ବାଲେଶ୍ୱର ବନ୍ଦ ସଫଳ ପାଇଁ ବିଜେପିର ପଥପ୍ରାନ୍ତ ସଭା ଓ ବାଇକ ରାଲି

ବାଲେଶ୍ୱର, (ସରୋଜ ପଣ୍ଡା) :-ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପ୍ରତିବାଦରେ ବିଜେପି ସଦର ନିର୍ବାଚନମଣ୍ଡଳୀ କମିଟି ପକ୍ଷରୁ ସାଧାରଣ ଜନତାଙ୍କ ସ୍ୱାର୍ଥରକ୍ଷାରେ ଆସନ୍ତାକାଲି ହେବାକୁ ଥିବା ବାଲେଶ୍ୱର ବନ୍ଦକୁ ସଫଳ କରିବା ପାଇଁ ଆରମ୍ଭ ହୋଇଛି ପଥପ୍ରାନ୍ତ ସଭା । ସହରର ପ୍ରମୁଖ ସ୍ଥାନ ଫାଣ୍ଡି ଛକ, ଷ୍ଟେସନ ଛକ, ବସ ଷ୍ଟାଣ୍ଡ, ଆଇଟିଆଇ ଛକ, ଆଜିମାବାଦ, ଗୋଳାପୋଖରୀ, ମଣ୍ଡଳ ବଜାର ଓ ଷ୍ଟେଟ ବ୍ୟାଙ୍କ ମୁଖ୍ୟଶାଖା ସମ୍ମୁଖରେ ପଥପ୍ରାନ୍ତ ସଭା କରିଥିଲେ । ସେହିଭଳି ସନ୍ଧ୍ୟାରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ସଚେତନତା ବାଇକ ଶୋଭାଯାତ୍ରା ସହର ସାରା ପରିକ୍ରମା କରିଥିଲା । ବାଲେଶ୍ୱର ଜିଲାରେ ଭୁଶୁଡ଼ି ପଡ଼ିଥିବା ଆଇନଶୃଙ୍ଖଳା ସ୍ଥିତି ପାଇଁ ପୁଲିସ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ଉଦସୀନପୂର୍ଣ୍ଣ କାର୍ଯ୍ୟଧାରାକୁ ଦାୟୀ କରିଛନ୍ତି ରାଜ୍ୟ ଯୁବମୋର୍ଚ୍ଚା ଉପ ସଭାପତି ତଥା ସଦର ନିର୍ବାଚନ ମଣ୍ଡଳୀର ନେତା ମାନସ କୁମାର ଦତ୍ତ । ପୁଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ସେମାନଙ୍କ ଦାୟିତ୍ୱବୋଧତା ପ୍ରତି ସଚେତନ କରାଇବା ଏହି ବନ୍ଦର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି । ତେବେ ସମୂହ ସ୍ୱାର୍ଥରେ ଅନୁଷ୍ଠିତ ହେବାକୁ ଯାଉଥିବା ବାଲେଶ୍ୱର ବନ୍ଦକୁ ସଫଳ କରିବା ପାଇଁ ଶ୍ରୀ ଦତ୍ତ ସବୁ ମହଲରୁ ସମର୍ଥନ କାମନା କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ବିଜେପି ନେତା ରବିନାରାୟଣ ମହାପାତ୍ର, ରାଜ୍ୟ ସମ୍ପାଦିକା ଶିପ୍ରା ବାଜପେୟୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପର୍ଶୁରାମ ବେହେରା, ପୂର୍ବତନ ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ମଣ୍ଡଳ ପ୍ରଭାରୀ ଗୌରାଙ୍ଗ ଦାସ, ଗଙ୍ଗାଧର ରାଉତ, ପ୍ରବୀର ଶଙ୍କର ଦାଶ, ମଣ୍ଡଳ ପ୍ରଭାରୀ ଲୋକନାଥ ଭୂୟାଁ, ପୂର୍ବତନ କାଉନସିଲର ସୁଜିତ ଦେବ ଓ ଉପେନ୍ଦ୍ର ଶତପଥୀ, ବୈଲୋଚନ ଦାଶ, କାଉନସିଲର ସତ୍ୟଶିବ ସୁନ୍ଦର ଦାଶ, ନିତ୍ୟଗୋପାଲ ସିଂ, ଜିଲ୍ଲା ପରିଷଦ ସଭ୍ୟ ଗୟାଧର ବେହେରା, ରୋଜାଲିନ ପାଣି, ରାଜେନ୍ଦ୍ର ଚାଟାର୍ଜୀ, ବିକାଶ ପାଢୀ, ଧୀରଜ ମହାନ୍ତି, ମନ୍ମୟ ଦାସ, ଅରୂପ ଜେନା, ବିବେକ ମହାନ୍ତି, ସୌଭାଗ୍ୟ ମାନସ ନାୟକ, ପବନ କମିଳା, ତପନ ବେହେରା, ଅଭୟ ସ୍ୱାଇଁ, ମୁନା ମହନ୍ତ, କରୁଣାକର ସେନାପତି, ସଞ୍ଜୀବ ପ୍ରଧାନ, ହରେନ୍ଦ୍ର ପ୍ରଧାନ, ଅନୀଲ ମହାନ୍ତି, ଜୀବନ ପାଣି, ମାୟାଧର ପ୍ରଧାନ, ଶକ୍ତିଶଙ୍କର ପାଣିଗ୍ରାହୀ, ପ୍ରତାପ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ