ବାଲେଶ୍ୱର ଉତ୍କଳ କରାଟେ ପିଲାଙ୍କ ଦବ୍ଦବା
ବାଲେଶ୍ୱର, (ସରୋଜ ପଣ୍ଡା) : ପୂର୍ବ ବର୍ଷ ପରି ଚଳିତ ବର୍ଷ ୩୫ତମ ଓଡ଼ିଶା ରାଜ୍ୟ ସବ୍ଜୁନିଅର୍ କରାଟେ ଚାମ୍ପିଅନ୍ସିପ୍-୨୦୨୩ ଭୁବନେଶ୍ୱରରେ ଖେଳାଯାଇଅଛି । ସେଥିରେ ବିଭିନ୍ନ ଜିଲ୍ଲାର କୋମଳମତୀ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ । ସେଥିମଧ୍ୟରୁ ବାଲେଶ୍ୱର ଉତ୍କଳ କରାଟେ ସ୍କୁଲ୍ର ପିଲାମାନେ ସୁନ୍ଦର ପ୍ରତିଭା ପ୍ରଦର୍ଶନ କରି ଜିଲ୍ଲାର ଶ୍ରୀ’କୁ ବଢ଼ାଇଛନ୍ତି । ଅନାଦି ଭଞ୍ଜ, ଆଶିଷ ପଣ୍ଡା, ଅଭ୍ୟୁକ୍ତ ମିଶ୍ର, ନକ୍ସ ପୋଦ୍ଦାର, ଓରଜା ସାମାନ୍ତ, ପୟୋଧି ଦିବ୍ୟଦର୍ଶିନୀ, ସାଇକିରଣ ଆଚାର୍ଯ୍ୟ ଗୋଲ୍ଡ ମେଡାଲ୍ ହାସଲ କରି ଜାତୀୟ ସ୍ତରରେ ଖେଳିବା ପାଇଁ ମନୋନୀତ ହୋଇଥିôବାବେଳେ ଆର୍ଯ୍ୟବୀର ନାୟକ, ଖୁସାଳ ପୋଦ୍ଦାର, ନିଶାନ ସିଂହ, ଶୁଭ୍ରାଂଶୁ ସ୍ୱରାଜ ଲେଙ୍କା ସିଲ୍ଭର ମେଡାଲ୍ ସହିତ ଆଲିନା ସୃତି ରାଉତ, ଦିବ୍ୟାଂଶି ଘଡ଼ି ଓ ଜ୍ୟୋତର୍ମୟୀ ରାଣା ବ୍ରୋଞ୍ଜ୍ ମେଡାଲ୍ ପାଇ ଜିଲ୍ଲା ଓ ରାଜ୍ୟର ସମ୍ମାନକୁ ଗୌରବାନ୍ୱିତ କରିଛନ୍ତି । ସେହିପରି ଓଡ଼ିଶାରେ ଆୟୋଜିତ ହୋଇଥିବା ତୃତୀୟ ପୂର୍ବ ଭାରତ କରାଟେ ଚମ୍ପିଅନ୍ସିପ୍ ୨୦୨୩ରେ ତ୍ରିଲୋଚନ ରାଣା, ଭୂମିକା ସିଂହ ଗୋଲ୍ଡ ମେଡାଲ୍ ପାଇଥିବା ବେଳେ ରୋହନ୍ ସାହୁ ସିଲ୍ଭର୍ ମେଡାଲ୍ ହାସଲ କରିଛନ୍ତି ।ଏଥିପାଇଁ ବାଲେଶ୍ୱର ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ଜେନା ପିଲାମାନଙ୍କୁ ବହୁତ ଉତ୍ସାହିତ କରିବା ସହ ସ୍କୁଲ୍ର ମୁଖ୍ୟ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଦେବେନ୍ଦ୍ର ରାଣାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।


