ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ବିଜୟ ସଂକଳ୍ପ ରାଲି
ବାଲେଶ୍ୱର (ଜୁଗାବ୍ଦ ନ୍ୟୁଜ୍): ସର୍ବଭାରତୀୟ ସ୍ତରରେ ଆୟୋଜିତ ହୋଇଥିବା ବିଜୟ ସଂକଳ୍ପ ରାଲି ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରାଲିରେ ବାଲେଶ୍ୱରର ହଜାର ହଜାର ଯୁବକ ବିଜେପି ଜିଲ୍ଲା ସଭାପତି ମଦନ ମୋହନ ଦତ୍ତଙ୍କ ନେତୃତ୍ୱରେ ସାମିଲ ହୋଇଥିଲେ । ଏହି ବାଇକ ଶୋଭାଯାତ୍ରା ଅପରାହ୍ନ ୩ ଘଟାରେ ସ୍ଥାନୀୟ ଆଇ.ଟି.ଆଇ ପଡିଆରୁ ଆରମ୍ଭ ହୋଇ ସେଣ୍ଟ୍ରାଲ ସ୍କୁଲ, ହେମକାପଦା ଛକ, ପାତ୍ରପଡା, ପୁରୁଣା ବାଲେଶ୍ୱର, ଗୋଳାପୋଖରି, ବାରବାଟୀ, ଥାନା ଛକ, ସିନେମା ଛକ, ଆଜିମାବାଦ,ଷ୍ଟେସନ ଛକ, ଫକୀର ମୋହନ ଗୋଲେଇ, ଫାଣ୍ଡି ଛକ ଦେଇ ସହର ପରିକ୍ରମା କରି ପୁରୁଣା ଷ୍ଟାଡିୟମରେ ସମାପ୍ତ ହୋଇଥିଲା । ସମସ୍ତଙ୍କ ମୁହଁରୁ ‘ଭାରତ ମାତା କୀ ଜୟ’ , ‘ବୀର ସହୀଦ ଯବାନ ଅମର ରହେ’, ‘ଫିର ଏକ ବାର ମୋଦି ସରକାର’ ନାରାରେ ବାଲେଶ୍ୱର ସହର ପ୍ରକମ୍ପିତ ହୋଇଥିଲା । ସୂଚନାଯୋଗ୍ୟ ଏହି ରାଲି ଭାରତ ବର୍ଷର ୪୧୨୦ଟି ବିଧାନସଭା କ୍ଷେତ୍ରର ୩୫୦୦ରୁ ଅଧିକ ସ୍ଥାନରେ ହୋଇଯାଇଛି । ଜିଲ୍ଲା ସଭାପତି ଶ୍ରୀ ଦତ୍ତ କହିଥିଲେ ଯେ ଏହି ବିଜୟ ସଂକଳ୍ପ ଯାତ୍ରା ଖାଲି ପାକିସ୍ତାନ ଉପରେ ପୁଲୱାମା ଆତଙ୍କବାଦୀ ଘଟଣା ପ୍ରତିଶୋଧ ଉପରେ ନୁହେଁ ବରଂ ମୋଦି ସରକାରଙ୍କର ଭୟରେ ପାକିସ୍ତାନ ଚାପଗ୍ରସ୍ତ ହୋଇ ବାୟୁ ସେନା ପାଇଲଟ ଅଭିନନ୍ଦନଙ୍କୁ ଗିରଫର ଦୁଇ ଦିନ ଭିତରେ ଅତି ଅସହାୟ ଭାବେ ଛାଡିଦେଇଛି । ଯାହାଫଳରେ ଦେଶର ଲକ୍ଷ ଲକ୍ଷ ଯୁବକ ମୋଦିଜୀଙ୍କୁ ପୂର୍ଣ୍ଣ ପ୍ରାଣରେ ସମର୍ଥନ ଦେଇ ଆଗାମୀ ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟିକୁ ବିପୁଳ ସଂଖ୍ୟାରେ ବିଜୟ କରିବା ସହ ମୋଦିଜୀଙ୍କୁ ପୁଣିଥରେ ଭାରତ ବର୍ଷର ପ୍ରଧାନମନ୍ତ୍ରୀ କରିବା ପାଇଁ ବିଜୟ ସଂକଳ୍ପ ରାଲିରେ ଯୋଗ ଦେଇ ଶପଥବଦ୍ଧ ହୋଇଥିଲେ । ଏହି ବିଜୟ ଲକ୍ଷ୍ୟ ୨୦୧୯ର ମୋଟର ସାଇକେଲ ଶୋଭାଯାତ୍ରାରେ ଗଙ୍ଗାଧର ରାଉତ, ପର୍ଶୁରାମ ବେହେରା, ଶୁଭଙ୍କର ମହାପାତ୍ର, ସୀତାକାନ୍ତ ସ୍ୱାଇଁ, ଅଜୟ ମିଶ୍ର, ଶୋଭନା ମହାନ୍ତି, ମିହିର ପାଣି, ଚିତ୍ତରଞନ ପଣ୍ଡା, ସତ୍ୟଜିତ ମିଶ୍ର, ଗୌରାଙ୍ଗ ଦାସ, ଲୋକନାଥ ଭୂୟାଁ, ଯୋଗେନ ରଣା,ତପନ ଗିରି, ଦିଲ୍ଲିପ ଦାସ, ଅଭିଜିତ ଭୂୟାଁ, ବିଶ୍ମିତ ଦାସ, ପ୍ରମୁଖ ଉପସ୍ଥିତ ରହି ବ୍ୟାପକ ଭାବେ ସଫଳ କରିଥିଲେ ।


