ବାଲେଶ୍ୱର ମହାବୀର କବାଡ଼ି କ୍ଲବ ଚାମ୍ପିୟନ

ବାଲେଶ୍ୱର, (ସରୋଜ ପଣ୍ଡା) : ବାଲେଶ୍ୱର ଜିଲା କ୍ରୀଡ଼ା ସଂଘ ପକ୍ଷରୁ ଜିଲାସ୍ତରୀୟ ପୁରୁଷ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାକୁ ସଂଘର ସହ-ସାଧାରଣ ସମ୍ପାଦକ ପଦ୍ମଲୋଚନ ଲେଙ୍କା ଉଦଘାଟନ ସହ ସମସ୍ତ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଦଳର ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଜିଲାର ବିଭିନ୍ନ ଅଞ୍ଚଳରୁ ୧୪ ଗୋଟି ଟିମ ଏଥିରେ ଅଂଶଗ୍ରହଣ କରିଥିଲେ । ମାତ୍ର ମହିଳା ଟିମ ସଂଖ୍ୟା କମ ଥିବା କାରଣରୁ ଟ୍ରାଏଲ ଭିତ୍ତିରେ ଖେଳାଳି ଚୟନ କରାଯାଇଥିଲା । ତେବେ ୧୪ ଗୋଟି ପୁରୁଷ ଟିମ ରାତି ୮ଟା ପର୍ଯ୍ୟନ୍ତ ମ୍ୟାଚ ଖେଳିଥିଲେ । ଚିତ୍ତରଂଜନ ପାଶା, ସ୍ୱପ୍ନେନ୍ଦୁ ଆଚାର୍ଯ୍ୟ, ରାମପଦ ସେଠୀ, ଳକ୍ଷ୍ମୀଧର ବେହେରା, ପ୍ରାଣକୃଷ ଦେ, ନିତ୍ୟନୂତନ ଦେ, ଶେଖ ଏହେସାନ, ସଂଧ୍ୟା ମହାପାତ୍ର, କଳ୍ପଲତା ରଥ ପ୍ରମୁଖ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଉଦଯାପନୀ କାର୍ଯ୍ୟକ୍ରମରେ ଜିଲା କ୍ରୀଡ଼ା ସଂଘର କାର୍ଯ୍ୟକାରୀ ସଭାପତି ଅଧୀପ ଦାସ ଓ ବରିଷ୍ଠ ସଭ୍ୟ ସୁକାନ୍ତ କୁମାର ନାୟକ ଯୋଗଦେଇ ଚାମ୍ପିୟନ ଦଳ ‘ବାଲେଶ୍ୱରର ମହାବୀର କବାଡ଼ି କ୍ଲବ ଓ ଏବଂ ରନର୍ସ ଅପ ଦଳ ଭୋଗରାଇର ସେଭେନ ଷ୍ଟାର କବାଡ଼ି କ୍ଲବକୁ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ । କେଷାଧ୍ୟକ୍ଷ ଅମର କୁମାର ମହାନ୍ତି, ଉପ-ସଭାପତି ମିହିର କୁମାର ମହାପାତ୍ର, ଯୁଗ୍ମ ସମ୍ପାଦକ ଜଗଦୀଶ ବେହେରା, ସଂଜୟ କୁମାର ଲେଙ୍କା, ସୁଜୟ କୁମାର ଆଚାର୍ଯ୍ୟ, ନିମାଇ ଚରଣ ରାଉତରାୟ, ବିଷ୍ଣୁ ପ୍ରସାଦ ମହାନ୍ତି, ରବିନ ମିତ୍ର, ଜନ୍ମେଜୟ ଦେ, ଲକ୍ଷ୍ମୀନାରାୟଣ ମିଶ୍ର, କବାଡ଼ି ସଂଘ ଉପ-ସଭାପତି ବୀରେନ୍ଦ୍ର କୁମାର ସ୍ୱାଇଁ ପ୍ରମୁଖ ଏହି ଉଦଯାପନୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କ୍ରୀଡ଼ା ସଂଘର କବାଡ଼ି ବିଭାଗ ଯୁଗ୍ମ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ନାୟକ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ । ଏହି ଜିଲାସ୍ତରୀୟ ପ୍ରତିଯୋଗିତାରୁ ମନୋନୀତ ଟିମ ଓ ଖେଳାଳି ଆଗାମୀ ଦିନରେ ସୁନ୍ଦରଗଡ଼ରେ ହେବାକୁ ଥିବା ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିିବେ ବୋଲି କ୍ରୀଡ଼ା ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ