ବାଲେଶ୍ୱର ବିଜେପି ପକ୍ଷରୁ ମୋଦିଜୀଙ୍କ ଜନ୍ମ ଦିବସ ଉପଲକ୍ଷେ ସେବା ସପ୍ତାହ ପାଳିତ
ବାଲେଶ୍ୱର,,(ଯୁଗାବ୍ଦ ନ୍ୟୁଜ୍) : ଆଧୁନିକ ଭାରତର ନିର୍ମାତା ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ୬୯ତମ ଜନ୍ମଦିନକୁ ସାରା ଭାରତ ବର୍ଷରେ ସେବା ସପ୍ତାହ ରୂପେ ପାଳନ କରାଯାଉଛି । ସେପ୍ଟେମ୍ବର ୧୪ ରୁ ୨୦ ତାରିଖ ପର୍ଯ୍ୟ” ଅନୁଷ୍ଠିତ ଏହି ସେବା ସପ୍ତାହ ରେ ଜିଲ୍ଲାର ବିଭିନ୍ନ ଜାଗାରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଆସୁଅଛି । ଏହି ପରିପେକ୍ଷୀରେ ମହିଳା ମୋର୍ଚ୍ଚା ପକ୍ଷରୁ କାଳି ମନ୍ଦିର ପ୍ରାଙ୍ଗଣରେ ୬୯ଟି ଦୀପ ପ୍ରଜ୍ୱଳନ କରାଯାଇଥିଲା ଏବଂ ମୋଦିଜୀଙ୍କ ଦୀର୍ଘାୟୁ ଓ ସୁସ୍ଥ ଜୀବନ କାମନା କରି ପୂଜା ଅର୍ଚ୍ଚନା କରାଯାଇଥିଲା । ସେହିଭଳି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ଏବଂ ପରେ ସମସ୍ତ କାର୍ଯ୍ୟକର୍ତ୍ତା ସାଧାରଣ ଲୋକ ମିଶି ଏକ ଶପଥ ନେଇଥିଲେ କି ପ୍ଲାଷ୍ଟିକ ବସ୍ତୁକୁ ବ୍ୟବହାର କରିବା ନାହିଁ, ଜଳ ସଂରକ୍ଷଣ କରିବା, ପ୍ଲାଷ୍ଟିକ ମୁକ୍ତ ପରିବେଶ ଗଠନ କରିବା ପାଇଁ ନିସ୍ୱାର୍ଥ ପର ତଥା ନିଷ୍ଠାପର ଉଦ୍ୟମ ଜାରି ରଖିବା , ପାଣିକୁ ଅପବ୍ୟବହାର କରିବା ନାହିଁ । ଉକ୍ତ କାର୍ଯ୍ୟକ୍ରମରେ ସେବା ସପ୍ତାହର ଜିଲ୍ଲା ସଂଯୋଜକ ଗୌରାଙ୍ଗ ଦାସ, ଜିଲ୍ଲା ଉପ ସଭାପତି ଗଙ୍ଗାଧର ରାଉତ ଓ ପର୍ଶୁରାମ ବେହେରା, ନଗର ସଭାପତି ସୀତାକା” ସ୍ୱାଇଁ, ରବିନାରାୟଣ ମହାପାତ୍ର, ବୈଲୋଚନ ଦାସ, ଶୁଭଙ୍କର ମହାପାତ୍ର, ସୁଜିତ ଦେବ, ଚିତ୍ତରନ ପଣ୍ଡା, ଉମାକା” ମହାପାତ୍ର, ଧୀରଜ ମହା”ି, ଯୋଗେନ ରଣା, ମଣ୍ଟୁ ପେରିୱାଲ, ବିନୟ ମହାରଣା, ଅରୂପ ଜେନା, ମହୁଆ ପ୍ରଧାନ, ସସ୍ମିତା ଦାସ, ସସ୍ମିତା ଚାନ୍ଦ, ସଂଯୁକ୍ତା ମହାପାତ୍ର, ଶ୍ରୀୟା ଦାସ,ସୁସ୍ମିତା ପଣ୍ଡା, ଜୀବନ ପାତ୍ର, ତରୁଣ ବର୍ଦ୍ଧନ, ବିବେକାନନ୍ଦ ରାଉତ, ଆଲୋକ ପଣ୍ଡା, ଅନ” ଚାନ୍ଦ, ପ୍ରଦୀପ ପତି, ଅବିନାଶ ସେଠୀ, ବିଦ୍ୟାସାଗର ପଣ୍ଡା, ପିଣ୍ଟୁ ପୋଦ୍ଦାର, ସ୍ୱାଧୀନ ପଣ୍ଡା, ରଣଜିତ ପୃଷ୍ଟି, ବସନ୍ତ ନାୟକ, ବିଜୟ ସେଠୀ, କୌଶିକ ଚାନ୍ଦ, ସବିତା ପାଣିଗ୍ରାହୀ, ଜିତେନ୍ଦ୍ର ଷଡଙ୍ଗୀ, ଉତ୍ତମ ଦାସ ଆଦି ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


