ବାଲେଶ୍ୱର ଜିଲ୍ଲା ଓ ଦୌରାଜଜ ଅଦାଲତ ରେ ପେପରଲେସ କୋର୍ଟ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ଵର ଜିଲ୍ଲା ଓ ଦୌରାଜଜ ଅଦାଲତ ସିଭିଲ କୋର୍ଟ ଠାରେ ପେପରଲେସ କୋର୍ଟ ଆଜି ଉଦଘାଟନ ହୋଇଯାଇଛି।ଏହି କୋର୍ଟ କୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଏସ ମୁରଲିଧରନ ଆଭାସି ମାଧ୍ୟମରେ ଉଦଘାଟନ କରିଥିଲେ। କୋର୍ଟ ଗୁଡ଼ିକ ପେପରଲେସ କରିବା ଦ୍ଵାରା ଖୁବ କମ ସମୟରେ କାର୍ଯ୍ୟ ତୁଲାଇ ହେବ ବୋଲି ମୁଖ୍ୟ ବିଚାରପତି ବକ୍ତବ୍ୟରେ କହିଥିଲେ।ଏହା ଦ୍ବାରା କମ କର୍ମଚାରୀ ର ଆବଶ୍ୟକତା ରହିବ,କର୍ମଚାରୀ ଅଭାବ ଦୂର କରିବ ।ଏଥି ସହିତ କେଶ ବିଚାର କରିବାରେ ସହାୟକ ହେବ ବୋଲି କହିଥିଲେ।ସମ୍ମାନିତ ଅତିଥି ଭାବେ ଜଷ୍ଟିସ ସୁବସିଶ ତାଳପତ୍ର ଙ୍କ ସମେତ ବାଲେଶ୍ଵର ଜିଲ୍ଲା ଓ ଦୌରାଜଜ ଅଶାନ୍ତ କୁମାର ଦାସ, ଜଜ ବିଶ୍ୱଜିତ୍ ଦାସ, ଜଜ ରଞ୍ଜନ କୁମାର ସୂତାର, ଜଜ ବିଶ୍ଵସ୍ଵତ୍ ଗୌତମ, ଜଜ ମିହିର ରଞ୍ଜନ ପରିଡ଼ା, ଜଜ ଲିଲିପ୍ତା ପଶାୟତ ଙ୍କ ସମେତ ସମସ୍ତ ଜଜ,କୋର୍ଟ କର୍ମଚାରୀ,ବାର ଆସୋସିଏସନ୍ ର ସଭାପତି ମନୋଜ କୁମାର ନାୟକ,ସମ୍ପାଦକ ଦୀପକ ଦାଶ ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ