ବାଲେଶ୍ୱରର ବୃକ୍ଷରୋପଣ ଓ ବକ୍ତୃତା ପ୍ରତିଯୋଗିତା
ବାଲେଶ୍ୱର, (ସରୋଜ ପଣ୍ଡା):ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଂଘ, ବାଲେଶ୍ୱର ତରଫରୁ ସଦର ବ୍ଲକ୍ ଆକିନିଆଁ ସ୍ଥିତ ଆନନ୍ଦମାର୍ଗ ଆବାସିକ ବିଦ୍ୟାଳୟ ପରିସରରେ ଆମ୍ବ, ପିଜୁଳି, ପଣସ, ଲେମ୍ବୁ, କୋଳି, ଜାମରୁଳ ଭଳି ମୂଲ୍ୟବାନ ଫଳଚାରା ରୋପଣ କରାଯାଇଛି । ପରିବେଶ ସଚେତନତା ଉଦ୍ଦେଶ୍ୟରେ ‘ଗଛ କାହିଁକି ଲଗାଇବା’ ଶୀର୍ଷକ ଏକ ବକ୍ତୃତା ପ୍ରତିଯୋଗିତା ସହିତ ବୃକ୍ଷ ସମ୍ପର୍କୀୟ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ୬ଜଣ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପ୍ରତିଯୋଗିତା ବୈଠକରେ ସଂଘର ବରିଷ୍ଠ ସଭ୍ୟା ଶ୍ରୀମତୀ ବାସନ୍ତୀ ପଣ୍ଡା ଅଧ୍ୟକ୍ଷତା କରିଥିଲେ । ଉପଦେଷ୍ଟା ଜ୍ଞାନେନ୍ଦ୍ରନାଥ ସାହୁ, ସାବିତ୍ରୀ ଦାସ, ମୀନା ସେଠୀ, ବିଚାରକ ମଣ୍ଡଳୀ ଭାବେ କୃତି ଛାତ୍ରଛାତ୍ରୀ ଚୟନ କରିଥିଲେ । ସଂଘର ସଭାପତି ଇଂ. ବନମାଳୀ ନାୟକ ସଂଘର ଆଭିମୁଖ୍ୟ ତଥା ସମସ୍ତ କାର୍ଯ୍ୟକ୍ରମ ବିଷୟରେ ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଉପଦେଷ୍ଟା ଶ୍ରୀ ଧୀରେନ୍ଦ୍ର ନାରାୟଣ ଦାସ, ଶ୍ରୀ ଶତ୍ରୁଘ୍ନ ପଣ୍ଡା ଛାତ୍ରଛାତ୍ରୀମାନଙ୍କୁ ଉପଦେଶାତ୍ମକ ବକ୍ତବ୍ୟ ପ୍ରଦାନ କରିଥିଲେ । ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଉପଦେଷ୍ଟା ଶ୍ରୀ ଧୀରେନ୍ଦ୍ର ନାରାୟଣ ଦାସ ଆନୁଷ୍ଠାନିକ ଭାବେ ଚାରାରୋପଣ କରି ଉଦ୍ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡା. ତାରାକାନ୍ତ ନନ୍ଦ, ଇଂ. ଶ୍ରୀରାମପ୍ରସାଦ ଦାଶ, ଇଂ. କେଶବ ଚନ୍ଦ୍ର ମାହାନ୍ତି, ସେକ ଆଲ୍ଲାଉଦ୍ଦିନ୍, ରମେଶ ଚନ୍ଦ୍ର ପଟ୍ଟନାୟକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ବକ୍ତୃତା ପ୍ରତିଯୋଗିତାରେ ଦେବଲୀନା ମହାପାତ୍ର, ହରିପ୍ରିୟା ମାହାନ୍ତି, ଦୀପ୍ତିଲତା ଭୂୟାଁ ୧ମ, ୨ୟ, ୩ୟ ହୋଇଥିବାବେଳେ ଚିତ୍ରାଙ୍କନ ପ୍ରତିଯୋଗିତାରେ ଲକ୍ଷ୍ମୀଧର ସିଂ, ପ୍ରଶାନ୍ତ ବେହେରା, ବିମଲ ଭୂୟାଁ, ୧ମ, ୨ୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଶ୍ରୀ ପରିକ୍ଷୀତ ବେହେରା, ପୁଷ୍ପାରାଣୀ ଭୂୟାଁ, ବୀଣାପାଣି ଜେନା, ନମିତା ପ୍ରଧାନ, ସୁନିତା ବେହେରା, ଧରିତ୍ରୀ ବିଶ୍ୱାଳ, ସୁପ୍ରଭା ଜେନା, ସାବିତ୍ରୀ ଜେନା, ସସ୍ମିତା ଜେନା, ମମତା ତପସ୍ୱୀ, ଅର୍ଚ୍ଚନା ତପସ୍ୱୀ, ସଂଯୁକ୍ତା ଜେନା, ପ୍ରତିଭା ନାୟକ, ହରିପ୍ରିୟା ଜେନା ପ୍ରମୁଖ ସହଯୋଗ କରିଥିଲେ ।