ବାଲେଶ୍ୱର ଅଟୋ ରିକ୍ସା ସମ୍ମନ୍ୱୟ ସମିତିର ସାଧାରଣ ସଭା
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍୍ର): ବାଲେଶ୍ୱର ଅଟୋ ରିକ୍ସା ସମ୍ମନ୍ୱୟ ସମିତିର ୨୦୧୯ ସାଧାରଣ ସଭା ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପଠାରେ ସମ୍ମନ୍ୱୟ ସମିତିର ସଭାପତି ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବାଲେଶ୍ୱରରେ ଅଟୋ ଚଲାଇ ଆତ୍ମନିଯୁକ୍ତି ସୃଷ୍ଟି କରୁଥିବା ଏହି ଅଟୋ ଚାଳକ ଓ ସଂଖ୍ୟା ଓ ଅଟୋ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତାଙ୍କର ସାମାଜିକ ସୁରକ୍ଷା, ନିର୍ମାଣ ଶ୍ରମିକଙ୍କ ଭଳି ଅଟୋ ଚାଳକ କଲ୍ୟାଣ ପାଣ୍ଠି, ପରିଚୟ ପତ୍ର, ପେନ୍ସନ୍, ପିଲାଙ୍କୁ ଛାତ୍ର ବୃତ୍ତି ଇତ୍ୟାଦି ବୈଠକରେ ଆଲୋଚନା ହୋଇଥିଲା । ଏହି ସାଧାରଣ ବୈଠକରେ ମୁଖ୍ୟ ଅତିଥି ଭାବେ ଆରକ୍ଷୀ ଅଧିକ୍ଷକ ବି. ଯୁଗଳ କିଶୋର, ଅତିରିକ୍ତ ଜିଲ୍ଲାପାଳ ସମ୍ବିତ ନାୟକ ପ୍ରମୁଖ ଏଥିରେ ଯୋଗ ଦେଇ ଚାଳକମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । ବିଶେଷ କରି ବିଗତ ଦିନରେ ଅଟୋ ଚାଳକ ମାନଙ୍କର ଅଟୋ ପାର୍କିଂର ସ୍ଥାନ ନିରୁପଣ, ଭଡା ଧାର୍ଯ୍ୟ ନିର୍ଦ୍ଧାରଣ ପାଇଁ ଯେଉଁ ମିଳିତ ବୈଠକମାନ ହୋଇଥିଲା ତାହାକୁ ପୁନଃ ବୈଠକ ଡକାଇ ସମ୍ୟାର ସମାଧାନ ପାଇଁ ପଦକ୍ଷେପ ନେବାକୁ କୁହାଯାଇଛି । ଏହି ସାଧାରଣ ସଭାରେ ସମ୍ପାଦକ ଉମାକାନ୍ତ ପାତ୍ର ଏକ ରିପୋର୍ଟ ଉପସ୍ଥାପନା କରିଥିଲେ । ଏହି ରିପୋର୍ଟକୁ ଆଲୋଚନା କରାଯାଇ ଗୃହୀତ କରାଯାଇଥିଲା । ରିପୋର୍ଟ ଉପରେ ସମସ୍ତ କର୍ମଚାରୀ ଆଲୋଚନା କରାଯାଇ ନେତୃତ୍ୱ ପ୍ରତିନିଧିମାନେ ସମର୍ଥନ କରିଥିଲେ । ଆଗାମୀ ଦିନରେ ବାଲେଶ୍ୱରରେ ଯାତ୍ରୀ ପରିବହନ କ୍ଷେତ୍ରରେ ଅଟୋ ଚାଳକମାନେ ଏକ ଆଦର୍ଶ ସୃଷ୍ଟିକାରୀ ଯାତ୍ରୀସେବା ଦେଖାଇବାକୁ ଦୃଢ ନିଷ୍ପତି ବୈଠକରେ ଗୃହୀତ ହୋଇଥିଲା । ଏହାପରେ ଏକ ୧୩ ଜଣିଆ କମିଟି ଆଗାମୀ ଦିନରେ କାର୍ଯ୍ୟ କରିବା ପାଇଁ ନିର୍ବାଚିତ କରାଯାଇଥିଲା । ଏଥିରେ ସଭାପତି ଭାବେ ପୂର୍ବତନ ବିଧାୟକ ପ୍ରଦୀପ୍ତ ପଣ୍ଡା, କାର୍ଯ୍ୟକାରୀ ସଭାପତି ଭାବେ ପ୍ରେମରଞ୍ଜନ ପାତ୍ର, ଉପସଭାପତି ଶାନ୍ତନୁ ଦାସ, ଉପଦେଷ୍ଟା ପୂର୍ବତନ ବିଧାୟକ ଅରୁଣ ଦେ, ଅନ୍ୟତମ ଉପଦେଷ୍ଟା ରଘୁନାଥ ଲେଙ୍କା, ଶୈଳେନ୍ଦ୍ର ଦାସ, ଯୁଗ୍ମସଂପାଦକ ସୁଦୀପ୍ତ ଦାସ, କୋଷାଧ୍ୟକ୍ଷ ରାଜେନ୍ଦ୍ର ବେହେରା ପ୍ରମୁଖ ଏହି କମିଟିରେ ଅନ୍ତର୍ଭୁକ୍ତ ଅଛନ୍ତି । ପ୍ରାରମ୍ଭରେ ପତାକା ଉତ୍ତୋଳନ କରାଯିବା ସହିତ ଶହୀଦମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ନିଜର ସାମ୍ବିଧାନିକ ଅଧିକାର ନିମନ୍ତେ ସମସ୍ତ ଅଟୋଚାଳକ ଏକତ୍ରିତ ହୋଇ ସଂଗଠନକୁ ଅଧିକ ଶକ୍ତିଶାଳୀ କରିବା ନିମନ୍ତେ ଆହ୍ୱାନ ଦିଆଯାଇଛି । ଶେଷରେ ଶୈଳେନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।


