ବାଲେଶ୍ୱରର ଗୋପବନ୍ଧୁ ଜୟନ୍ତୀ ପାଳନ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ, ବାଲେଶ୍ୱର ସଭାଗୃହ ପରିସରରେ ପ୍ରଣମ୍ୟ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୬ତମ ପୁଣ୍ୟ ଜନ୍ମତିଥି ପାଳିତ ହୋଇଯାଇଛି । ଗୋପବନ୍ଧୁଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ପରେ ଏହି ଉପଲକ୍ଷେ ଆୟୋଜିତ ସଭାରେ ସଂଘର ସଭାପତି ଇଂ. ଶ୍ରୀ ବନମାଳୀ ନାୟକ ସଭାପତିତ୍ୱ କରିଥିଲେ । ସଂଘର କାର୍ଯ୍ୟକାରୀ ସଭାପତି ଇଂ. ଗୌରାଙ୍ଗ ସାହୁ, ଉପସଭାପତି ଇଂ. ସୁରେନ୍ଦ୍ର ନାଥ ଦାସ, ଉପଦେଷ୍ଟା ଜ୍ଞାନେନ୍ଦ୍ର ନାଥ ସାହୁ ପୁଣ୍ୟାତ୍ମାଙ୍କ ସ୍ମୃତିଚାରଣ କରି ଗୋପବନ୍ଧୁଙ୍କ ତ୍ୟାଗପୂତ ଜୀବନ, ସେବାକ୍ଷେତ୍ରରେ ଅତୁଳନୀୟ ଅବଦାନ, ଦେଶାତ୍ମବୋଧକ ରଚନାବଳୀ ଓ ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ସମ୍ବନ୍ଧରେ ବକ୍ତବ୍ୟ ରଖିଥିଲେ । ଉକ୍ତ ସଭାରେ କ୍ଷେତ୍ରମୋହନ ନାୟକ, ସେକ୍ ଆଲ୍ଲାଉଦ୍ଦିନ୍, ଦିଲ୍ଲୀପ କୁମାର ଚକ୍ରବର୍ତ୍ତୀ, ବେଣୁଧର ପାଳ, ମୀନା ସେଠୀ, ରୀତା ରାୟ, ପ୍ରଣିତା ମିଶ୍ର, ଦିବାକର ମହାପାତ୍ର, ରାମଚନ୍ଦ୍ର ବାଗ, ଡା. ତାରାକାନ୍ତ ନନ୍ଦ, ଚିତ୍ତରଞ୍ଜନ ଜେନା, ବଳରାମ ବେହେରା, ଭାଗିରଥୀ ମହାନ୍ତି, ରାମଚନ୍ଦ୍ର ସେଠୀ, ଶ୍ରୀରାମ ଦାଶ, ପ୍ରଭୁଦୟାଲ ରାମ, ସୁଦେଶ ରଞ୍ଜନ ମହାପାତ୍ର, ସୁରେନ୍ଦ୍ର ପ୍ରସାଦ ଧଳ, ବୀରେନ୍ଦ୍ର ମହାନ୍ତ, ଭାଗବତ ପାଣିଗ୍ରାହୀ, ପଦ୍ମଲୋଚନ ଦତ୍ତ, କମଳାକାନ୍ତ ନାୟକ, ବିଶ୍ୱପତି ବେହେରା ଓ ସତ୍ୟନାରାୟଣ ନାୟକ ପ୍ରମୁଖ ଯୋଗ ଦେଇଥିଲେ । ଏହି ପୁଣ୍ୟତିଥି ଅବସରରେ ମିଶନ ସ୍କୁଲ୍ ପରିସରରେ ଥିବା ଭିନ୍ନକ୍ଷମ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ରାଣୀପାଟଣା ସ୍ଥିତ ଅନ୍ଧ-ମୂକ-ବଧିର ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସଂଘ ତରଫରୁ ମଧ୍ୟାହ୍ନଭୋଜନ ପ୍ରଦାନ କରାଯାଇଥିଲା । ଶେଷରେ ଅର୍ଥ ସମ୍ପାଦକ ଦାମୋଦର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।


