ବାଲେଶ୍ୱର ବିଜେପିରେ ବିଦ୍ରୋହ: ମହିଳା ପ୍ରାର୍ଥୀଙ୍କ ନାମାଙ୍କନ

ବାଲେଶ୍ୱର : ନାମାଙ୍କନ ପତ୍ର ଦାଖଲର ଶେଷ ଦିନରେ ବିଭିନ୍ନ ଦଳ ଏବଂ ସ୍ୱାଧୀନ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ବିଜେପି ସଦର ନିର୍ବାଚନ ମଣ୍ଡଳୀର ପାର୍ଟି ତରଫରୁ ମନୋନୀତ କରାଯାଇଥିବା ବ୍ୟକ୍ତିଙ୍କୁ ବିରୋଧ କରି ଦଳର ବରିଷ୍ଠ, ଅବହେଳିତ ଏବଂ ନାପସନ୍ଦ କରୁଥିବା ବ୍ୟକ୍ତିମାନଙ୍କ ଦ୍ୱାରା ଶତାଧିକ ଲୋକ ଏକତ୍ରୀତ ହୋଇ ଗ୍ରାମାଞ୍ଚଳରେ ବିଜେପିର ପୂର୍ବତନ ସମିତି ସଭ୍ୟା ପ୍ରାର୍ଥୀନୀ ଏବଂ ପ୍ରାର୍ଥୀନୀଙ୍କର ସ୍ୱାମୀ ଦୁଇ ଥର ବିଜେପିର ୨୮ନଂ ଜୋନ୍ର ଜିଲ୍ଲା ପରିଷଦ ପ୍ରାର୍ଥଙ୍କର ଲୋକପ୍ରିୟତାକୁ ଆଧାର କରି ଗତ କାଲି ସାଂସଦଙ୍କ ନାମାଙ୍କନରେ ଆସିଥିବା ବ୍ୟକ୍ତିମାନେ ଆଜି ସାଧନା ଦାସଙ୍କୁ ବିଦ୍ରୋହୀ ପ୍ରାର୍ଥୀ ଭାବରେ ନାମାଙ୍କନ କରାଇଛନ୍ତି । ଶୋଭାଯାତ୍ରାରେ ସବୁ ବର୍ଗର ସମ୍ମାନସ୍ପଦ ବ୍ୟକ୍ତିମାନେ ସାମିଲ ହୋଇଥିବାର ଦେଖାଯାଇଥିଲା । ବିଶେଷ କରି ସଦର ନିର୍ବାଚନ ମଣ୍ଡଳୀରୁ ଟିକେଟ୍ ନିମନ୍ତେ ଦାବୀଦାର ଥିବା ପୂର୍ବତନ ଛାତ୍ରନେତା ତଥା ସମାଜସେବୀ ଗଣେଶ୍ୱର ରାଉତଙ୍କ ନେତୃତ୍ୱରେ ବସ୍ତି ବାସିନ୍ଦା, ଆଇନଜୀବୀ, ସ୍ୱେଚ୍ଛାସେବୀ ଏବଂ ନାମ ଗୋପନ ରଖି ଅନେକ ବିଜେପି ନେତା ସହଯୋଗ କରୁଥିବାର ଦେଖାଯାଇଥିଲା । ସମସ୍ତ ଦଳ ମହିଳାଙ୍କ ପ୍ରତି କୁମ୍ଭୀର କାନ୍ଦଣା ଦେଖାଉଥିବା ବେଳେ ଏକମାତ୍ର କଂଗ୍ରେସ ନୀଳଗିରିରେ ମହିଳା ପ୍ରାର୍ଥୀ ଦେଇଥିବା ବେଳେ ବିଜେଡି ଏବଂ ବିଜେପି ସମ୍ପୂର୍ଣ୍ଣ ଜିଲ୍ଲାକୁ ଅବହେଳା କରିଥିବାର ସମର୍ଥକମାନେ ଅଭିଯୋଗ କରିଥିଲେ । ଅଦ୍ୟାବଧି ଗ୍ରାମାଞ୍ଚଳରୁ ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ କେହି ପ୍ରତିନିଧିତ୍ୱ କରିନଥିବା ବେଳେ ଏକମାତ୍ର ମହିଳା ପ୍ରାର୍ଥୀ ଭାବେ ଗ୍ରାମାଞ୍ଚଳରୁ ଶ୍ରୀମତୀ ଦାସଙ୍କ ପ୍ରାର୍ଥୀତ୍ୱ ଅନ୍ୟମାନଙ୍କ ପାଇଁ ଚ୍ୟାଲେଞ୍ଜ କରିବାକୁ ଅସ୍ୱୀକାର କରାଯାଇନପାରେ । କଂଗ୍ରେସ ପ୍ରାର୍ଥୀ ଗତ ନିର୍ବାଚନଠାରୁ ୨୫ ହଜାର ଭୋଟ୍ ପାଇ ୨୫ ଥର ଜିଲ୍ଲାକୁ ଆସିନଥିବା ବେଳେ ଦଳରେ ଅନେକ ଅସନ୍ତୋଷ ରହିଆସିଛି । ସେହିଭଳି ସ୍ଥାନୀୟ ବିଧାୟକ ୧୦ ବର୍ଷ ଧରି ବିକାଶର ବାର୍ତ୍ତାକୁ ସମ୍ବାଦ ପତ୍ରରେ ବିକୁଥିବା ବେଳେ ଥରେ ମାତ୍ର ଲୋକମାନେ ସହର କି ଗାଁରେ ଦେଖା ନପାଇ ଘରକୁ ଆସି ମଧ୍ୟ ବାରମ୍ବାର ଫେରି ଅଶାନ୍ତି ହୋଇ କ’ଣ ପଦକ୍ଷେପ ନେବେ ତାହା ସମୟ ହିଁ କହିବ । ଅନ୍ୟପକ୍ଷରେ ହାୱାରେ ବିଶ୍ୱାସ କରୁଥିବା ଏବଂ ନିଜ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା, ବିବିଧ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସ୍ୱୟଂସେବକ, ଛାତ୍ରଛାତ୍ରୀ ଏବଂ ମା ଭଉଣୀମାନଙ୍କୁ ଅସମ୍ମାନ କରି ଟିକଟ ଆବୋରି ଥିବା ବ୍ୟକ୍ତିଙ୍କର ଅନେକ କଳା କାରନାମା, ଚାକିରୀ କରାଇଦେବା ନାମରେ ଅର୍ଥ ଆଦାୟ, ଉଜ୍ଜ୍ୱଳା ଗ୍ୟାସ ପ୍ରଦାନ ନାମରେ ଅର୍ଥ ଆଦାୟ, ଜୋର୍ ଜୁଲମ କରି ସରକାରୀ ଏବଂ ବେସରକାରୀ ଅନୁଷ୍ଠାନରୁ ଚାନ୍ଦା ଆଦାୟ ସହିତ ଫକୀର ମୋହନ ମାଟି ଶିକ୍ଷାର ପେଣ୍ଠସ୍ଥଳ ହୋଇଥିବା ବେଳେ ଶିକ୍ଷାଗତ ଯୋଗ୍ୟତା କହିଲେ ଜାଲ ସାର୍ଟିଫିକେଟରେ ସ୍ନାତକ ବୋଲାଉଥିବା ବ୍ୟକ୍ତିଙ୍କୁ ଭୋଟର କେଉଁ ଆଧାରରେ ଗ୍ରହଣ କରିବେ ତାହା ଏକ ପ୍ରଶ୍ନବାଚୀ ? ଏପରି ସ୍ଥଳେ ଆଇନ ଶୃଙ୍ଖଳାରେ ବିପର୍ଯ୍ୟସ୍ତ, ସହରର ସ୍ୱଚ୍ଛତା କହିଲେ ପିସି କାରବାର ଏବଂ ଶିକ୍ଷା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟୟକୁ ଆଧାର କରି ଅନେକ ସ୍ୱାଧୀନ ପ୍ରାର୍ଥୀ ଏବଂ ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସହିତ ଜଡିତ ଥିବା ଶ୍ରୀମତୀ ଦାସଙ୍କ ଉପରେ ଭୋଟରଙ୍କର ଆସ୍ଥା ପ୍ରକଟକୁ ନାପସନ୍ଦ କରାଯାଇନପାରେ । ଆଜିର ପ୍ରାର୍ଥୀପତ୍ର ଦାଖଲରେ କାର୍ତ୍ତିକ ଚନ୍ଦ୍ର ମହାପାତ୍ର, କାହ୍ନୁ ଚରଣ ମହାଳିକ, ରୋହିତ ପାଢୀ, ସ୍ୱାମୀ ଆଶ୍ରାୟାନନ୍ଦ ଜୀ, ଅମୀୟ କୁମାର ପରିଡା, ଗଣେଶ୍ୱର ରାଉତ, ସ୍ନେହଲତା ଦାସ, ସାଜନ ଅଲ୍ଲୀ ସାହା, ସେଖ୍ ସଫିକ୍ ମହମ୍ମଦ, ଗଣେଶ ଚନ୍ଦ୍ର ବେହେରା, କ୍ଷୀତୀଶ ଦାସ, ରେବତୀ ଦାସ ପ୍ରମୁଖ ପ୍ରସ୍ତାବକ ଉପସ୍ଥିତ ଥିଲେ । ଶ୍ରୀମତା ଦାସଙ୍କୁ ଅଖିଳ ଭାରତ ହିନ୍ଦୁ ମହାସଭା, ଜିଲ୍ଲା ସମାଜବାଦୀ ପାର୍ଟି ଏବଂ ଅନ୍ୟାନ୍ୟ ସାମାଜିକ ସଂଗଠନମାନେ ସମର୍ଥନ କରୁଥିବାର ଦେଖାଯାଇଛି । ଏହା ବିଜେପି ପ୍ରାର୍ଥୀଙ୍କ ପାଇଁ ଘାତକ ହୋଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ