ବାଲେଶ୍ୱର ଠାରେ ଅର୍ଥନୈତିକ ଗଣନା ତାଲିମ କାର୍ଯ୍ୟକ୍ରମ

ବାଲେଶ୍ୱର,: ସ୍ଥାନୀୟ ବ୍ରିଟ୍ କଲ୍ୟାଣ ମଣ୍ଡପଠାରେ ୭ମ ଅର୍ଥନୈତିକ ଗଣନା ପ୍ରକ୍ରିୟା ସକାଶେ ତାଲିମଦାତାମାନଙ୍କ ସକାଶେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ସଠିକ୍ ଏବଂ ନିର୍ଭୁଲ ତଥ୍ୟ ସଂଗ୍ରହ ଉପରେ ଗୁରୁତ୍ୱାରୋପ କରିବା ସହ ତାଲିମଦାତାମାନେ ସଠିକ୍ ତାଲିମପ୍ରାପ୍ତ ହେବା ଆବଶ୍ୟକ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀ ସୁବାଷ ନିଆଲ ଏହି ଜାତୀୟ କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା ଦେଶର ବିକାଶ ନିମନ୍ତେ ପଥ ଉନ୍ମୁକ୍ତ କରିଥାଏ, ତେଣୁ ଏହାକୁ ଉପଯୁକ୍ତ ଭାବେ ପରିଚାଳନା କରିବାକୁ କହିଥିଲେ । ସୂଚନାଯୋଗ୍ୟ ଏହି ପ୍ରକ୍ରିୟା ୧୯୭୭ ମସିହାରେ ପ୍ରଥମ ଥର ପାଇଁ ଆରମ୍ଭ କରାଯାଇଥିଲା । ଚଳିତ ଥର ଏହାକୁ ଆଇଟି ପ୍ରୟୋଗ ମାଧ୍ୟମରେ ସଂଚାଳନ କରାଯିବ । ଫଳରେ ନିର୍ଭୁଲ ତଥ୍ୟ ସଂଗ୍ରହ ହେବା ସହ ନିର୍ଦ୍ଧାରିତ ସମୟ ମଧ୍ୟରେ ସଂପୂର୍ଣ୍ଣ ତଥ୍ୟ ସଂଗ୍ରହ କରାଯାଇପାରିବ ବୋଲି ଖସଡା ପ୍ରସ୍ତୁତ କରାଯାଇଛି । ଏହାକୁ ଆଇଟି ସଂସ୍ଥା ସାଧାରଣ ସେବା କେନ୍ଦ୍ର(ସିଏସସି) ଦ୍ୱାରା ପରିଚାଳନା କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜାତୀୟ ନମୁନା ସର୍ଭେକ୍ଷଣ ସଂସ୍ଥାର ବରିଷ୍ଠ ପରିସଂଖ୍ୟାନ ଅଧିକାରୀ ଶ୍ରୀ ସମୟ ଦାଶ, ସହକାରୀ ପରିସଂଖ୍ୟାନ ଅଧିକାରୀ ଶ୍ରୀ ବନମାଳୀ ମହାପାତ୍ର, ମହେନ୍ଦ୍ର କୁମାର ସିଂ, ଅଞ୍ଜନ କୁମାର ନାୟକଙ୍କ ସମେତ ସିଏସ୍ସିର ସଂଯୋଜକ ଅରୂପ ମହାପାତ୍ର ଏବଂ ବିରଂଚି ନାୟକ ମଂଚାସୀନ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ