ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଏ,ଆଇ,ସି,ସି ପର୍ଯ୍ୟବେକ୍ଷକ ଙ୍କ ସାଙ୍ଗଠାନିକ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ସମବାର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ଅନୁଷ୍ଠିତ ସାଙ୍ଗଠାନିକ ବୈଠକରେ ଅଖିଳ ଭାରତ କଂଗ୍ରେସ କମିଟି ଦ୍ୱାରା ମନୋନୀତ ବାଲେଶ୍ୱର ଲୋକସଭା କ୍ଷେତ୍ରର ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ଅଭୟ ଚହଲ ଯୋଗଦେଇ ନେତା ଓ କର୍ମୀଙ୍କୁ କିପରି ୨୦୨୪ ସାଧାରଣ ନିର୍ବାଚନ ରେ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଙ୍କୁ ବିଜୟ କରିବା ସହ ଜିଲ୍ଲାର ସମସ୍ତ ବିଧାନ ସଭା ପ୍ରାର୍ଥୀ ଙ୍କୁ ବିଜୟ କରାଯିବ ସେ ନେଇ ଆଲୋଚନା କରିଥିଲେ।ଜିଲ୍ଲା ସଭାପତି ସଞ୍ଜୀବ ଗିରି ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାଙ୍ଗଠାନିକ ବୈଠକ ରେ ପ୍ରଥମେ ରେମୁଣା ବିଧାୟକ ପ୍ରାର୍ଥୀ ସୁଦର୍ଶନ ଜେନା,ଓ ଭୋଗରାଇ ବିଧାୟକ ପ୍ରାର୍ଥୀ ସତ୍ୟଶିଵ ଦାସ ଙ୍କୁ ପୁଷ୍ପଗୁଛ ଓ କଂଗ୍ରେସ ଉତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇ ଥିଲା।ଜିଲ୍ଲା ସଭାପତି ଶ୍ରୀ ଗିରି ତାଙ୍କ ବକ୍ତବ୍ୟରେ ସାଂସଦ ପ୍ରାର୍ଥୀ ଶ୍ରୀକାନ୍ତ ଜେନା ଜଣେ ଟାଣୁଆ ନେତୃତ୍ୱ ବୋଲି କହିବା ସହ ସେ ପୂର୍ବରୁ ସାଂସଦ ଓ କେନ୍ଦ୍ର ମନ୍ତ୍ରୀ ଥିବା ବେଳେ ବାଲେଶ୍ୱର ରେ ଯେତିକି କାର୍ଯ୍ୟ କରିଛନ୍ତି ତାହା ଅତୁଳନୀୟ ସେଥିପାଇଁ ଆଜି ଲୋକ ଚାହୁଁଛନ୍ତି ଶ୍ରୀକାନ୍ତ ଜେନାଙ୍କ ନେତୃତ୍ୱକୁ ବୋଲି କହିବା ସହ ନବଜ୍ୟୋତି ପଟ୍ଟନାୟକଙ୍କ ବିଗତ ଦିନର ସାଙ୍ଗଠାନିକ କାର୍ଯ୍ୟ ଯୋଗୁଁ ବାଲେଶ୍ୱରରେ ଆଜି କଂଗ୍ରେସର ଏଭଳି ଉତ୍ତମ ସ୍ଥିତି ପରିଲକ୍ଷିତ ହେଉଛି।ଯାହାଦ୍ୱାରା ଏହି ଦୁଇ ନେତା ମିଳିତ ଭାବେ କାର୍ଯ୍ୟ କରିବେ ଓ ବାଲେଶ୍ୱର ସାଂସଦ କଂଗ୍ରେସ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ।ପୂର୍ବତ୍ତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ,ଓ ଚିତ୍ତରଞ୍ଜନ ଷଡଙ୍ଗୀ,ପିସିସି ମୁଖପାତ୍ର ସୁଦର୍ଶନ ଦାସ,ବରିଷ୍ଠ କଂଗ୍ରେସ ନେତା ପଦ୍ମଲୋଚନ ଲେଙ୍କା,ମଞ୍ଚଆସିନ ହୋଇ ନିଜନିଜ ର ବକ୍ତବ୍ୟ ପ୍ରଦାନ କରିଥିଲେ।ଶେଷରେ ଜିଲ୍ଲା ଗଣମାଧ୍ୟମ ଓ ଯୋଗା ଯୋଗ ବିଭାଗ ଅଧ୍ୟକ୍ଷ ବିକାଶ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଯୁବ ନେତା ସରୋଜ କୁମାର ଲେଙ୍କା, କେ,କେ,ସି ରାଜ୍ୟ ଉପାଧ୍ୟକ୍ଷା ଜ୍ୟୋତ୍ସ୍ନା ସେନାପତି,ମହିଳା କଂଗ୍ରେସ ସଭାପତି ପ୍ରଜ୍ଞା ପରମିତା ମୋହାନ୍ତି,ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ,ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁ,କିଷାନ କଂଗ୍ରେସ ଜିଲ୍ଲା ସଭାପତି ଜୟନ୍ତ ମହାପାତ୍ର,ଜିଲ୍ଲା ଆଇନ ବିଭାଗ ଅଧ୍ୟକ୍ଷ ସତ୍ୟ ସୁନ୍ଦର ଦାସ,ଅଳ୍ପସଂଖ୍ୟକ ଜିଲ୍ଲା ସଭାପତି ଅଜ଼ଗର ଅଲ୍ଲୀ,ଜିଲ୍ଲା ମୁଖପାତ୍ର ସୁଧାଂଶୁ ଜେନା,ରେମୁଣା ବ୍ଲକ ସଭାପତି ତରୁଣ ଦାସ,ବାହାନଗା ବ୍ଲକ ସଭାପତି ମଧୁସୂଦନ ମହାପାତ୍ର,ଜଳେଶ୍ବର ବ୍ଲକ ସଭାପତି ରାଜୀବ ଲୋଚନ ପରିଡା,ରେମୁଣା ମହିଳା କଂଗ୍ରେସ ସଭାପତି କୁମୁଦୁନି ଦାସ,ଟାଉନ ମହିଳା କଂଗ୍ରେସ ସଭାପତି ସଞ୍ଜୁଲତା ବେହେରା,ପ୍ରମୁଖ ଉପସ୍ଥିତ ଥିଲେ।