ବାଲେଶ୍ୱର ବିବେକାନନ୍ଦ କେନ୍ଦ୍ରରେ ରକ୍ତଦାନ ଶିବିର

ବାଲେଶ୍ୱର(ଯୁଗାବ୍ଦ ନ୍ୟୁଜ) : ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀର ଜେର ରୋଡରେ ଅବସ୍ଥାପିତ ବାଲେଶ୍ୱର ଶାଖାରେ ଚବିଶତମ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ରାଧ୍ୟକ୍ଷ ପ୍ରେମାନନ୍ଦ ପିରି ଓ କେନ୍ଦ୍ର ପ୍ରମୁଖ ଅଧ୍ୟାପକ ଡ. ନିରଞ୍ଜନ ଦାଶ କାର୍ଯ୍ୟକ୍ରମକୁ ଆଜି ପୂର୍ବାହ୍ନରେ ଆନୁଷ୍ଠାନିକ ଭାବେ ଉକ୍ତ ଶିବିରକୁ ଉଦ୍ଘାଟନ କରିଥିଲେ । ସମ୍ପର୍କ ପ୍ରମୁଖ ରାଧାକୃଷ୍ଣ ଆଚାର୍ଯ୍ୟ, ଦେବାଶିଷ ଦାସ, ଅଶୋକ କୁମାର ସାହୁ, ଡ. ଗିତା ଗିରି, ପ୍ୟାରେଲାଲ ଶର୍ମା, ଅରୁଣ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ସକାଳ ୮ ଘଟିକାଠାରୁ ଆରମ୍ଭ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବ୍ୟକ୍ତି ବିଶେଷ ରକ୍ତଦାନ କରିଥିଲେ । ସୁଶ୍ରୀ ସଙ୍ଗୀତା ଦାସ, ମଞ୍ଜୁରାଣୀ ପିରି, ବିଜୟ ଲକ୍ଷ୍ମୀ ନାଥ, ଗୟାଧର କର, ସମ୍ବୁନାଥ ଯାଦବ, ମୀନତୀ ଦେ, ମୀନତି ରାୟ, ବିଷ୍ଣୁପଦ ମିଶ୍ର, ସମରେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବାଲେଶ୍ୱର ରେଡକ୍ରସ ସଂସ୍ଥା ତରଫରୁ ଡ. ମହେଶ କୁମାର ବିଶ୍ୱାଳଙ୍କ ତତ୍ତ୍ୱାବଧାନରେ ରକ୍ତ ସଂଗ୍ରହ କରାଯାଇଥିଲା । ରକ୍ତ ସଂଗ୍ରହରେ ରେଡ କ୍ରସର କର୍ମଚାରୀ ବିଜୟ କୁମାର ପଟ୍ଟନାୟକ, ରିପୁରାଜ ମେହେର, ଅଜୟ ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ଏହି ଶିବିରରେ ୫୭ ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା । ରକ୍ତଦାତାମାନେ ରକ୍ତ ପ୍ରଦାନ କରି ପ୍ରମାଣ ପତ୍ର ଗ୍ରହଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ