ବାଲେଶ୍ୱରରେ ଜିଲାସ୍ତରୀୟ ନୂଆଖାଇ ପର୍ବ

ବାଲେଶ୍ୱର, (ସରୋଜ ପଣ୍ଡା): ବାଲେଶ୍ୱରରେ ଜିଲାସ୍ତରୀୟ ନୂଆଖାଇ ପର୍ବ ସମାରୋହ-୨୦୨୧ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲା ସଂସ୍କୃତି ପରିଷଦ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ନୀଲୁ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇ ନୂଆଖାଇ ପର୍ବ ପାଳନର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ । ଏହି କୃଷିଭିତ୍ତିକ ଗଣପର୍ବ ଭାଇଚାରାକୁ ସୁଦୃଢ କରିବା ସହିତ ଆମ ପରମ୍ପରାର ମହନୀୟତାକୁ ପ୍ରତିପାଦିତ କରିଥାଏ ବୋଲି ସେ କହିଥିଲେ । ଜିଲା କଳା ସଂସ୍କୃତି ସଂଘ ଉପ-ସଭାପତି ଚକ୍ରଧର ମହାପାତ୍ର, ଜିଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି ପର୍ବ ପାଳନର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ । ଜିଲ ସଂସ୍କୃତି ଅଧିକାରୀ ଅନନ୍ତ ପ୍ରସାଦ ସେଠୀ ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ରେମୁଣା କଳା ବିକାଶ କେନ୍ଦ୍ରର କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ସିମୁଳିଆର ପାଲା କଳାକାର ସୁରେଶ ଚନ୍ଦ୍ର ବେହେରା ଏବଂ ସାଥୀମାନଙ୍କ ଦ୍ୱାରା ନୂଆଖାଇ ପର୍ବ ଆଧାରିତ ପାଲା ପରିବେଷଣ କରାଯାଇଥିଲା । ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ