ବାଲେଶ୍ୱର ସଂସଦୀୟ କ୍ଷେତ୍ରର ମତଦାତା ମାନଙ୍କ ଅଭିନନ୍ଦନ ସମାବେଶ
ବାଲେଶ୍ୱର, (ସରୋଜ ପଣ୍ଡା):ଭାରତ ସହିତ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିଥିବାରୁ ଆଜି ବାଲେଶ୍ୱର ଜିଲ୍ଲା କାର୍ଯ୍ୟାଳୟରେ ସାଂସଦୀୟ କ୍ଷେତ୍ରରେ ସାତ ବିଧାନସଭାରେ ଥିବା ମୁଖ୍ୟ କାର୍ଯ୍ୟକର୍ତା ମାନଙ୍କୁ ଭାରତୀୟ ଜନତା ପାର୍ଟିକୁ ବହୁ ମାତ୍ରାରେ ମତଦାନ ମିଳିଥିବାରୁ ମତଦାତାଙ୍କୁ ସାଂସଦ, ବିଧାୟକ ଓ ବିଧାୟକ ପ୍ରାର୍ଥୀମାନେ ଅଭିନନ୍ଦନ କରିଥିଲେ l ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଧନା ସଭାକାର୍ଯ୍ୟରେ ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡା ମଞ୍ଚ ପରିଚାଳନା କରିଥିଲେ l ମଞ୍ଚ ଆହ୍ବାନ ଓ ପ୍ରଦୀପ ପ୍ରଜ୍ବଳନ ପରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ସ୍ବାଗତ ଭାଷଣ ରଖି କାର୍ଯ୍ୟକ୍ରମର ଆଭିମୁଖ୍ୟ ବିଷୟରେ କହିଥିଲେ। ରାଜ୍ୟରେ ବିଜେଡ଼ିର କୁଶାସନ ବିରୁଦ୍ଧରେ ଜନମତ ପ୍ରତିଫଳନ ହୋଇଥିବାରୁ ସେ ସମସ୍ତ ମତଦାତାଙ୍କୁ ଧନ୍ୟବାଦ ଜଣାଇଥିଲେ। ସଭାପତିଙ୍କ ସ୍ବାଗତ ଭାଷଣ ଉପରାନ୍ତେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବଡ଼ସାହି ବିଧାୟକ ସନାତନ ବିଜୁଳି, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ନିଳଗିରି ବିଧାୟକ ସନ୍ତୋଷ ଖଟୁଆ, ସଦର ବିଧାୟକ ମାନସ କୁମାର ଦତ୍ତ, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ଜଳେଶ୍ଵର ବିଧାୟକ ପ୍ରାର୍ଥୀ ବ୍ରଜମୋହନ ପ୍ରଧାନ, ଭୋଗରାଇ ବିଧାୟକ ପ୍ରାର୍ଥୀ ଆଶିଷ ପାତ୍ର, ବସ୍ତା ବିଧାୟକ ପ୍ରାର୍ଥୀ ରବିନ୍ଦ୍ର ଅଣ୍ଡିଆ, ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଶୋଭନା ମହାନ୍ତି, ଶୁଭଙ୍କର ମହାପାତ୍ର ଓ ପର୍ଶୁରାମ ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ ପଣ୍ଡା, ଭୋଗରାଇର ପୁର୍ବତନ ବିଧାୟକ ପ୍ରାର୍ଥୀ ଅଂଶୁମାନ ମହାନ୍ତି ପ୍ରମୁଖ ଉପସ୍ଥିତ ସମସ୍ତ ମତଦାତାଙ୍କ ଉପରେ ପୁଷ୍ପ ବୃଷ୍ଟି କରି ସମ୍ବର୍ଦ୍ଧିତ କରିଥିଲେ। ଏହାପରେ ସାଂସଦ, ବିଧାୟକ ଓ ବିଧାୟକ ପ୍ରାର୍ଥୀମାନେ ସମବେତ ଜନତାଙ୍କୁ ସମ୍ବୋଧିତ କରି ନିର୍ବାଚନରେ ଅଂଶଗ୍ରହଣ କରିଥିବା ମତଦାତା ଓ ସମସ୍ତ କାର୍ଯ୍ୟକର୍ତ୍ତାଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ସମ୍ମାନ ଜଣାଇ ସେମାନେ ଅଞ୍ଚଳର ଉନ୍ନତି କରିବେ ବୋଲି ପ୍ରତିଶୃତି ଦେଇଛନ୍ତି। ଭୟ ଓ ଦୁର୍ନୀତିମୁକ୍ତ ବାତାବରଣ ମଧ୍ୟରେ ନାଗରିକଙ୍କୁ ମୌଳିକ ସୁବିଧା ସୁଯୋଗର ବନ୍ଦୋବସ୍ତ କରିବାପାଇଁ ପ୍ରତିଶୃତି ଦେଇଥିଲେ। କାର୍ଯ୍ୟକ୍ରମରେ ବିଭିନ୍ନ ବିଚାର ପରିବାର, ଆଧ୍ୟାତ୍ମିକ ସଂଗଠନ, ଲାଭାର୍ଥୀ, ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିବିଶେଷ, କ୍ଲବ୍, ସାମାଜିକ ସଂଗଠନର ପ୍ରତିନିଧି ମାନେ ଯୋଗଦାନ କରିଥିଲେ। ସମ୍ବର୍ଦ୍ଧନା ପର୍ବ ପରେ ଏକ ମିଶ୍ରଣ ପର୍ବରେ ପୁର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଣୁଧର ସାହୁ, ଯୁବ ବ୍ୟବସାୟୀ ସନ୍ଦିପ ପାଣ୍ଡେ, ପ୍ଳାବନ ନାୟକ, ବିକାଶ ଖଣ୍ଡେଲଓ୍ବାଲ ଓ ପ୍ରିୟବ୍ରତ ସାହୁ ବିଜେପିରେ ଯୋଗଦାନ କରିଥିଲେ, ନବାଗତ ମାନଙ୍କୁ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଦଳିୟ ଟୋପି ଓ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ସର୍ବଶେଷରେ ମିଡ଼ିଆ ସେଲର ମୁଖ୍ୟ ଶ୍ରୀନିବାସ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l