ବାଲେଶ୍ୱରରେ ‘ରିଏଲ ମି’ ସ୍ମାର୍ଟ ଷ୍ଟୋର ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା) : ଦେଶର ଅନ୍ୟତମ ନିତ୍ୟ ବ୍ୟବହାର୍ଯ୍ୟ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଯୋଗାଣକାରୀ ସଂସ୍ଥା ‘ରିଏଲ ମି’ର ନୂତନ ସ୍ମାର୍ଟ ଷ୍ଟୋର ବାଲେଶ୍ୱର ସହରର ପୁଲିସ ଲାଇନ ଛକଠାରେ ଶୁକ୍ରବାର ଉଦଘାଟିତ ହୋଇଯାଇଛି । ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଗୁଣବତା ବିଶିଷ୍ଟ ଇଲେକ୍ଟ୍ରୋନିକ୍ସ ଉତ୍ପାଦ ଯୋଗାଣରେ ଖାତି ଅର୍ଜନ କରିଥିବା ‘ରିଏଲ ମି’ର ଏହି ସ୍ମାର୍ଟ ଷ୍ଟୋର ସହର ସମେତ ଜିଲାବାସୀଙ୍କ ଚାହିଦା ପୂରଣରେ ବିଶେଷ ସହାୟକ ହେବ ବୋଲି ଶ୍ରୀ ଜେନା ଆଶା ପ୍ରକାଶ କରିଥିଲେ । ରିଏଲ ମି ପ୍ରତିଷ୍ଠାନର ରାଜ୍ୟ ମୁଖ୍ୟ ନିଃଶ୍କଳଙ୍କ ମହାନ୍ତି, ଡିଷ୍ଟ୍ରିବ୍ୟୁଟର ସଞ୍ଜୀବ ପାଣିଗ୍ରାହୀ ଏଥିରେ ଯୋଗଦେଇ ବିଭିନ୍ନ ସାମଗ୍ରୀର ଗୁଣବତା ଓ ଗ୍ରାହକଙ୍କ ପାଇଁ ଉଦ୍ଦିଷ୍ଟ ସୁବିଧା ସୁଯୋଗ ସମ୍ପର୍କରେ ସୂଚନା ଦେଇଥିଲେ । ରିଏଲ ମି ପକ୍ଷରୁ ଅଦ୍ୟାବଧି ଦେଶରେ ଶହେ ଗୋଟି ସ୍ମାର୍ଟ ଷ୍ଟୋର ଖୋଲିଥିବା ବେଳେ ଓଡ଼ିଶାର ରାଉରକେଲା ଓ ବାଲେଶ୍ୱରରେ ଏହାକୁ ମିଶାଇ ୨ ଗୋଟି ଷ୍ଟୋର ସ୍ଥାପନ କରାଯାଇଛି ବୋଲି ପ୍ରତିଷ୍ଠାନର ଦୁଇ ଅଧିକାରୀ କହିଛନ୍ତି । ବାଲେଶ୍ୱର ରିଏଲ ମି ସ୍ମାର୍ଟ ଷ୍ଟୋରର ସତ୍ତ୍ୱାଧିକାରୀ ପ୍ରିୟତୋଷ ପ୍ରଧାନ ଏହି ଉଦଘାଟନୀ ଉତ୍ସବରେ ପୌରୋହିତ୍ୟ କରିଥିଲେ । ଏଠାରେ ଟିଭି, ମୋବାଇଲ ଫୋନ, ଲାପଟପ, ଟେବଲେଟ, ଟିଭି ଆସୋସିରିଜ ପ୍ରଭୃତି ଉଚିତ ମୂଲ୍ୟରେ ଯୋଗାଇ ଦିଆଯାଉଥିବା ବେଳେ ଚଳିତ ଦୁର୍ଗାପୂଜାରେ ଗ୍ରାହକଙ୍କ ପାଇଁ ସ୍ୱତନ୍ତ୍ର ରିଆତି ବ୍ୟବସ୍ଥା ରହିଛି ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ