ବାଲେଶ୍ୱର ରେ INDIA ର ପ୍ରଥମ ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ରବିବାର ସକାଳ ୧୧ ଘଟିକା ସମୟରେ ବାଲେଶ୍ୱର ଷ୍ଟେସନ କ୍ଲବ ଠାରେ Indian National Devlopmental Inclusive Alliance ( I.N.D.I.A)Balasore ର ଏକ ଗୁରୁତ୍ୱ ପୂର୍ଣ୍ଣ ପ୍ରଥମ ବୈଠକ ଜିଲ୍ଲା କଂଗ୍ରେସ ସଭାପତି ସଞ୍ଜୀବ ଗିରି ଙ୍କ ଆହ୍ୱାନ କ୍ରମେ ପୂର୍ବତନ ବିଧାୟକ ତଥା ସିପିଏମ ନେତା ପ୍ରଦୀପ୍ତ ପଣ୍ଡା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି,ପ୍ରଥମେ ମଣିପୁର ଘଟଣା କୁ ନେଇ ଆଗାମୀ ତା ୧୦/୦୮/୨୦୨୩ ରିଖ ଦିନ ଶତାଧିକ ମହିଳାଙ୍କୁ ନେଇ ବାଲେଶ୍ୱର ରେ ଧିକାର ସମାବେଶ ଅନୁଷ୍ଠିତ ହେବାକୁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା। ଏହି ବୈଠକ ରେ ବିଶେଷ ଭାବେ ମଣିପୁର ଘଟଣା,ସଂଘୀୟ ବ୍ୟବସ୍ଥା କୁ ଯେଭଳି ଭାବେ ବିଜେପି ଖଣ୍ଡ ବିଖଣ୍ଡିତ କରୁଛି ଏବଂ ଓଡ଼ିଶାର ବିଜେଡି ଯେଭଳି ଭାବେ ବିଜେପି ସହିତ ପୁରା ସମର୍ପିତ ହୋଇ ଯାଇଛି।ଯାହାର ଜ୍ୱଳନ୍ତ ଉଦାହରଣ ଗତ କାଲି ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ ଶାହା ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଙ୍କ ମଧୁର ମିଳନ ରୁ ଓଡିଶା ବାସୀ ଉପଲବ୍ଧି କରୁଛନ୍ତି ବୋଲି ମତ ପ୍ରକାଶ ହେବା ସହ ଏହା ବିରୁଦ୍ଦରେ ଆଗକୁ କିଭଳି ଭାବେ ଆହୁରି ବ୍ୟାପକ ବିରୋଧ କରାଯାଇ ପାରିବ ଏବଂ ବିଜେଡି ଓ ବିଜେପି ର ପ୍ରକୃତ ମୁଖାକୁ ଲୋକ ମାନଙ୍କ ପାଖରେ ପହଞ୍ଚା ଯାଇ ପାରିବ ଏ ବିଷୟରେ ବିଶେଷ ଭାବେ ଆଲୋଚନା ହୋଇଥିଲା।ଓଡ଼ିଶାରେ ବିଜେଡିର ବିକଳ୍ପ ଭାବେ INDIA , ବିଜେପି ନୁହଁ ବୋଲି ବକ୍ତା ମାନେ ଏକ ସ୍ୱରରେ ମତ ରଖିଥିଲେ।ଅନ୍ୟମାନଙ୍କ ମଧ୍ୟରେ ସିପିଏମ ରୁ ଶିଶିର ହୁଈ,ବିଜୟ ପାତ୍ର,ପ୍ରେମ ରଞ୍ଜନ ପାତ୍ର,ଶ୍ୟାମ ସୁନ୍ଦର ଜେନା,ସୀତାରାମ ସେନାପତି,ଦିଲ୍ଲୀପ ଗିରି,ସିପିଆଇ ରୁ ଭାଗବତ ପ୍ରତିହାରୀ,ଗୌରାଙ୍ଗ ପାଣିଗ୍ରାହୀ,ବନ୍ଦନା ପାତ୍ର,ଶ୍ୟାମସୁନ୍ଦର ଜେନା,ଜାତୀୟ କଂଗ୍ରେସ ରୁ ରାଜ୍ୟ ମୁଖପାତ୍ର ସୁଦର୍ଶନ ଦାସ,ରାଜ୍ୟ ସମ୍ପାଦିକା ଅର୍ଚ୍ଚନା ନନ୍ଦି,ଜିଲ୍ଲା ମହିଳା ସଭାପତି ପ୍ରଜ୍ଞା ପରମିତା ବିଶ୍ୱାଳ,ଯୁବ ସଭାପତି ରଞ୍ଜନ ଦାଶ,କେକେସି ଅଧ୍ୟକ୍ଷ ବିକାଶ ଦାସ,ପୂର୍ବତ୍ତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ,ଜିଲ୍ଲା ସାଧାରଣ ସମ୍ପାଦକ ସୁଧାଂଶୁ ଜେନା,ବ୍ଲକ ସଭାପତି ରେମୁଣା ତରୁଣ ଦାସ,ଜଳେଶ୍ବର ରାଜୀବ ପରିଡା,ନୀଳଗିରି ମନରଞ୍ଜନ ପଣ୍ଡା,ଶିମିଳିଆ ନିରଞ୍ଜନ ପରିଡା,ଅରୁଣ ଜେନା,ବିଧାନ ରାୟ,ହିମାଂଶୁ ବେହେରା,ଟିଏମସି ରୁ ନନ୍ଦନ ପାଳ,ପୂର୍ବତ୍ତନ ବିଧାୟକ କିଶର ଦଶ,ସାଜନ ଅଲ୍ଲୀ ସାହା,ରାଜେନ୍ଦ୍ର ଜେନା,ଫରୁୱାଡ଼ବ୍ଲକ ରୁ ସର୍ବେଶ୍ୱର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


