ବାଲେଶ୍ୱରରେ ନାରଦ ଜୟନ୍ତୀ

ବାଲେଶ୍ୱର, (ସରୋଜ ପଣ୍ଡା) :-ବ୍ରହ୍ମାଣ୍ଡର ଆଦ୍ୟ ସାମ୍ବାଦିକ ଦେବର୍ଷି ନାରଦଙ୍କ ଜୟନ୍ତୀ ବାଲେଶ୍ୱରରେ ପାଳିତ ହୋଇଯାଇଛି । ନାରଦ ଜୟନ୍ତୀ ସମାରୋହ ସମିତି ପକ୍ଷରୁ ସ୍ଥାନୀୟ ଆତିଥ୍ୟ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଚାନ୍ଦିପୁର ଏକୀକୃତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ର ପୂର୍ବତନ ବୈଜ୍ଞାନିକ ପ୍ରଶାନ୍ତ କୁମ।ର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ ସାମ୍ବାଦିକତାରେ ନାରଦଙ୍କ ଅବଦାନ ଓ ସାମ୍ପ୍ରତିକ ସମାଜରେ ସାମ୍ବାଦିକତାର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ତଥା ସ୍ତମ୍ଭକାର ରବିନାରାୟଣ ପଣ୍ଡା ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ନାରଦ ଜୟନ୍ତୀ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋକପାତ କରିଥିଲେ । ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେବର୍ଷି ନାରଦଙ୍କ ସାମ୍ବାଦିକତା ଓ ବର୍ତ୍ତମାନର ସାମ୍ବାଦିକତା କ୍ଷେତ୍ରରେ ଥିବା ପାର୍ଥକ୍ୟକୁ ନେଇ ତୁଳନାତ୍ମକ ଭାବେ ସମୀକ୍ଷା କରିଥିଲେ । ବିଶେଷ କରି ସାଧାରଣ ଜନତାଙ୍କୁ ନ୍ୟାୟ ପ୍ରଦାନରେ ବର୍ତ୍ତମାନର ସାମ୍ବାଦିକ ଓ ମିଡିଆ ହାଉସର କାର୍ଯ୍ୟଧାରା ସମ୍ପର୍କରେ ଶ୍ରୀ ବାଗ ଆଲୋଚନା କରିଥିଲେ । ନାରଦ ଜୟନ୍ତୀ ସମାରୋହ ସମିତି ଆବାହକ ସାମ୍ବାଦିକ ମନୋଜ କୁମାର ରାଉଳ ଏହି କାର୍ଯ୍ୟକ୍ରମରେ ପୌରୋହିତ୍ୟ କରିଥିବା ବେଳେ ସଂଯୋଜକ ମନୀନ୍ଦ୍ର ସୁନ୍ଦର ଦାସ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟଧାରା ପାଇଁ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ସାମ୍ବାଦିକଙ୍କ ସମେତ ସହରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ