ବାଲେଶ୍ୱରରେ ୭୪ ଏନସିସି ଦିବସ

ବାଲେଶ୍ୱର, (ସରୋଜ ପଣ୍ଡା):ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ପଡିଆରେ ୭୪ତମ ଏନସିସି ଦିବସ ପାଳିତ ହୋଇଯାଇଛ । ଉପ-ଆରକ୍ଷୀ ଅଧୀକ୍ଷକ ମାନସ କୁମାର ଦେଓ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଏନସିସି ପତାକା ଉତ୍ତୋଳନ କରିବା ସହ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଜବହାରଲାଲ ନେହେରୁ ଏହାକୁ ପ୍ରତିଷ୍ଠା କରିଥିବା ବେଳେ ସମାଜର ବିଭିନ୍ନ କ୍ଷେତ୍ରରେ କ୍ୟାଡେଟ୍‌ଙ୍କ ଦାୟିତ୍ୱ ସମ୍ପାଦନ ପ୍ରଶଂସନୀୟ ବୋଲି ଶ୍ରୀ ଦେଓ ମତପ୍ରକାଶ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ ଘୋଷ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଣେ ଏନସିସି କ୍ୟାଡେଟଙ୍କ ପାଇଁ ଶୃଙ୍ଖଳା, କର୍ତ୍ତବ୍ୟପରାୟଣତାର ଆବଶ୍ୟକତା ସମ୍ପର୍କରେ ଆଲୋଚନା କରିଥିଲେ । ଏଫଏମ କଲେଜ ମହିଳା ଏନସିସି ଏଏନଓ ବିଦ୍ୟୁତପ୍ରଭା ଦାସ, ଏନସିସି ଆର୍ମି ଉଇଙ୍ଗ ଏଏନଓ ଲେଫ୍ଟନାଂଟ ଆଶିଷ କୁମାର ପଣ୍ଡା ଓ ଏନସିସି ନାଭାଲ ଉଇଙ୍ଗ ସିଟିଓ ପ୍ରଶାନ୍ତ କୁମାର ସାହୁ, ରସାଳପୁର ଯଦୁନାଥ ମହାବିଦ୍ୟାଳୟର ଏନସିସି ଆର୍ମି ଉଇଙ୍ଗ ଏଏନଓ ଜ୍ୟୋତ୍ସ୍ନା ଦାସ ଓ ଏନସିସି ନାଭାଲ ଉଇଙ୍ଗ ଏଏନଓ ବନ୍ଦନା ରାଣୀ ସେଠୀ, ଜିଲ୍ଲାସ୍କୁଲ ଏନସିସି ସିଟିଓ ପ୍ରଶାନ୍ତ କୁମାର ମଲ୍ଲିକ, ସେଣ୍ଟ୍ରାଲ ସ୍କୁଲ ଏନସିସି ସିଟିଓ ଶମ୍ଭୁନାଥ ସେଠୀ, ନୟନା କୁମାରୀ ହାଇସ୍କୁଲ ଏନସିସି ସିଟିଓ ସୁଦର୍ଶନ ଜେନା ଓ ବାଲିଆ ସରସ୍ୱସତୀ ଶିଶୁମନ୍ଦିରର ସିଟିଓ ଉତମ କୁମାର ବିଶ୍ୱାଳ ପ୍ରମୁଖ ଏଥିରେ ଯୋଗଦେଇ ଦିବସ ପାଳନର ଯଥାର୍ଥତା ସମ୍ପର୍କରେ ଆଲୋକପାତ କରିଥିଲେ । ପରେ କ୍ୟାଡେଟମାନଙ୍କ ଦ୍ୱାରା ସାମୂହିକ ପ୍ୟାରେଡ଼୍ ପ୍ରଦର୍ଶିତ ହୋଇଥିଲା । ଏହି ଅବସରରେ ଟ୍ରେନର ହରିହର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଶ୍ରେଷ୍ଠ ଏନସିସି କ୍ୟାଡେଟ୍ ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶେଷରେ ପୁରସ୍କାର ବିତରଣ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

 

 

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ