ବାଲେଶ୍ୱରରେ ପାଳିତ ହେଲା ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ
ବାଲେଶ୍ୱର,(ସରୋଜ କୁମାର ପଣ୍ଡା): ବାଲେଶ୍ୱର ସଦର ମହକୁମାସ୍ଥିତ ପୋଲିସ ପଡିଆଠାରେ ପାଳିତ ହୋଇଯାଇଛି ଜିଲ୍ଲାସ୍ତରୀୟ ୭୪ତମ ସ୍ୱାଧୀନତା ଦିବସ । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ସରକାରଙ୍କ ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସୁଶାନ୍ତ ସିଂହ ଯୋଗ ଦେଇ ସକାଳ ଘ୯.୧୫ମି. ସମୟରେ ଜାତୀୟ ପତାକା ଉତୋଳନ କରିବା ସହିତ ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଥିଲେ । ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମ ଇତିହାସର ସ୍ମୃତିଚାରଣ କରିବା ସାଙ୍ଗକୁ ଏଥିରେ ସାମିଲ ହୋଇଥିବା ମୁକ୍ତି ଯୋଦ୍ଧାମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଭାରତର ସ୍ୱାଧୀନତା ସଂଗ୍ରାମ, ଲବଣ ସତ୍ୟାଗ୍ରହ, ଅସହଯୋଗ ଆନ୍ଦୋଳନ, ଭାରତ ଛାଡ ଆନ୍ଦୋଳନରେ ଅବିଭକ୍ତ ବାଲେଶ୍ୱର ଜିଲ୍ଲାର ଭୂମିକା ଉପରେ ମାନ୍ୟବର ମନ୍ତ୍ରୀ ଆଲୋକପାତ କରିଥିଲେ । ଇରମ, ଇଂଚୁଡିରେ ସଂଗ୍ରାମୀଙ୍କ ବଳିଦାନ ଏବଂ ଦେଶୀୟ ରାଜ୍ୟ ସମ୍ମିଶ୍ରଣରେ ନୀଳଗିରି ଉପଖଣ୍ଡର ଅବଦାନକୁ ଏ ଜାତି ସବୁଦିନ ମନେ ରଖିବ ବୋଲି ସେ କହିଥିଲେ । ଓଡିଆ ଭାଷା, ସାହିତ୍ୟର ସୁରକ୍ଷା ସହ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ‘କୀରମୋହନ ସେନାପତିଙ୍କ ସାଲିସବିହୀନ ସଂଗ୍ରାମ ଆମକୁ ସବୁବେଳେ ନୂତନ ଦିଗଦର୍ଶନ ଦେବ ବୋଲି ସେ ଆଶା ପ୍ରକଟ କରିଥିଲେ । ସମ୍ପ୍ରତି କରୋନା ମହାମାରୀ ସମଗ୍ର ବିଶ୍ୱବାସୀଙ୍କୁ ଆତଙ୍କିତ କରିଥିବା ବେଳେ ବିଶେଷଜ୍ଞମାନଙ୍କ ପରାମର୍ଶ କ୍ରମେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇ ତାହାକୁ ନିୟନ୍ତ୍ରଣକୁ ଆଣିବା ଲାଗି ଚେଷ୍ଟା କରାଯାଇଛି । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପକୁ ସମଗ୍ର ବିଶ୍ୱରେ ପ୍ରଂଶସା କରାଯାଇଛି । ଏଭଳି ଏକ ମହାମାରୀ ସମୟରେ ସରକାର ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରିବା ସହିତ ଗ୍ରାମାଂଚଳରୁ ଆରମ୍ଭ କରି ରାଜ୍ୟ ସ୍ତର ଯାଏଁ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରି ଜନସାଧାରଣଙ୍କୁ ଚିକିତ୍ସା ସୁବିଧା ଯୋଗାଇ ଦେଇଛନ୍ତି ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ସିଂହ ପ୍ରକାଶ କରିଥିଲେ । ସରପଂଚମାନଙ୍କୁ ସାମୟିକ ଭାବେ ଜିଲ୍ଲାପାଳ କ୍ଷମତା ପ୍ରଦାନ ଏକ ସମୁଚିତ ପଦକ୍ଷେପ ହୋଇଥିବା ବେଳେ ବିଭିନ୍ନ କଳକାରଖାନା ଓ ଉଦ୍ୟୋଗମାନଙ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ନେଇଥିବା ସେ ଉଲ୍ଲେଖ କରିଥିଲେ । କରୋନା ମହାମାରୀ ଆମକୁ ସମ୍ମିଳିତ ଲଢେଇର ଶିକ୍ଷା ଦେଇଛି ଯେପରି କି ଐକ୍ୟବଦ୍ଧ ଭାବେ ଆମେ ସ୍ୱାଧୀନତା ସଂଗ୍ରାମରେ ଲଢେଇ କରିଥିଲେ । ବାଲେଶ୍ୱର ମାଟିରେ ପ୍ରାଚୀନ କାଳରୁ ମାନବବାଦର ବିକାଶ ଘଟିଥିବା ବେଳେ ବାଲେଶ୍ୱର ଜିଲ୍ଲାକୁ ରାଜ୍ୟର ସର୍ବଶ୍ରେଷ୍ଠ ଜିଲ୍ଲା ଏବଂ ଓଡିଶାକୁ ଭାରତବର୍ଷର ଶ୍ରେଷ୍ଠ ରାଜ୍ୟ ଭାବେ ଗଢି ତୋଳିବା ଲାଗି ମିଳିମିଶି ସଂକଳ୍ପବଦ୍ଧ ହେବାକୁ ସେ ଆହ୍ୱାନ ଦେଇଥିଲେ । ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତୀ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଶ୍ରୀ ସୁଧାଂଶୁ ଶେଖର ମିଶ୍ରଙ୍କ ସହିତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । କରୋନା ମହାମାରୀ କଟକଣା ପାଇଁ ପୋଲିସର ଦୁଇଟି କଂଟିଜେଂଟଙ୍କ ସମେତ ପୋଲିସ ବ୍ୟାଣ୍ଡ ଏହି ଉତ୍ସବରେ ଯୋଗ ଦେଇଥିଲେ । କଟକଣା ଯୋଗୁଁ ସ୍ୱାଧୀନତା ଦିବସ ପ୍ୟାରେଡକୁ ବାତିଲ କରାଯାଇଥିଲା । ରିଜର୍ଭ ଇନସପେକ୍ଟର ଶ୍ରୀ ଦିଲ୍ଲୀପ ସାମନ୍ତରାୟ ରାଷ୍ଟ୍ରୀୟ ସାଲ୍ୟୁଟ୍ର ନେତୃତ୍ୱ ନେବା ସହିତ ମୁଖ୍ୟ ଅତିଥିଙ୍କୁ ସମ୍ମାନ ପ୍ରଦର୍ଶନ କରିଥିଲେ । ତାଙ୍କୁ ସହଯୋଗ କରିଥିଲେ ସେକେଣ୍ଡ-ଇନ-କମାଣ୍ଡ ଶ୍ରୀ ପ୍ରବୀର କୁମାର କହଁର । ଏହି ଜିଲ୍ଲାସ୍ତରୀୟ ସମାରୋହକୁ ଜିଲ୍ଲାର ୨୫ଜଣ କୋଭିଡ ଯୋଦ୍ଧାଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ମାନ୍ୟବର ମନ୍ତ୍ରୀ ପ୍ୟାରେଡ ପଡିଆରେ ଯୋଦ୍ଧାମାନଙ୍କୁ ଭେଟି ସେମାନଙ୍କର ସମସ୍ୟା ଓ କାର୍ଯ୍ୟଦକ୍ଷତା ବିଷୟରେ ପଚାରି ବୁଝିଥିଲେ । ସେମାନଙ୍କ ସମସ୍ୟାକୁ ରାଜ୍ୟ ସରକାରଙ୍କ ନିକଟରେ ଉପସ୍ଥାପନ କରିବେ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ । ଏଥି ସହିତ କରୋନା ଯୋଦ୍ଧାମାନଙ୍କର କାର୍ଯ୍ୟଶୈଳୀ ଓ ଧୈର୍ଯ୍ୟକୁ ପ୍ରଶଂସା କରିଥିଲେ । ଶେଷରେ ମାନ୍ୟବର ମନ୍ତ୍ରୀ ପ୍ୟାରେଡ ପଡିଆରେ ବୃକ୍ଷ ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ନିବେଦିତା ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ କୁମାର ନାୟକ, ପିଡି ଡିଆରଡିଏ ଶ୍ରୀ ରାମଚନ୍ଦ୍ର ଜେନା, ଉପଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଆଇଏଏସ ପ୍ରୋବେସନର ଅନ୍ୟା ଦାସ, ଏପିଡି ଶ୍ରୀ ନୀଲୁ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇଥିଲେ । ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଦୀପକ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସ୍ୱାଧୀନତା ଦିବସ ସମାରୋହରେ କୋଭିଡ ନିୟମାବଳୀ ଓ କଟକଣାର ଅନୁପାଳନ ସହ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ସୀମିତ ସଂଖ୍ୟକ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା । ସ୍ୱାଧୀନତା ଦିବସ ଅବସରରେ ରୋଗୀ କଲ୍ୟାଣ ସମିତି ତର‘ରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ‘ଳ ଓ ବିସ୍କୁଟ ବଂଟନ କରାଯାଇଥିଲା । ଅନୁରୂପ ଭାବେ ଲାୟନ୍ସ କ୍ଲବ, ବାଲେଶ୍ୱର ୟୁଥ ପକ୍ଷରୁ ଜିଲ୍ଲା କାରାଗାରେ ମିଷ୍ଟାନ୍ନ ବଂଟନ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଉତ୍କଳ ବାଳାଶ୍ରମ, ହେଣ୍ଡିକ୍ୟାପଡ ୱେଲେ‘ୟାର ସ୍କୁଲ ଏବଂ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ କେକ୍ ଓ ବିସ୍କୁଟ ପ୍ରଦାନ କରାଯାଇଥିଲା । ବାଲେଶ୍ୱର ପୌରପାଳିକା ତର‘ରୁ ଉତ୍କଳ ବାଳାଶ୍ରମରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା । ପ୍ରତ୍ୟୁଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ବାଲେଶ୍ୱର ପୌରାଂଚଳରେ ରାମଧୂନ ପରିବେଷଣ କରାଯାଇଥିଲା । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ଶ୍ରୀ ପୁରୁଷୋତମ ସେଠୀ, ରାହୁଲ ସିଂ, ସତ୍ୟସାଗର ମଣ୍ଡଳ, କାର୍ତିକ ଚନ୍ଦ୍ର ବେହେରା ଏହି କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ ।


