ବାଲେଶ୍ୱର ଥିଓସୋଫିକାଲ୍ ସୋସାଇଟିର ବାର୍ଷିକ ଉତ୍ସବ ପାଳିତ
ବାଲେଶ୍ୱର, (ସରୋଜ ପଣ୍ଡା):ସୁଲଗ୍ନା ପବ୍ଲିକ୍ ସ୍କୁଲ୍ ପରିସରରେ ୧୯୭୪-୭୫ ମସିହାରେ ପଞ୍ଜୀକୃତ ବାଲେଶ୍ୱର ଥିଓସୋଫିକାଲ୍ ସୋସାଇଟିର ବାର୍ଷିକ ଉତ୍ସବ ଏହାର ସଭାପତି ହରିରାମ ମଚ୍ଛରଙ୍କ ପୌରୋହିତ୍ୟରେ ଗତ ୧୭ତାରିଖରେ ପାଳିତ ହୋଇଯାଇଛି । ଉତ୍କଳ ଥିଓସୋଫିକାଲ୍ ଫେଡେରେସନ୍ର ସଭାପତି ଡକ୍ଟର ଚିତ୍ତରଞ୍ଜନ ଶତପଥୀ ମୁଖ୍ୟଅତିଥି ଭାବରେ ଯୋଗଦେଇ ଥିଓସୋଫିକାଲ୍ ସୋସାଇଟିର ସଭ୍ୟମାନେ ନିଜ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ବଞ୍ôଚବାକୁ ପରାମର୍ଶ ପ୍ରଦାନ କରିଥିଲେ । କଟକ ଥିଓସୋଫିକାଲ୍ ସୋସାଇଟିର ସଂପାଦକ ସୁଧାଂଶୁ ପତି ମୁଖ୍ୟବକ୍ତା ଭାବରେ ଯୋଗଦେଇ ଉପନିଷଦ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ ଓ ସମ୍ମାନିତ ଅତିଥି ଡକ୍ଟର ଚିନ୍ମୟୀ ମିଶ୍ର କର୍ମବାଦ ଉପରେ ନିଜର ମତ ଉପସ୍ଥାପନ କରିଥିଲେ । ବାଲେଶ୍ୱର ସୋସାଇଟିର ସଂପାଦକ ଡକ୍ଟର ପି.ଏସ୍.ପି. ଷଡ଼ଙ୍ଗୀ ସୋସାଇଟିର ବାର୍ଷିକ ବିବରଣୀ ପାଠ କରିଥିବାବେଳେ କୋଷାଧ୍ୟକ୍ଷ ଡକ୍ଟର ଗୋବିନ୍ଦ ଚନ୍ଦ୍ର ବିଶ୍ୱାଳ ଆର୍ଥିକ ବିବରଣୀ ପ୍ରଦାନ କରିଥିଲେ । ଏହି ସଭାରେ ସୋସାଇଟିର ବହୁ ବରିଷ୍ଠ କର୍ମକର୍ତ୍ତା, ସଦସ୍ୟ ଡକ୍ଟର ଆକୁଳ ଚନ୍ଦ୍ର ପ୍ରଧାନ, ଡକ୍ଟର ଲମ୍ବୋଦର ଦେ, ଡକ୍ଟର ଶଙ୍କର୍ଷଣ ପଣ୍ଡା, ଡକ୍ଟର ଅଜୟ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସୋସାଇଟିର ଉପସଭାପତି ଡକ୍ଟର ଧରଣୀଧର ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ ।


