ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା
ବାଲେଶ୍ୱର,(ୱାଇଏନ୍ଏସ୍): ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା, ସଦର ନିର୍ବାଚନ ମଣ୍ଡଳୀରେ ଉପ ନିର୍ବାଚନ ନିମନ୍ତେ ତାରିଖ ଘୋଷଣା ସହିତ ଜିଲ୍ଲାରେ ଆଚରଣ ବିଧି ଲାଗୁ ହୋଇଥିବା ପରିପ୍ରେକ୍ଷୀରେ ସରକାରଙ୍କ ବିଭିନ୍ନ ଯୋଜନା ,କାର୍ଯ୍ୟକ୍ରମ,ଉପଲବ୍ଧି ସମ୍ପର୍କିତ ଖବର ବା ବିଜ୍ଞାପନ ଯେଉଁଥିରେ ସରକାରୀ ଅର୍ଥ ବ୍ୟୟ ହେଉଥିବ ,ତାହା ଗଣମାଧ୍ୟମରେ ପ୍ରଚାର ଏବଂ ପ୍ରସାର କରାଯାଇପାରିବ ନାହିଁ | ଏଭଳି ଖବର ଏବଂ ବିଜ୍ଞାପନ ଗୁଡିକୁ ବନ୍ଦ କରିବା ନିମନ୍ତେ ନିର୍ବାଚନ କମିଶନ ନିର୍ଦେଶାନାମା ଜାରିକରିଛନ୍ତି | ଏଠି ସହିତ ସମସ୍ତ ପଂଜିକୃତ ରାଜନୈତିକ ବିଜ୍ଞାପନ ପ୍ରଚାର ପ୍ରସାର ଚାହାନ୍ତି | ସେମାନଙ୍କୁ ଜିଲ୍ଲା ସ୍ତରରେ ଥିବା ମିଡ଼ିଆ ସାଟିଫିକେସନ ଏଣ୍ଡ ମନିଟରିଂ କମିଟି ଏମ.ସି.ଏମ.ସି କମିଟି, ଗଣମାଧ୍ୟମ ପ୍ରମାଣୀ କରଣ ଏବଂ ପର୍ଯ୍ୟାଲୋଚନା କମିଟି ସହିତ ଯୋଗାଯୋଗ କରି ଆଗୁଆ ଆବଶ୍ୟକୀୟ ପ୍ରମାଣପତ୍ର ହାସଲ କରିବାକୁ ହେବ | ଏହାର ସମ୍ପୂର୍ଣ୍ଣ ପାଳନ ନିମନ୍ତେ ନିର୍ବାଚନ କମିଶନ କଡା ନିର୍ଦେଶ ପ୍ରଦାନ କରିଛନ୍ତି |