଝୀ, ଡାକ୍ତର ସମୀର ରଞ୍ଜନ ଛାଟୋଇ, ଡାକ୍ତର ସୟଦ ମୋଜାମିଲ ଅଲ୍ଲି ଓ ଓଗାପା ବାଲେଶ୍ୱର ମଣ୍ଡଳ ସଭାପତି ଡାକ୍ତର ଅନୀଲ କୁମାର ଦାଶ ପ୍ରମୁଖ ଏଥିରେ ବରେଣ୍ୟ ବକ୍ତା ନିରୋଗ ସ୍ୱସ୍ଥ୍ୟରକ୍ଷାରେ ଆୟୁର୍ବେଦିକ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟର ଉପ-ବିଭାଗୀୟ ଅଧିକାରୀ ବିନୋଦ କୁମାର ଜେନା, ଅମ୍ବିକା ମହାପାତ୍ର, ପୂର୍ବତନ ଜିଲ୍ଲା ଆୟୁର୍ବେଦିକ ଚିକିତ୍ସାଧିକାରୀ ଡାକ୍ତର ପୁରୁଷୋତ୍ତମ ସିଂହ, ଡକ୍ତର ବଙ୍କିମ ଜେନା, ଡାକ୍ତର ଶାନ୍ତନୁ ଦାସ, ଡାକ୍ତର ବୈକୁଣ୍ଠ ମଲ୍ଲିକ, ଡାକ୍ତର ହରିଶ ପାଣିଗ୍ରାହୀ, ଡାକ୍ତର ପରେଶ ଆଚାର୍ଯ୍ୟ, ଆୟୁଷ ବିକାଶ ମଞ୍ଚର ଜିଲା ସମ୍ପାଦକ ହିମାଂଶୁ ଦାସ ପ୍ରମୁଖ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆୟୋଜିତ ଚିକିତ୍ସା ଶିବିରରେ ୩ ଶହରୁ ଉର୍ଦ୍ଧ୍ୱ ରୋଗୀଙ୍କ ରୋଗ ନିରୂପଣ ସହ ଔଷଧ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ