ବାଲେଶ୍ୱର ଲୋକସଭା ସ୍ତରୀୟ ଲାଭାର୍ଥି ସମ୍ପର୍କ ଅଭିଯାନ କର୍ମଶାଳା ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଖାନନଗର ସ୍ଥିତ ବାଲେଶ୍ୱର ଜିଲ୍ଲା ଭାଜପା କାର୍ଯ୍ୟାଳୟର ସମ୍ମିଳନୀ ଗୃହରେ ବାଲେଶ୍ୱର ଲୋକସଭା ସ୍ତରୀୟ ଲାଭାର୍ଥୀ ସମ୍ପର୍କ ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି, ଏହି କର୍ମଶାଳାରେ ଜିଲ୍ଲା ବିଜେପି ସଭାପତି ଉମାକାନ୍ତ ମହାପାତ୍ର ସଭାପତିତ୍ବ କରି ସ୍ୱାଗତ ଭାଷଣପ୍ରଦାନ କରିଥିଲେ, ମୁଖ୍ୟ ଅତିଥି ଭାବେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦାନ କରିଥିଲେ, ଏହି କାର୍ଯ୍ୟକ୍ରମରେ ରାଜ୍ୟ ଉପ-ସଭାପତି ତଥା ଜିଲ୍ଲା ପ୍ରଭାରୀ ବିରଞ୍ଚି ନାରାୟଣ ତ୍ରିପାଠୀ ରାଜ୍ୟ ଲାଭାର୍ଥୀ ସମ୍ପର୍କ ଅଭିଯାନର ସଂଯୋଜକ ଲକ୍ଷ୍ମଣ ପଣ୍ଡା, ରାଜ୍ୟ ସହ ସଂଯୋଜିକା ମାନସ୍ବିନୀ ଖୁଣ୍ଟିଆ, ଲୋକ ସଭା ପ୍ରଭାରି ଆଶୁତୋଷ ପରିଡା, ଲୋକସଭା ସଂଯୋଜକ ଶୁଭଙ୍କର ମହାପାତ୍ର ପ୍ରମୁଖ ଯୋଗଦାନ କରିଥିବା ବେଳେ ଏହି କାର୍ଯ୍ୟକ୍ରମର ଲୋକସଭା ସଂଯୋଜକ କରୁଣା କର ପଣ୍ଡା ଅତିଥି ପରିଚୟ ପ୍ରଦାନ କରିଥିଲେ ଯୁବ ନେତା ସଂଗ୍ରାମ କେଶରୀ ପରିଡା ଓ ବିସ୍ତାରକ ସରୋଜ ସ୍ୱାଇଁ ସଭା ପରିଚାଳନା କରିଥିଲେ, ଉକ୍ତ କର୍ମଶାଳା ରେ ବଡ଼ସାହି ବିଧାୟକ ସନାତନ ବିଜୁଳି ମୋଦୀ ସରକାର ଙ୍କ ଦଶ ବର୍ଷ ର କାର୍ଯ୍ୟକାଳ ରେ ଯେଉଁ ସବୁ ଉନ୍ନତି ମୂଳକ କାର୍ଯ୍ୟ କ୍ରମ କରାଯାଇଛି ସେ ବିଷୟ ରେ ଆଲୋକପାତ କରିଥିଲେ ଆଗାମୀ ଦିନ ମାନଙ୍କରେ କେମିତି ମଣ୍ଡଳ ସ୍ତରରେ କର୍ମଶାଳା କରାଯାଇ ମହିଳା,ଗରିବ, ଯୁବକ ଓ କୃଷକ ଙ୍କ ନିମନ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ସମସ୍ତ ଯୋଜନା ମାନ ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର, ସ୍ଵଚ୍ଛ ଭାରତ ଯୋଜନା ରେ ପାଇଖାନା, ଉଜ୍ଜଳା ଯୋଜନା ରେ ଆଲୁଅ, କୃଷକ ମାନ ଧନ ଯୋଜନା ରେ ଅର୍ଥ ରାଶି, କୃଷକ ବୀମା ଯୋଜନା ରେ କୃଷକ ଙ୍କୁ ମାଗଣା ବୀମା, ସୁକନ୍ୟା ସମୃଦ୍ଧି ଯୋଜନା ର ସୁଫଳ, ଜନ ଧନ ଯୋଜନା ରେ ଗରିବ ହିତାଧିକାରୀ ଙ୍କୁ ମାଗଣା ରେ ବ୍ୟାଙ୍କ ରେ ଏକାଉଣ୍ଟ ଖୋଲିବା, ଆୟୁଷ୍ମାନ ଯୋଜନା ଭଳି ଅନେକ ଯୋଜନା ରେ କିପରି ସମସ୍ତେ ଲାଭ ବାନ ହେବେ ଏହି କର୍ମ ଶାଳା ରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ କହିଥିଲେ,ଏହି କର୍ମଶାଳା ରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଭୋଗରାଇ ବିଧାୟକ ପାର୍ଥି ଅଂଶୁମାନ ମହାନ୍ତି,ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ପର୍ଶୁରାମ ବେହେରା, ରାଜ୍ୟ ମହିଳା ନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ଜିଲ୍ଲା ଉପ ସଭାନେତ୍ରୀ ମମତା ମହାପାତ୍ର, କମଳା ବିନ୍ଧାଣି, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା, ପ୍ରଦୀପ ପଣ୍ଡା,ଜିଲ୍ଲା ସମ୍ପାଦକ ବିଭୂପଦ ଦାସ, ଆଶିଷ ଘୋଷ, ମହୁଆ ପ୍ରଧାନ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସିପ୍ରା ରେଖା ମହାପାତ୍ର ବରିଷ୍ଠ ନେତା ଶ୍ୟାମା ପ୍ରସାଦ ବେହେରା 25 ନମ୍ବର ଜିଲ୍ଲା ପରିଷଦ ଗୟାଧର ବେହେରା ପ୍ରମୁଖ ଶତାଧିକ କର୍ମକର୍ତା ଉପସ୍ଥିତ ଥିଲେ କର୍ମଶାଳା ର ପରିଶେଷରେ ଜିଲ୍ଲା ସମ୍ପାଦିକା ତଥା ସହ ସଂଯୋଜିକା ସସ୍ମିତା ଚାନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ