ବାଲେଶ୍ୱର କନିଷ୍ଠ ହକି ଟିମର ଭୂବନେଶ୍ୱର ଯାତ୍ରା

ବାଲେଶ୍ୱର, (ସରୋଜ ପଣ୍ଡା):ଓଡ଼ିଶା କନିଷ୍ଠ ହକି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ ପାଇଁ ବାଲେଶ୍ୱରର ଜୁନିଅର ୱିମେନ ହକି ଟିମ୍‌ର ଖେଳାଳିମାନେ ମଙ୍ଗଳବାର ଭୁବନେଶ୍ୱର ଯାତ୍ରା କରିଛନ୍ତି । ଟିମ ମ୍ୟାନେଜର ଲିପିପୁଷ୍ପା ବେହେରା ଓ କୋଚ ଡେଭିଡ ସୋରେନ ଖେଳାଳିଙ୍କ ସହ ୧୫ ଜଣିଆ ଟିମ ବସ ଯୋଗେ ବାଲେଶ୍ୱର ବସଷ୍ଟାଣ୍ଡରୁ ଭୁବନେଶ୍ୱର ଯାତ୍ରା କରିଛନ୍ତି । ସଦର ବିଧାୟକ ସ୍ୱରୂପ କୁମାର ଦାସ ଉପସ୍ଥିତ ରହି ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସଫଳ ଯାତ୍ରା କାମନା କରିଥିଲେ । ଜିଲ୍ଲାର ବିଭିନ୍ନ ବ୍ଲକରୁ ଶ୍ରେଷ୍ଠ ହକି ଖେଳାଳିଙ୍କୁ ଚୟନ ସହ ଉନ୍ନତମାନର ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ବେଳେ ବାଲେଶ୍ୱର ଟିମ୍ ଟୁର୍ଣ୍ଣାମେଣ୍ଟରେ ନିଶ୍ଚିତ ସଫଳତା ପାଇବ ବୋଲି ବିଧାୟକ ସେ ଆଶାପ୍ରକାଶ କରିଥିଲେ । ଖେଳାଳିମାନଙ୍କ ଯାତାୟତ ଓ ଖେଳରେ ଅଂଶଗ୍ରହଣ ବାବଦରେ ସମସ୍ତ ବ୍ୟବସ୍ଥା ହୋଇଥିବା ନେଇ ଜିଲା କ୍ରୀଡା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା ସୂଚନା ଦେଇଛନ୍ତି । ଖ୍ୟାତିସମ୍ପନ୍ନ ହକି ଖେଳାଳିଙ୍କ ଠାରୁ ପ୍ରଶିକ୍ଷଣ ପାଇଥିବା ବାଲେଶ୍ୱର ଦଳ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ । ସ୍ପୋର୍ଟସ ହଷ୍ଟେଲ ପରିଦର୍ଶନ ବେଳେ ଜିଲା ହକି ଆସୋସିଏସନର ସଭାପତି ତଥା ବାଲେଶ୍ୱର ଜିଲାପାଳ ଦତାତ୍ରୟ ଭାଉସାହେବ ଶିିନ୍ଦେ କନିଷ୍ଠ ମହିଳା ଖେଳାଳିଙ୍କୁ ଉତ୍ସାହିତ କରିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ନକ୍ ଆଉଟ୍ ପର୍ଯ୍ୟାୟରେ ୨ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିଅମ ଓ କିଟ୍ ବିଶ୍ୱବିଦ୍ୟାଳୟ ପଡିଆରେ ଆରମ୍ଭ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟ ୬ ତାରିଖ ପର୍ଯ୍ୟନ୍ତ ଚାଲିବ । ବାଲେଶ୍ୱର ଟିମ ପ୍ରଥମ ମ୍ୟାଚ କନ୍ଧମାଳ ସହ ଖେଳିବ ବୋଲି କ୍ରୀଡ଼ା ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ