ବାଲେଶ୍ୱରରେ ଭାରତ ଯୋଡ଼ ଯାତ୍ରା ୮ରୁ

ବାଲେଶ୍ୱର, (ସରୋଜ ପଣ୍ଡା):ସାଧାରଣ ଜନତାଙ୍କ ସହ କଂଗ୍ରେସ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ରାହୁଲ ଗାନ୍ଧୀଙ୍କ ଆହ୍ୱାନ କ୍ରମେ ଆରମ୍ଭ ହୋଇଥିବା ଭାରତ ଯୋଡ଼ ଯାତ୍ରାକୁ ବାଲେଶ୍ୱରରେ ସଫଳ କରିବା ପାଇଁ ଜିଲା କଂଗ୍ରେସ କମିଟି ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ପିସିସି ପକ୍ଷରୁ ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଆସନ୍ତା ୩୧ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ୨୨୫୦କିମି ଯାତ୍ରା ପାଇଁ ନିଷ୍ପତ୍ତି ନିଆଯାଇଛି । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ଜିଲା କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଶନିବାର ଅନୁଷ୍ଠିତ ହୋଇଯାଇଛି । ଜିଲା କଂଗ୍ରେସ ଭବନରେ ତଥା ଜିଲା ସଭାପତି ସଂଜୀବ ଗିରିଙ୍କ ଅଧ୍ୟକ୍ଷତାରେ ଅୟୋଜିତ ବୈଠକରେ ପିସିସି ମୁଖପାତ୍ର ସୁଦର୍ଶନ ଦାସ, ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ ଓ ଚିତ୍ତରଞ୍ଜନ ଷଡଙ୍ଗୀ, ପିସିସି ସମ୍ପାଦିକା ଅର୍ଚ୍ଚନା ନନ୍ଦି, ମହିଳା କଂଗ୍ରେସ ଜିଲା ସଭାପତି ପ୍ରଜ୍ଞାପାରମିତା ମହାନ୍ତିଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ସତ୍ୟଶିବ ଦାସ, ଜ୍ୟୋତ୍ସ୍ନା ସେନାପତି, ବାସନ୍ତୀ ସାମଲ, ବିକାଶ ଦାସ, ଗୌତମ ସାହୁ, ରଞ୍ଜନ ଦାସ, ଦେବଦତ୍ତ ଦାସ, ନିରଞ୍ଜନ ବେହେରା, ମନରଞ୍ଜନ ପଣ୍ଡା, ତରୁଣ ଦାସ, ଶ୍ରୀକାନ୍ତ ଜେନା, ରାଜୀବ ପରିଡା, ମଧୁସୂଦନ ମହାପାତ୍ର, ଗଦାଧର ପରିଡା, ଉପେନ୍ଦ୍ର ବେହେରା, ରାଜେନ୍ଦ୍ର ମହାନ୍ତି, ପ୍ରଦୀ ବେହେରା, ନିରଞ୍ଜନ ରିଡା, ଘନଶ୍ୟାମ ବେହେରା, ବିଦ୍ୟାଧର ମହାନ୍ତି, ଜୀବନ ମହ।।ତ୍ର,ରାହାଶ ମହାପାତ୍ର, ଅଟଳ ବିହାରୀ ରାଉତ, ହେମନ୍ତ ନାୟକ, ନବ ଭୂୟାଁ ପ୍ରମୁଖ ଯୋଗଦେଇ ବାଲେଶ୍ୱରର ଭାରତ ଯୋଡ଼ ଯାତ୍ରାକୁ ସଫଳ କରିବାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଜିଲାର ଦକ୍ଷିଣ ସୀମା ରାଣୀତାଲରୁ ଏହି ଭାରତ ଯୋଡ଼ ଯାତ୍ରା ଆରମ୍ଭ ହୋଇ କଳମା ପର୍ଯ୍ୟନ୍ତ ୭୫ କିମି ଅତିକ୍ରମ କରିବାକୁ ଏଥିରେ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ୮ ତାରିଖରୁ ଆରମ୍ଭ ଏହି ଯାତ୍ରା ଆରମ୍ଭ ହୋଇ୧୧ ତାରିଖରେ କଳମା ଠାରେ ଶେଷ ହେବ । ଅଧିକରୁ ଅଧିକ ଦଳୀୟ କର୍ମୀ ଓ ସମର୍ଥକଙ୍କ ସମେତ ସାଧାରଣ ଲୋକେ ଏଥିରେ ସାମିଲ ହୋଇ ଏହି ଯାତ୍ରାକୁ ସଫଳ କରିବା ପାଇଁ ଜିଲା କଂଗ୍ରେସ କମିଟି ପକ୍ଷରୁ ଦିବେଦନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ