ବାଲେଶ୍ୱରରେ ଜିଲାସ୍ତରୀୟ ଗୁଡ ଗଭଣ୍ଣାନ୍ସ ସପ୍ତାହ
ବାଲେଶ୍ୱର, (ସରୋଜ ପଣ୍ଡା):ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ୧୯ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସମଗ୍ର ଓଡ଼ିଶାରେ ଆରମ୍ଭ ହୋଇଛି \”ଗୁଡ଼ ଗଭର୍ଣ୍ଣାନ୍ସ ସପ୍ତାହ’ ପାଳନ କାର୍ଯ୍ୟକ୍ରମ ।ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା ପ୍ରଶାସନ ପକ୍ଷରୁ ‘ଶାସନ ଗାଓଁ କି ଓର-୨୦୨୨’ କାର୍ଯ୍ୟକ୍ରମ ଅଧାରରେ ଏକ କର୍ମଶାଳା ସ୍ଥାନୀୟ ଜିଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳ ଦତାତ୍ରୟ ଭାଉସାହେବ ଶିନ୍ଦେ, ଅତିରିକ୍ତ ଜିଲାପାଳ ନିଲୁ ମହାପାତ୍ର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରବୀନ୍ଦ୍ର କୁମାର ସାହୁ, ବାଲେଶ୍ୱର ଉପ-ଜିଲ୍ଲ।।ଳ କୁଣାଳ ଚୌହାଣ ମୋତିରାମ, ନୀଳଗିରି ଉପ-ଜିଲ୍ଲାପାଳ ମନ୍ଦରଧର ମହାଳିକ, ଭାରତୀୟ ପ୍ରଶାସନିକ ସେବାର ପ୍ରୋବେସନର କିରଣଦୀପ କୌର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ତଥା ଜନସ୍ୱାସ୍ଥ୍ୟ ଅଧିକାରୀ ଦୁଲାଳ ସେନ ଜଗଦେବ ଏବଂ କେନ୍ଦ୍ରୀୟ ସଚିବାଳୟ ସେବାରୁ ଆସିଥିବା ଅଧିକାରୀମାନେ ମଞ୍ଚାସୀନ ହୋଇଥିଲେ । ଜନସାଧାରଣଙ୍କ ଦ୍ୱାର ଦେଶରେ ସୁଶାସନ ପହଞ୍ଚାଇବା ଉପରେ ଜିଲାପାଳ ଶ୍ରୀ ଶିନ୍ଦେ ଏଥିରେ ଗୁରୁତ୍ୱାରୋପ କରିଥିଲେ । ଅନେକ ସମୟରେ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ପ୍ରଶାସନ ଚଳାଇବାକୁ ପଡ଼ିଥାଏ । ମାତ୍ର ଅଧିକାରୀ ଓ କର୍ମଚାରୀମାନେ ସତ୍ ଉଦ୍ଦେଶ୍ୟ ଓ ମନୋବୃତ୍ତି ରଖି ପ୍ରଶାସନକୁ ଲୋକାଭିମୁଖୀ କରିବାର ଇଚ୍ଛାଶକ୍ତିସହ କାର୍ଯ୍ୟ କରି ଗୁଡ଼ ଗଭର୍ଣ୍ଣାନ୍ସ ଯୋଗାଇବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ । ପ୍ରଶାସନରେ ୫-ଟି ଓ ମୋ ସରକାର ପଦ୍ଧତି ପ୍ରୟୋଗ ନିଶ୍ଚିତ ଭାବରେ ସୁଶାସନର ଅଂଶବିଶେଷ । ସରକାରୀ ନିୟମ, ପଦ୍ଧତି ଆଦିକୁ ସଠିକ୍ ଭାବେ ପାଳନ ପୂର୍ବକ ଧାର୍ଯ୍ୟ ସମୟମଧ୍ୟରେ ସେବା ପ୍ରଦାନ ପାଇଁ ସେ କହିଥିଲେ । ଏହି ଅବସରରେ ଜିଲ୍ଲା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ପାୱାର ପଏଣ୍ଟ ରେ ଜିଲ୍ଲାରେ କାର୍ଯକାରୀ ସେବା ପ୍ରଦର୍ଶିତ କରାଯାଇଥିଲା । ଡେୁଟି କଲେକ୍ଟର ସୀତାଂଶୁ ଦାସ ଏହି କର୍ମଶାଳା ପରିଚାଳନା କରିବା ସହିତ ଶେଷରେ ଧନ୍ୟବାଦ ଅର୍ଣ କରିଥିଲେ । ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭବାନୀ ଶଙ୍କର ଭୂୟାଁ, ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ଜିଲ୍ଲା ଶିକ୍ଷା ଅଧିକାରୀ ବିଷ୍ଣୁ ଚରଣ ସୁତାର, ଜିଲ୍ଲା ଜରୁରକାଳୀନ ଅଧିକାରୀ ରିଜ୍ୱାନା କୱକବଙ୍କ ସମେତ ପୁଲିସ ବିଭାଗ ଅଧିକାରୀ, ତହସିଲଦାର, ବିଡ଼ିଓ ଏବଂ ବିଭିନ୍ନ ବିଭାଗର ଅଧିକାରୀ ତଥା କର୍ମଚାରୀମାନେ ଏଥିରେ ଉପସ୍ଥିତ ଥିିଲେ ।


