ବାଲେଶ୍ୱର ଜ଼ିଲ୍ଲା ମହୋତ୍ସବ କୋଶମ୍ୱ-୨୦୨୪ ଉଦଯାପିତ

ବାଲେଶ୍ୱର, (ସରୋଜ ପଣ୍ଡା):ସ୍ଥାନୀୟ ପୋଲିସ ଲାଇନ ପଡିଆରେ ୫ ଦିନ ଧରି ଚାଲିଥିବା ବାଲେଶ୍ୱର ଜ଼ିଲ୍ଲା ମହୋତ୍ସବ କୋଶମ୍ୱ-୨୦୨୪, ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା ଓ ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ହୋଇଯାଇଛି I ଉଦଯାପନୀ ସମାରୋହରେ ମୁଖ୍ୟ ଆକର୍ଷଣ ଭାବେ ବଲିଉଡ଼ର ପ୍ରଖ୍ୟାତ ଗାୟିକା ନୀତି ମୋହନଙ୍କ ସଙ୍ଗୀତ ପରିବେଷଣରେ ବିଭୋର ହୋଇଥିଲେ ଦର୍ଶକ I ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମାନ୍ୟବର ବିଧାୟକ, ବାଲେଶ୍ୱର ସଦର ଶ୍ରୀଯୁକ୍ତ ସ୍ୱରୂପ ଦାସ, ମାନ୍ୟବର ବିଧାୟକ ରେମୁଣା, ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପରିଡ଼ା, ବାଲେଶ୍ୱର ମାନନୀୟା ପୌରଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ରେମୁଣା ଏନ.ଏ.ସି ମାନନୀୟା ଅଧ୍ୟକ୍ଷା ଶ୍ରୀମତୀ ତନୁଜା ଗିରି, ଜିଲ୍ଲା ପରିଷଦର ମାନନୀୟ ସଭାପତି ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀମତୀ ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ବିଶ୍ୱରଞ୍ଜନ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ I ସଭା ପ୍ରାରମ୍ଭରେ କୋଶମ୍ୱ-୨୦୨୪ ମହୋତ୍ସବକୁ ନିରନ୍ତର ସମର୍ଥନ ଦେଇ ସଫଳ କରିଥିବାରୁ ବିଭିନ୍ନ ବିଭାଗ, ବିଭାଗୀୟ ଅଧିକାରୀ ଏବଂ ସଂସ୍ଥାଙ୍କୁ ଅତିଥିମାନେ ସମ୍ମାନିତ କରିଥିଲେ I ବିଗତ ଚାରି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତତନ୍ତ ହସ୍ତଶିଳ୍ପ, ପାରମ୍ପାରିକ ବସ୍ତ୍ର ଏବଂ ସ୍ଥାନୀୟ ସୁସ୍ୱାଦୁ ଖାଦ୍ୟ ସହିତ ଏକ ଅନନ୍ୟ ସପିଂ ଅଭିଜ୍ଞତା ନେଇ ମହୋତ୍ସବର ଭରପୁର ମଜା ଉଠାଇଥିଲେ ବାଲେଶ୍ୱର ଜନସାଧାରଣ I ପାରମ୍ପାରିକ ନୃତ୍ୟ, ବାଦ୍ୟଯନ୍ତ୍ରର ଏକ୍ସଟ୍ରାଭାଗାନଜା ଏବଂ ନାଟ୍ୟ ଉପସ୍ଥାପନା ଦ୍ୱାରା ଅନେକ ଶିକ୍ଷଣୀୟ ବାର୍ତ୍ତା ପ୍ରଦର୍ଶନ କରିଥିଲେ ବାଲେଶ୍ୱରର ତଥା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ I ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗ ତରଫରୁ ଆୟୋଜିତ ହୋଇଥିଲା ଅନେକ କର୍ମଶାଳା ଏବଂ ସଚେତନତା ଶିବିର ଯେଉଁଥିରେ ବିପୁଳ ସଂଖ୍ୟାରେ ଯୋଗ ଦେଇ ଜ୍ଞାନ ତଥା କୌଶଳ ପ୍ରାପ୍ତ କରିଥିଲେ ଜନସାଧାରଣ I କୋଶମ୍ଭ-୨୦୨୪ ର ଉଦଯାପନୀ ସନ୍ଧ୍ୟାରେ ବହୁ ସଂଖ୍ୟାରେ ଯୋଗ ଦେଇ ବାଲେଶ୍ୱରର ଜନସାଧାରଣ ଏହି ମହାସମାରୋହକୁ ଉପଭୋଗ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ