ବାଲେଶ୍ୱରରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଫଇସଲା ହେଲା ୯୨୨ଟି ମକଦମା

ବାଲେଶ୍ୱର, (ସରୋଜ ପଣ୍ଡା): ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ବାଲେଶ୍ୱର ଜିଲାର ଜିଲାଜଜ କୋର୍ଟ ସମେତ କଳେଶ୍ୱର, ସୋର, ନୀଳଗିରୀ ଓ ବସ୍ତା ତାଲୁକ ଆଇନସେବା କେନ୍ଦ୍ର ଏବଂ ଭୋଗରାଇ ଗ୍ରାମ୍ୟ ନ୍ୟାୟାଳୟଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱର ଜିଲା ଆଇନସେବା ପ୍ରାଧିକରଣ ଅନୁକୂଲ୍ୟରେ ଏବଂ ଜିଲା ଓ ଦୌରା ଜଜ ତଥା ଜିଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ହିରଣ୍ମୟ ବିଶୋଇଙ୍କ ଅଧ୍ୟକ୍ଷତାରେ ଏହି ଲୋକ ଅଦାଲତ ଆୟୋଜିତ ହୋଇଥିଲା । ଏହି ଲୋକ ଅଦାଲତରେ ଜିଲା ଓ ଦୌରା ଜଜଙ୍କ ସମେତ ବାଲେଶ୍ୱର ବିଚାର ବିଭାଗର ଅନ୍ୟାନ୍ୟ ସମସ୍ତ ଅଧିକାରୀମାନେ ଯୋଗଦାନ କରିଥିଲେ । ଲୋକ ଅଦାଲତ ଶେଷ ସୁଦ୍ଧା ମୋଟ ୫୧୯ ଗୋଟି ମାମଲା ଫଇସଲା ହୋଇଥିଲା । ତନ୍ମଧ୍ୟରେ ୩୩୯ଟି ଦେୱାନୀ, ୩୭ଟି ଚେକ ବାଉନ୍ସ ମାମଲା, ୪ଟି ବ୍ୟାଙ୍କ ରିକଭରି ମାମଲା, ୯୨ଟି ମୋଟରଜାନ ଜନିତ ଦୁର୍ଘଟଣା ମାମଲା, ୩୮ଟି ବୈବାହିକ ବିବାଦ ମୋକଦ୍ଦମା, ୬ଟି କ୍ରମିନାଲ କମ୍ପାଉଣ୍ଡେବଲ ଓ ୩ ଗୋଟି ଏକ୍ୟୁକ୍ୟୁସନ ମାମଲା ରହିଛି ।ଫଇସଲା ହୋଇଥିବା ଚେକ ବାଉନ୍ସ ମାମଲା ବାବଦକୁ ୪୧,୭୦,୦୫୨ ଟଙ୍କା, ବ୍ୟାଙ୍କ ଋଣ ଆଦାୟ ମାମଲା ବାବଦକୁ ୭,୩୬,୪୫୪ ଟଙ୍କା, ମୋଟର ଦୁର୍ଘଟଣା ଜନିତ ମାମଲା ବାବଦକୁ ୫,୯୩,୧୩,୩୩୪ ଟଙ୍କା ଆଦାୟ କରାଯାଇଥିଲା । ଏଥି ସହିତ ପ୍ରାକ ମୋକଦ୍ଦମା ଜନିତ ୩୮୨ ଟି ବ୍ୟାଙ୍କ ମାମଲା ଫଇସଲା କରାଯାଇ ୨,୩୪, ୨୨,୮୦୬ ଟଙ୍କା ଆଦାୟ କରାଯାଇଥିବା ବେଳେ ଟେଲିଫୋନ ଏବଂ ଅନ୍ୟାନ୍ୟ ୨୧ ଗୋଟି ମାମଲା ‘ଇସାଲା କରାଯାଇଛି । ଏହି ଲୋକ ଅଦାଲତକୁ ଜିଲା ଆଇନସେବା ପ୍ରାଧିକରଣ ସଚିବ ବିଷ୍ଣୁଦେବ ଜେନା ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ