ବାଲେଶ୍ୱରରେ ୨୫୦୦ ମାସ୍କ ଓ ୭୦୦ ସାନିଟାଇଜର ବିତରଣ କଲେ ସ୍ୱୟଂସେବକ

ବାଲେଶ୍ୱର (ଓ୍ବାଇଏନ୍ଏସ୍) : ବାଲେଶ୍ୱରରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସ୍ୱୟଂସେବକମାନେ କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଛନ୍ତି । ବାଲେଶ୍ୱରର ଅଙ୍ଗାରଗଡିଆ, ବଟେଶ୍ୱର, କେଉଟ ସାହି ଆଦି ୧୧ଟି ସ୍ଥାନରେ ୨୫୦୦ ମାସ୍କ ଓ ୭୦୦ ସାନିଟାଇଜର ବିତରଣ କରିଛନ୍ତି ସ୍ୱୟଂସେବକ । କରୋନା ମହାମାରୀରୁ ରକ୍ଷାପାଇବା ପାଇଁ ସରକାର ବିଭିନ୍ନ ପଦକ୍ଷପ ମାନ ନେଉଥିବାବଳେ ତାଲା ବନ୍ଦ ସଟ୍‌ଡାଉନ୍ ପରେ ଏବେ ୯ତାରିଖଠାରୁ ମାସ୍କ ବାଧ୍ୟତାମୂଳକ ହୋଇଛି । ମାସ୍କ ନପିନ୍ଧିଲେ ଜରୀମନାର ବ୍ୟବସ୍ଥାରହିଛି । ଏହି ପରିପେକ୍ଷିରେ ବଜାରରେ ଏବେ ମାସ୍କର ଅଭାବ ଦେଖାଦେଇଛି । ସେହି ଦୃଷ୍ଟିରୁ ସଂଘର ସ୍ୱୟଂସେବକମାନେ ଏହି ସବୁ ଅଂଚଳରେ ମାସ୍କ ବିତରଣ କରିଛନ୍ତି । ବାଲେଶ୍ୱର ରେଲୱେ ଷ୍ଟେସନ ସମେତ ବିଭିନ୍ନ ଅଂଚଳରେ ମାର୍ଚ୍ଚ ୨୮ ରୁ ଏପ୍ରିଲ ୨ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୧୨୦ ଅସହାୟ ଓ ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବିତରଣ କରିଛନ୍ତି ସ୍ୱୟଂସେବକମାନେ । ସିଙ୍ଗରା ପଂଚାୟତର ବନ୍ତଳି ଗାଁରେ ସ୍ୱୟଂସେବକମାନେ ରାସନ ସାମଗ୍ରୀ ବିତରଣ କରିବା ସହ ରନ୍ଧା ଖାଦ୍ୟ ମଧ୍ୟ ବିତରଣ କରିଛନ୍ତି । ସେହିପରି ମାଇକୁଡି ଗାଁରେ ମଧ୍ୟ ରନ୍ଧାଖାଦ୍ୟ ବିତରଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ