ବାଲେଶ୍ୱର ସଦର ଥାନା ପୋଲିସ ଦ୍ବାରା ସିରିଜ ଚୋରି

ବାଲେଶ୍ଵର, (ସରୋଜ ପଣ୍ଡା):ସଦର ଥାନା ଓ ଚାନ୍ଦିପୁର ଥାନା ଅଂଚଳରେ ଗତ ୨୮ ତାରିଖ ରାତି ଓ ୨୯ ତାରିଖ ଭୋର ସମୟରେ ସିରିଜ ଚୋରି, ଲୁଟ ଅଭିଯୋଗ ରେ ସଦର ଥାନା ପୋଲିସ ଗିରଫ କରିଥିବା ୩ ବାଳ ଅପରାଧୀଙ୍କ।ସମେତ ୫ ଜଣଙ୍କୁ ଗିରଫ କରିଥିଲା।ଗିରଫ ୩ ବଳ ଅପରାଧୀଙ୍କ ଜାମିନ ଆବେଦନ ଶନିବାର ସନ୍ଧ୍ୟାରେ ବାଲେଶ୍ଵର କିଶୋର ନ୍ୟାୟ ବୋର୍ଡ ନାମଞ୍ଜୁର କରିବା ପରେ ସେମାନଙ୍କୁ ଅନୁଗୁଳ ଠାରେ ଥିବା ମୁକ୍ତାକାଶ କାରାଗାର କୁ ପଠାଇଦିଆଯାଛି।ଏହି ମାମଲାରେ ଅନ୍ୟ ଦୁଇଜଣଙ୍କ ଜାମିନ ଆବେଦନ କୁ ଏସ ଡି ଜି ଏମ ନାମଞ୍ଜୁର କରିବାରୁ ସେମାନଙ୍କୁ ବାଲେଶ୍ଵର ଜେଲ କୁ ପଠାଇ ଦିଆଯାଇଛି। ସୂଚନା ଥାଉକି, ସଦର ଥାନା ଅନ୍ତର୍ଗତ ନିମକି ସଡ଼କ ହର୍ଷପୁରା ଠାରେ ହୋଇଥିବା ଲୁଟ ଅଭିଯୋଗରେ ବାଲେଶ୍ୱର ସଦର ଥାନା ପୋଲିସ ୩ ଜଣ ବାଳ ଅପରାଧୀ ସହ ୨ ଜଣ ଅପରାଧୀଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଲୁଟ ହୋଇଥିବା ସାମଗ୍ରୀକୁ ଜବତ କରିଥିଲା।ତେବେ ସେମାନଙ୍କ ନାମରେ ସଦର ଥାନା ରେ ଗୋଟିଏ,ଚାନ୍ଦିପୁର ଥାନାରେ ଦୁଇଟି ଏବଂ ଟାଉନ ଥାନା,ସହଦେବ ଖୁଣ୍ଟା ଥାନାରେ ଗୋଟିଏ ଲେଖାଏଁ ମାମଲା ରେ ଗିରଫ ହୋଇଥିବା ନେଇ ପୋଲିସ ସୂଚନା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ