ବାଲେଶ୍ୱର ଜିଲ୍ଲା ବ୍ରାହ୍ମଣ ସମିତିର ୯୨ତମ ଅଧିବେଶନ

ବାଲେଶ୍ୱର,:(ଯୁଗାଦ୍ଦନ୍ୟୁଜ) ଜିଲ୍ଲା ବ୍ରାହ୍ମଣ ସମିତିର ୯୨ତମ ଅଧିବେଶନ ଗତ ରବିବାର ଦିନ ନିଳିଆବାଗ ସ୍ଥିତ ସଭାପତିଙ୍କ ବାସଭବନରେ ଡା. ଶ୍ରୀଶ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ପ୍ରାକ୍ତନ ସଭାପତି ପଣ୍ଡିତ ରଘୁନାଥ ଷଡ଼ଙ୍ଗୀ ବେଦ ପାଠ କରିଥିଲେ । ସାଧାରଣ ସଂପାଦକ ଗୌରଚନ୍ଦ୍ର ଦାଶ ଉପସ୍ଥିତମାନଙ୍କୁ ସ୍ୱାଗତ ଜଣାଇ ପୂର୍ବ ଅଧିବେଶନର ବିବରଣୀ ପାଠ କରିଥିଲେ ଏବଂ ତାହା ସର୍ବସମ୍ମତିକ୍ରମେ ଦୃଢ଼ୀକରଣ ହୋଇଥିଲା । ସାଧାରଣ ନିର୍ବାଚନ ଜନିତ କାରଣରୁ ଚଳିତବର୍ଷ ବାର୍ଷିକ ଯଜ୍ଞ ଓ ଜିଲ୍ଲାସ୍ତରୀୟ ବ୍ରାହ୍ମଣ ମହାସମାବେଶ ଧାର୍ଯ୍ୟମତେ ହୋଇପାରିନଥିବାରୁ ଆସନ୍ତା ଜୁଲାଇ ମାସ ୧୪ ତାରିଖ ରବିବାର ଯଜ୍ଞ ଓ ୧୫ ତାରିଖ ସୋମବାର ଦିନ ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହେବାକୁ ବୈଠକରେ ସିଦ୍ଧାନ୍ତ ଗୃହୀତ ହୋଇଛି । ପୂର୍ବବର୍ଷଭଳି ଚଳିତ ବର୍ଷ ଧାର୍ଯ୍ୟ ଦିବସରେ ବିଶ୍ୱଶାନ୍ତି ଉଦ୍ଦେଶ୍ୟରେ ଯଜ୍ଞ, ଜିଲ୍ଲାସ୍ତରୀୟ ବ୍ରାହ୍ମଣ ସମ୍ମିଳନୀରେ ରାଜ୍ୟ ସ୍ତରୀୟ ବ୍ରାହ୍ମଣ ମହାସମାବେଶ, ବାର୍ଷିକ ମୁଖପତ୍ର ‘ବ୍ରହ୍ମଶକ୍ତି’ର ଉନ୍ମୋଚନ ହେବାକୁ ସ୍ଥିର ହୋଇଛି । ଆମ ଜିଲ୍ଲାରେ ବ୍ରାହ୍ମଣ ସଂଗଠନକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ତୃଣମୂଳ ସ୍ତରରୁ ଅର୍ଥାତ୍ ଜିଲ୍ଲାରେ ପଞ୍ଚାୟତ ଓ ବ୍ଲକ୍ ସ୍ତରରେ ସାଂଗଠନିକ ସଚେତନତା ସଭା ଓ ଭ୍ରାମ୍ୟମାଣ ଯଜ୍ଞମାନ ଅନୁଷ୍ଠିତ କରିବାପାଇଁ ବୈଠକରେ ନିଷ୍ପତ୍ତି ହୋଇଅଛି । ଆସନ୍ତା ଯଜ୍ଞ ଓ ସମ୍ମିଳନୀରେ ଜିଲ୍ଲା ବ୍ରାହ୍ମଣ ସମିତିର ସମସ୍ତ ଆଜୀବନ ସଭ୍ୟ, ପଞ୍ଚାୟତ ଓ ବ୍ଲକ୍ସ୍ତରୀୟ ସଭ୍ୟ ତଥା ଜିଲ୍ଲାର ସମସ୍ତ ବ୍ରାହ୍ମଣମାନେ ବହୁସଂଖ୍ୟାରେ ଯୋଗଦାନ କରି ସମ୍ମିଳନୀ କାର୍ଯ୍ୟ ସଫଳ କରିବାକୁ ସମିତି ପରିଚାଳନା କମିଟି ତରଫରୁ ନିବେଦନ କରାଯାଇଛି । ଯଜ୍ଞ ଓ ସମ୍ମିଳନୀ କାର୍ଯ୍ୟର ସୁପରିଚାଳନା ଓ ଆବଶ୍ୟକ ଅର୍ଥର ବ୍ୟବସ୍ଥା ପାଇଁ ପରିଚାଳନା କମିଟିର କାର୍ଯ୍ୟକର୍ତ୍ତା ଓ ସଦସ୍ୟମାନଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇଛି । ଏ ଦିଗରେ ସମିତିର ସମସ୍ତ ଆଜୀବନ ସଭ୍ୟମାନେ ସକ୍ରିୟ ସହଯୋଗ ଓ ସାହାଯ୍ୟ କରିବାକୁ ବୈଠକରେ ନିବେଦନ କରାଯାଇଛି । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଡ. କ୍ଷିତିଶ୍ୱର ଦାଶ, ଶକ୍ତିପଦ ପଣ୍ଡା, କୃଷ୍ଣଚନ୍ଦ୍ର ପତ୍ରୀ, ସର୍ବେଶ୍ୱର ପତି, କ୍ଷିତିଶ ଚନ୍ଦ୍ର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବୈଦ୍ୟନାଥ ଆଚାର୍ଯ୍ୟ, ନିରାକାର ଦାଶ, ଭୃଗୁରାମ କର, ସରୋଜ ନାରାୟଣ ଷଡ଼ଙ୍ଗୀ, ବୁଦ୍ଧିରାମ ପାଣିଗ୍ରାହୀ, ଲିଙ୍ଗରାଜ ଦାଶ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ସମୂହ ଶାନ୍ତିପାଠ ପରେ କାର୍ଯ୍ୟକାରୀ ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେବାପରେ ସଭାପତିଙ୍କ ଦ୍ୱାରା ସଭାକାର୍ଯ୍ୟ ସାଙ୍ଗ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ