ବାଲେଶ୍ୱର ଜିଲ୍ଲା କଂଗ୍ରେସ ର ଗୁରୁତ୍ୱ ପୂର୍ଣ୍ଣ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଆଜି ତା:-୨୩/୦୨/୨୦୨୩ ରିଖ ଶୁକ୍ରବାର ଦିବା ୧୦ ଘଟିକା ସମୟରେ ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଆଗାମୀ ଫେବୃୟାରୀ ୨୬ ତାରିଖ ସୋମବାର ପ୍ରଦେଶ କଂଗ୍ରେସ କମିଟି ନିଷ୍ପତି କ୍ରମେ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ହେବାକୁ ଥିବା ଓଡିଶା ସଚିବାଳୟ ଘେରାଉ ସମ୍ପର୍କରେ ଏକ ଗୁରୁତ୍ୱ ପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇ ଅଛି।ଏହି ବୈଠକ ରେ ବାଲେଶ୍ଵର ଜିଲ୍ଲା କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ସଞ୍ଜୀବ ଗିରି ସଭାପତିତ୍ୱ କରି ୨୬ ତାରିଖ ରେ ହେବାକୁ ଥିବା ଓଡିଶା ସଚ୍ଚିବଳୟ ଘେରାଉ ବିଷୟରେ ବିଷଦ ଆଲୋଚନା କରିଥିଲେ,ଏଥିରେ ସମସ୍ତ ଉପସ୍ଥିତ ନେତୃମଣ୍ଡଳୀ ନିଜ ନିଜର ମତ ପ୍ରକାଶ କରିଥିଲେ । ଶେଷରେ ନିଷ୍ପତି ହୋଇଥିଲା କି ୨୬ ତାରିଖ ପିସିସି ତରଫରୁ ହେଉଥିବା ଏହି ଓଡିଶା ସଚ୍ଚିବାଳୟ ଘେରାଉ କାର୍ଯ୍ୟକ୍ରମ ରେ ବାଲେଶ୍ୱର ଜିଲ୍ଲାରୁ ୩୦୦୦ ରୁ ଉର୍ଦ୍ଧ କଂଗ୍ରେସ ନେତା କର୍ମୀ ଓ ସାଧାରଣ ଲୋକ ଭୁବନେଶ୍ୱର ରେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ଅନ୍ୟମାନଙ୍କ ମଧ୍ୟରେ ଗୋପୀନାଥ ପାଢ଼ୀ,ଦେବୀପ୍ରସନ୍ନ ଚାନ୍ଦ,ଚିତ୍ତରଞ୍ଜନ ଷଡଙ୍ଗୀ,ମୋନଜାମଞ୍ଜରୀ ଦେବୀ,ସତ୍ୟଶିଵ ଦାସ,ବିଜନ ନାୟକ,ଜ୍ୟୋତ୍ସ୍ନା ସେନାପତି,ପ୍ରଜ୍ଞା ପରମିତା ମୋହାନ୍ତି,ରଞ୍ଜନ ଦାସ, ଗୌତମ ସାହୁ,ସୁଧାଂଶୁ ଜେନା,ଜୟକୃଷ୍ଣ ବେହେରା,ତରୁଣ କୁମାର ଦାସ,ମନୋରଞ୍ଜନ ପଣ୍ଡା,ଶ୍ରୀକାନ୍ତ ଜେନା,ଅନିରୋଧ ବେହେରା,ଉପେନ୍ଦ୍ର ବେହେରା,ତୁଷାର କାନ୍ତି ତପସ୍ୱୀ,ନିରଞ୍ଜନ ବେହେରା,ଜୀବନ ମହାପାତ୍ର,ରାହସ ମହାପାତ୍ର,ସଞ୍ଜୁ ଲତା ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ