ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତିର ବାଲିଆପାଳ ବ୍ଲକ୍ କମିଟି ଗଠିତ 

ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ) : ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତି ଆହ୍ୱାନରେ ରବିବାର ଦିନ ବାଲିଆପାଳ ବ୍ଲକ୍ର ଡଗରା ଗ୍ରାମପଞ୍ଚାୟତ ଅଧିନସ୍ଥ ଜାମତ୍କୁଲା ଗ୍ରାମର ଶିବମନ୍ଦିର ପ୍ରାଙ୍ଗଣରେ ଶଙ୍କର୍ଷଣ ପାଣିଗ୍ରାହୀଙ୍କ ଆବାହକତ୍ୱରେ ପଣ୍ଡିତ ଶ୍ୟାମ ସୁନ୍ଦର ପଣ୍ଡାଙ୍କ ସଭାପତିତ୍ୱରେ ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବ୍ଲକ୍ର ବିଭିନ୍ନ ପଞ୍ଚାୟତରୁ ଶତାଧିକ ବ୍ରାହ୍ମଣ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବେଦପାଠ କରାଯାଇ ଜଗନ୍ନାଥଙ୍କ ବିଗ୍ରହରେ ପୁଷ୍ପାର୍ଘ୍ୟ ପ୍ରଦାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ସାଙ୍ଗଠନିକ ସଭାରେ ଜିଲ୍ଲା ସମିତି ତରଫରୁ ଅତିଥିଭାବେ ପଣ୍ଡିତ୍ କ୍ଷିତିଶ ଚନ୍ଦ୍ର ପଣ୍ଡା ଯୋଗଦାନ କରି ବ୍ରାହ୍ମଣ ସଂଗଠନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ବନ୍ଧରେ ଆଲୋଚନା କରି ପଞ୍ଚାୟତ ସ୍ତରରୁ ସଂଘକୁ ମଜଭୁତ କରି ଗଢ଼ିତୋଳିବାକୁ ପରାମର୍ଶ ଦେଇଥିଲେ । ବୈଠକରେ ଉପସ୍ଥିତ ଥିବା ବ୍ରାହ୍ମଣମାନେ ସଂଗଠନ ସମ୍ବନେ୍ଧ ଅବଗତ ହେଲାପରେ ବାଲିଆପାଳ ବ୍ଲକ୍ କମିଟି ଗଠିତ ହୋଇଛି । ଉକ୍ତ ବ୍ଲକ୍ସ୍ତରୀୟ ସଂଗଠନକୁ ପରିଚାଳନା କରିବା ପାଇଁ ଏକ ଆଡ଼ହକ କମିଟି ଗଠନ କରାଯାଇଛି । ଏଥିରେ ସଭାପତି ଭାବେ ଶଙ୍କର୍ଷଣ ପାଣିଗ୍ରାହୀ, ଉପସଭାପତି ଭାବେ ଦିବ୍ୟରଞ୍ଜନ ପଣ୍ଡା, ସଂପାଦକ ଭାବେ ଯଦୁନାଥ ପଣ୍ଡା ଏବଂ କୋଷାଧ୍ୟକ୍ଷଭାବେ ସୀତାନାଥ ପଣ୍ଡାଙ୍କୁ ମନୋନୀତ କରାଯାଇଛି । ପରବର୍ତ୍ତୀ ସମୟରେ ବ୍ଲକ୍ର ସମସ୍ତ ପଞ୍ଚାୟତର ବ୍ରାହ୍ମଣମାନଙ୍କୁ ଯୋଗାଯୋଗ କରାଯାଇ ଏକ ପୂର୍ଣ୍ଣାଙ୍ଗ କମିଟି ଗଠନ କରାଯିବାକୁ ନିଷ୍ପତ୍ତି ହୋଇଛି । ନବଗଠିତ ବାଲିଆପାଳ ବ୍ଲକ୍ କମିଟି ଜିଲ୍ଲା ବ୍ରାହ୍ମଣ ସମିତି ସହ ସହବଂଧିତ କରାଯାଇ ଜିଲ୍ଲା କମିଟିର ସଂବିଧାନ ଅନୁଯାୟୀ ପରିଚାଳିତ କରାଯିବାକୁ ସିଦ୍ଧାନ୍ତ କରାଯାଇଛି । ବୈଠକରେ ଷଢ଼ାନନ ପାଢ଼ୀ, ସୁମନ୍ତ ପାଢ଼ୀ, ଜନ୍ମେଜୟ ପୁଝାରୀ, ସୁଧାକର ପାଣି, ମନ୍ମଥ କୁମାର ପାଣି, ଜନ୍ମେଜୟ ପାଣିଗ୍ରାହୀ, ରାମଚନ୍ଦ୍ର ପାଢ଼ୀ, ଦେବେନ୍ଦ୍ର ପଣ୍ଡା, ରାମଚନ୍ଦ୍ର ପଣ୍ଡା, ଲକ୍ଷ୍ମଣ ଚନ୍ଦ୍ର ପାଢ଼ୀ, ତପନ କୁମାର ପାଣିଗ୍ରାହୀ, ପଙ୍କଜ ପଣ୍ଡା, ଅନନ୍ତ ପାଢ଼ୀ, ହରିହର ପଣ୍ଡା, ମୃତ୍ୟୁଞ୍ଜୟ ପାଣିଗ୍ରାହୀ, ବସନ୍ତ ପାଣିଗ୍ରାହୀ, ବୃହସ୍ପତି ପଣ୍ଡା, ସଞ୍ଜୟ ପାଢ଼ୀ, ରବୀନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ରୀ ଶଙ୍କର୍ଷଣ ପାଣିଗ୍ରାହୀ ଶାନ୍ତିମନ୍ତ୍ର ପାଠ କରିବା ପରେ ସଭାପତିଙ୍କ ଦ୍ୱାରା ସଭାକାର୍ଯ୍ୟ ସାଙ୍ଗ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ